ଲାଇଫ୍ ଷ୍ଟାଇଲ୍

ଓଠ ଗୋଲାପି, ସୁନ୍ଦର ଏବଂ ଆକର୍ଷଣ ଦେଖାଯିବାର ୫ଟି ଉପାୟ

ଗୋଲାପି ସୁନ୍ଦର ଏବଂ ଆକର୍ଷଣ ଓଠ କିଏ ନ ଚାହେଁ। ଖାସ୍‌ କରି ମହିଳା ମାନେ ଚାହାଁନ୍ତି ତାଙ୍କର ଓଠ ଗୋଲାପି, ସୁନ୍ଦର ଏବଂ ଆକର୍ଷଣ ଦେଖାଯାଉ। କିନ୍ତୁ କେତେ ଜଣଙ୍କ ଓଠ କେବଳ କଳା ନୁହେଁ ,ଶୁଷ୍କ ମଧ୍ୟ ଦେଖାଯାଏ। ଓଠର ରଙ୍ଗ କଳା ହେବା ଦ୍ୱାରା ମହିଳା ମାନଙ୍କୁ ବହୁତ ଜାଗାରେ ନାନାକଥା ଶୁଣିବାକୁ ପଡିଥାଏ। ଯଦି ଆପଣଙ୍କ ଓଠର ରଙ୍ଗ କଳା ଓ ଆପଣ ଏହି ସମସ୍ୟା ଦୂର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଆପଣଙ୍କର କିଛି ଅଭ୍ୟାସ ବଦଳେଇବାକୁ ପଡିବ।

ଆମେ ଏବେ ଆପଣଙ୍କୁ ଏପରି କିଛି ଉପାୟ କହିବାକୁ ଚାହୁଁଛୁ ଯାହା କରିବା ଦ୍ୱାରା ଆପଣଙ୍କ ଓଠର କଳା ରଙ୍ଗ ଦୁର ହେବ ଏବଂ ପୁନଶ୍ଚ ଗୋଲାପି, ସୁନ୍ଦର ଏବଂ ଆକର୍ଷଣ ଦେଖାଯିବ।

ଶୁଷ୍କ ଚର୍ମ:
ଆମ ଓଠରେ ଶୁଷ୍କ ଚର୍ମ ବା ମୃତକୋଷ ଜମା ହୋଇକି ରହିଥାଏ । ଯାହାକୁ ହଟେଇବା ନିହାତି ଜରୁରୀ।ମୃତକୋଷ ଜମା ହେବାଦ୍ୱାରା ଓଠର ଚର୍ମ ଶୁଷ୍କ ଦେଖାଯାଏ। ଯାହାଦ୍ୱାରା ଓଠର ତ୍ୱଚା ଖରାପ ହେବାକୁ ଲାଗିଥାଏ। ଏଥିପାଇଁ ଆପଣ ପ୍ରତିଦିନ ଓଠକୁ ମସାଜ୍‌ କରିକି ଶୁଷ୍କ ଚର୍ମ ବା ମୃତକୋଷକୁ ବାହାର କରିଦିଅନ୍ତୁ।

ଲିପ୍‌ଷ୍ଟିକ:

ଲିପ୍‌ଷ୍ଟିକର ବହୁଳ ବ୍ୟବହାର କରିବା ଦ୍ୱାରା ଓଠର ରଙ୍ଗ କଳା ପଡିଯାଏ। ଲିପ୍‌ଷ୍ଟିକ ରାସାୟନିକ କେମିକାଲରୁ ପ୍ରସ୍ତୁତ ହେଇଥାଏ ଯାହା ଓଠକୁ ନଷ୍ଟ କରିଦେଇଥାଏ। ଖରାପ ଲିପ୍‌ଷ୍ଟିକ ବ୍ୟବହାର କରିବା ଦ୍ୱାରା ଏହି ସମସ୍ୟାରେ ସମ୍ମୁଖୀନ ହେବାକୁ ପଡିଥାଏ। ଏଥିପାଇଁ ଭଲ କ୍ୱାଲିଟିର ଲିପ୍‌ଷ୍ଟିକ ବ୍ୟବହାର କରନ୍ତୁ।

ଧୁମ୍ର ପାନ:
ଧୁମ୍ରପାନ କରିବା ଦ୍ୱାରା ଓଠର ରଙ୍ଗ କଳା ପଡିଯାଏ। ଅତ୍ୟାଧିକ ଧୁମ୍ରପାନ କରିବା ଦ୍ୱାରା ଓଠ ନଷ୍ଟ ହୋଇଯାଇଥାଏ। ଅତ୍ୟାଧିକ ଧୁମ୍ରପାନ କରନ୍ତୁ ନାହିଁ।

ପାଣି ପିଇବା :
ଶରୀରରେ ଜଳର ପରିମାଣ କମିଯିବା ଦ୍ୱାରା ଓଠର ରଙ୍ଗ କଳା ପଡିଥାଏ। ଏଥିପାଇଁ ଅଧିକ ପରିମାଣର ପାଣି ପିଅନ୍ତୁ। ଶୀତ ଋତୁରେ ଅତି କମ୍‌ରେ ୮ରୁ ୧୦ ଗ୍ଲାସ୍‌ ପାଣି ପିଅନ୍ତୁ।

ଲିପ୍‌ ବାମ୍‌:
ଆପଣ ଲିପ୍‌ ବାମ୍‌ ବ୍ୟବହାର କରୁଥିଲେ ସର୍ବଦା ଧ୍ୟାନ ରଖନ୍ତୁ ଏହାର ଏକ୍ସପାୟାର ଡେଟ୍‌ ଅତିକ୍ରମ କରି ନଥାଉ। ନଚେତ୍‌ ଏହା ଆପଣଙ୍କ ଓଠକୁ ସୁନ୍ଦର ଏବଂ ଆକର୍ଷଣ କରିବା ବଦଳରେ କଳା,ଶୁଷ୍କ ଓ ଋକ୍ଷ କରିଦେବ।

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

21 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

23 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago