Categories: ମନୋରଂଜନ

ଟିଚର୍ସ ଡେ’ରେ କେମିତି ଗଣିତ ପଢାଉଛନ୍ତି ହ୍ରିତିକ୍ ରୋଶନ୍ ଦେଖନ୍ତୁ

ଦୀର୍ଘ ଦିନ ଧରି ଚର୍ଚ୍ଚାରେ ବଲିଉଡ ସୁପରଷ୍ଟାର ହ୍ରିତିକ୍ ରୋଶନଙ୍କ ଅପ କମିଙ୍ଗ୍ ଫିଲ୍ମ ସୁପର ୩୦ । ଯେମିତି ସିନେମାକୁ ନେଇ ଅନେକ ଆଶା ରଖିଛନ୍ତି ହ୍ରିତିକ୍ ସେତିକି ଆଗ୍ରହର ସହ ଅପେକ୍ଷା କରିଛନ୍ତି ତାଙ୍କ ଫ୍ୟାନ୍ । କିଛି ଦିନ ପୂର୍ବରୁ ସିନେମାରେ ହ୍ରିତିକଙ୍କ ଲୁକ୍ ଖୁଲାସା ହୋଇଥିଲା । ଯେଉଁଥିରେ ପୁରା ଅଲଗା ଅନ୍ଦାଜରେ ନଜର ଆସିଥିଲେ ହ୍ରିତିକ୍ । ଏବେ ଟିଚର୍ସ ଡେ ରେ ନିଜ ଦର୍ଶକଙ୍କୁ ଆଉ ଏକ
ଉପହାର ଦେଇଛନ୍ତି ହ୍ରିତିକ୍ ।

ସୁପର ୩୦ର ଗୋଟିଏ ନୁହେଁ ବରଂ ତିନିଟି ପୋଷ୍ଟର ରିଲିଜ୍ ହୋଇଛି । ଏହି ତିନିଟି ଯାକ ପୋଷ୍ଟରରେ ହ୍ରିତିକଙ୍କ ଲୁକ୍ ଏବଂ ଅନ୍ଦାଜ ତାଙ୍କର ଅନ୍ୟ ସିନେମା ଗୁଡିକଠାରୁ ପୁରା ଅଲଗା । ଯାହା ଦର୍ଶକ ମହଲରେ ଖୁବ୍ ଆଦୃତ ହୋଇଛି । ଏହା ସହ ରିଟୁଇଟ୍ ମଧ୍ୟ ଖୁବ୍ ହେଉଛି ।

ଏକ ଦମଦାର ଡାଇଲଗ୍ ସହ ନଜର ଆସିଛି ତିନିଟି ଯାକ ପୋଷ୍ଟର । ଡାଇଲଗଟି ହେଉଛି ଏବେ ରାଜା ପୁଅ ରାଜା ହେବନି । କେବଳ ସେତିକି ନୁହେଁ ହ୍ରିତିକ୍ ରୋଶନ୍ ନିଜ ଟୁଇଟର ଆକାଉଂଟରେ ତିନିଟି ଯାକ ପୋଷ୍ଟର ସେୟାର କରି କହିଛନ୍ତି – ସମୟ ବଦଳିବାକୁ ଯାଉଛି । ସୁପର ୩୦ର ପ୍ରଥମ ପୋଷ୍ଟରରେ ଆତ୍ମବିଶ୍ବାସରେ ଭରପୁର ହ୍ରିତିକ୍ ରୋଶନଙ୍କ ଚେହେରା ନଜର ଆସୁଥିବା ବେଳେ ଦ୍ବିତୟ ପୋଷ୍ଟରରେ ଅନେକ ପିଲାଙ୍କ ମଧ୍ୟରେ ଅଛନ୍ତି ହ୍ରିତିକ୍ । ତେବେ ଖୁବ୍ ଦମଦାର ହୋଇଛି ଫିଲ୍ମର ତୃତୀୟ ପୋଷ୍ଟର ।

ସୁପର ୩୦ ବିହାରର ପ୍ରସିଦ୍ଧ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ପ୍ରେରିତ । ସୁଚନା ଯୋଗ୍ୟ ଫିଲ୍ମ ମେକର୍ସ ସୁପର ୩୦କୁ ଆନନ୍ଦ କୁମାରଙ୍କ ବାୟୋପିକ୍ ହିସାବରେ ରିଲିଜ୍ କରିବାକୁ ଚାହୁଁଥିଲେ । କିନ୍ତୁ ଆନନ୍ଦ କୁମାରଙ୍କ ଉପରେ କିଛି ଅଭିଯୋଗ ଆସିବାରୁ ଫିଲ୍ମ ମେକର୍ସ ଏହାକୁ ତାଙ୍କ ଜୀବନ ଉପରେ ପ୍ରେରିତ ବୋଲି କହିଛନ୍ତି । ସିନେମାଟି ୨୫ ଜାନୁଆରୀ ୨୦୧୯ରେ ରିଲିଜ୍ ହେବ ।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

27 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

46 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

54 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago