Below header

ଟିଚର୍ସ ଡେ’ରେ କେମିତି ଗଣିତ ପଢାଉଛନ୍ତି ହ୍ରିତିକ୍ ରୋଶନ୍ ଦେଖନ୍ତୁ

ଦୀର୍ଘ ଦିନ ଧରି ଚର୍ଚ୍ଚାରେ ବଲିଉଡ ସୁପରଷ୍ଟାର ହ୍ରିତିକ୍ ରୋଶନଙ୍କ ଅପ କମିଙ୍ଗ୍ ଫିଲ୍ମ ସୁପର ୩୦ । ଯେମିତି ସିନେମାକୁ ନେଇ ଅନେକ ଆଶା ରଖିଛନ୍ତି ହ୍ରିତିକ୍ ସେତିକି ଆଗ୍ରହର ସହ ଅପେକ୍ଷା କରିଛନ୍ତି ତାଙ୍କ ଫ୍ୟାନ୍ । କିଛି ଦିନ ପୂର୍ବରୁ ସିନେମାରେ ହ୍ରିତିକଙ୍କ ଲୁକ୍ ଖୁଲାସା ହୋଇଥିଲା । ଯେଉଁଥିରେ ପୁରା ଅଲଗା ଅନ୍ଦାଜରେ ନଜର ଆସିଥିଲେ ହ୍ରିତିକ୍ । ଏବେ ଟିଚର୍ସ ଡେ ରେ ନିଜ ଦର୍ଶକଙ୍କୁ ଆଉ ଏକ
ଉପହାର ଦେଇଛନ୍ତି ହ୍ରିତିକ୍ ।

ସୁପର ୩୦ର ଗୋଟିଏ ନୁହେଁ ବରଂ ତିନିଟି ପୋଷ୍ଟର ରିଲିଜ୍ ହୋଇଛି । ଏହି ତିନିଟି ଯାକ ପୋଷ୍ଟରରେ ହ୍ରିତିକଙ୍କ ଲୁକ୍ ଏବଂ ଅନ୍ଦାଜ ତାଙ୍କର ଅନ୍ୟ ସିନେମା ଗୁଡିକଠାରୁ ପୁରା ଅଲଗା । ଯାହା ଦର୍ଶକ ମହଲରେ ଖୁବ୍ ଆଦୃତ ହୋଇଛି । ଏହା ସହ ରିଟୁଇଟ୍ ମଧ୍ୟ ଖୁବ୍ ହେଉଛି ।

super 30ଏକ ଦମଦାର ଡାଇଲଗ୍ ସହ ନଜର ଆସିଛି ତିନିଟି ଯାକ ପୋଷ୍ଟର । ଡାଇଲଗଟି ହେଉଛି ଏବେ ରାଜା ପୁଅ ରାଜା ହେବନି । କେବଳ ସେତିକି ନୁହେଁ ହ୍ରିତିକ୍ ରୋଶନ୍ ନିଜ ଟୁଇଟର ଆକାଉଂଟରେ ତିନିଟି ଯାକ ପୋଷ୍ଟର ସେୟାର କରି କହିଛନ୍ତି – ସମୟ ବଦଳିବାକୁ ଯାଉଛି । ସୁପର ୩୦ର ପ୍ରଥମ ପୋଷ୍ଟରରେ ଆତ୍ମବିଶ୍ବାସରେ ଭରପୁର ହ୍ରିତିକ୍ ରୋଶନଙ୍କ ଚେହେରା ନଜର ଆସୁଥିବା ବେଳେ ଦ୍ବିତୟ ପୋଷ୍ଟରରେ ଅନେକ ପିଲାଙ୍କ ମଧ୍ୟରେ ଅଛନ୍ତି ହ୍ରିତିକ୍ । ତେବେ ଖୁବ୍ ଦମଦାର ହୋଇଛି ଫିଲ୍ମର ତୃତୀୟ ପୋଷ୍ଟର ।

ସୁପର ୩୦ ବିହାରର ପ୍ରସିଦ୍ଧ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ପ୍ରେରିତ । ସୁଚନା ଯୋଗ୍ୟ ଫିଲ୍ମ ମେକର୍ସ ସୁପର ୩୦କୁ ଆନନ୍ଦ କୁମାରଙ୍କ ବାୟୋପିକ୍ ହିସାବରେ ରିଲିଜ୍ କରିବାକୁ ଚାହୁଁଥିଲେ । କିନ୍ତୁ ଆନନ୍ଦ କୁମାରଙ୍କ ଉପରେ କିଛି ଅଭିଯୋଗ ଆସିବାରୁ ଫିଲ୍ମ ମେକର୍ସ ଏହାକୁ ତାଙ୍କ ଜୀବନ ଉପରେ ପ୍ରେରିତ ବୋଲି କହିଛନ୍ତି । ସିନେମାଟି ୨୫ ଜାନୁଆରୀ ୨୦୧୯ରେ ରିଲିଜ୍ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.