ବିଧାନସଭାରେ ଉଠିଲା ତୈଳ ଦର ବୃଦ୍ଧି ପ୍ରସଙ୍ଗ : ଦ୍ୱିତୀୟ ଦିନରେ ଅଚଳାବସ୍ଥା

ଭୁବନେଶ୍ବର : ବିଧାନସଭାରେ ଉଠିଲା ତୈଳ ଦର ବୃଦ୍ଧି ପ୍ରସଙ୍ଗ । ଆଜି ଗୃହ କ।ର୍ଯ୍ୟ ଆରମ୍ଭ ହେବା କ୍ଷଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ହୋହଲ୍ଲା କରିଛନ୍ତି କଂଗ୍ରେସ ବିଧାୟକ । ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ସେହିପରି ବିଜେପି ଉଠାଇଛି ଶିକ୍ଷକଙ୍କ ଦାବି । ଏହି ପ୍ରସଙ୍ଗରେ ବିଜେପି ସଦସ୍ୟମାନେ ମଧ୍ୟ ହୋହଲ୍ଲା କରିଥିଲେ । ଫଳରେ ପ୍ରଥମେ ସାଢ଼େ ୧୧ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ପୁଣି ଗୃହ କ।ର୍ଯ୍ୟ ଆରମ୍ଭ ହେବାରୁ ହଟ୍ଟଗୋଳ ଲାଗି ରହିଥିଲା । ଫଳରେ ସାଢ଼େ ୧୨ଟା ପର‌୍ୟ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଛି । ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀପତି କହିଛନ୍ତି, ରାଜ୍ୟ ସରକାର ପେଟ୍ରୋଲ୍‌ରେ ଭାଟ କମ୍‌ କରନ୍ତୁ । ଟିକସ କମାନ୍ତୁ କେନ୍ଦ୍ର ସରକାର । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ତୈଳ ଦର ହ୍ରାସ କରିବାକୁ ଚିନ୍ତା କରନ୍ତୁ ବୋଲି ତାରା ବାହିନୀପତି କହିଛନ୍ତି । ସେହିପରି ଆଜି ଶିକ୍ଷକଙ୍କ ଦାବିକୁ ସମର୍ଥନ କରି ବିଧାନସଭାରେ ହଟ୍ଟଗୋଳ କରିଥିଲେ ବିଜେପି ବିଧାୟକ । ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଦୁଃଖଦାୟକ । ଏନେଇ ପ୍ରତିବାଦର ଆବଶ୍ୟକତା ରହିଛି । ଗୃହ କ।ର୍ଯ୍ୟ ଅଚଳ ନକରି, କିନ୍ତୁ ଭିନ୍ନ ଫୋରମରେ ପ୍ରତିବାଦ କରିବା ଉଚିତ୍‌ ବୋଲି ସମୀର ଦାଶ କହିଛନ୍ତି ।

Leave A Reply

Your email address will not be published.