ପଶ୍ଚିମ ଓଡ଼ିଶାରେ ପୁଣି ଜୋର ଧରିଲା ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି : ଆଜି କୋର୍ଟରେ କ।ର୍ଯ୍ୟବନ୍ଦ

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ପୁଣି ଜୋର ଧରିଲା ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି । ସମ୍ବଲପୁର ଜିଲ୍ଲା କିଲ ସଂଘ ପକ୍ଷରୁ ଆଜି କୋର୍ଟରେ କ।ର୍ଯ୍ୟବନ୍ଦ କରାଯାଇଛି । ବିଧାନସଭା ମୌସୁମୀ ଅଧିବେଶନ ସରିବା ପର୍ଯ୍ୟନ୍ତ ଜିଲ୍ଲାରେ କୋର୍ଟ କ।ର୍ଯ୍ୟବନ୍ଦ ରଖାଯିବ ବୋଲି ସଂଘ କହିଛି । ଆସନ୍ତାକାଲିଠୁ ସମସ୍ତ ସରକାରୀ ଅଫିସକୁ ବନ୍ଦ ରଖାଯିବ । ଗତ କିଛି ଦିନ ତଳେ ସମ୍ବଲପୁର ଓକିଲ ସଂଘର କିଛି ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ଦାବି ଜଣାଇଥିଲେ । ଶୀଘ୍ର ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ । ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ପ୍ରତିବାଦରେ ଆଜିଠାରୁ ପୁଣି ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଉଛି ।

Leave A Reply

Your email address will not be published.