ୟୁଏସ୍ ଓପନ ଟେନିସ୍ ଗ୍ୟାଲେରୀରେ ପିସି ଓ ନିକ୍ ଯୋଡ଼ି

ନୂଆଦିଲ୍ଲୀ : ଏବେ ଖୁଲ୍ଲମ ଖୁଲ୍ଲା । ଆଉ ଲୁଚାଛପା ନାହିଁ । ନିର୍ବନ୍ଧ ପରେ ପ୍ରିୟଙ୍କା ଚୋପ୍ରା ଏବଂ ଭାବୀ ସ୍ବାମୀ ନିକ୍ ଜୋନାସଙ୍କୁ ବିଭିନ୍ନ ଜାଗାରେ ଏକାଠି ଦେଖିବାକୁ ମିଳୁଛି । ଏବେ ସେମାନେ ପରିବାର ସହ ଆମେରିକା ନ୍ୟୁୟର୍କରେ ଚାଲିଥିବା ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଖେଳ ଦେଖୁଛନ୍ତି । ଏହି ଫଟୋ  ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ପ୍ରିୟଙ୍କା ଓ ନିକଙ୍କ ସହିତ ପ୍ରିୟଙ୍କାଙ୍କ ମା ମଧୁ ଚୋପ୍ରା, ନିକଙ୍କ ଭାଇ ଜଏ ଏବଂ ତାଙ୍କ ପ୍ରେମିକା ସୋଫି ଟର୍ଣ୍ଣର ମଧ୍ୟ ଗ୍ୟାଲେରୀରେ ବସି ଖେଳ ଦେଖୁଥିଲେ । ପ୍ରିୟଙ୍କା ଫଟୋ ସହ ଲେଖିଛନ୍ତି ‘ଫାମଜାମ୍’ । ସମସ୍ତେ ବେଶ୍ ଖୁସି ଜଣାପଡୁଥିଲେ ।

priyanka AND NICK WITH FAMILY

ମହିଳା ସିଙ୍ଗଲସ କ୍ବାର୍ଟର ଫାଇନାଲ୍ ମ୍ୟାଚ୍ ଆମେରିକାର ସେରିନା ୱିଲିୟମ୍ସ ଓ ଚେକ୍ ଗଣତନ୍ତ୍ରର କାରୋଲିନା ପ୍ଲିସକୋଭାଙ୍କ ମଧ୍ୟରେ ହୋଇଥିଲା । ଏହି ମ୍ୟାଚକୁ ପୂରା ପରିବାର ବସି ଉପଭୋଗ କରିଥିଲେ । ଯେଉଁଥିରେ ସେରିନା ୬-୪, ୬-୩ ସେଟରେ ଜିତି ସେମିଫାନାଲରେ ପ୍ରବେଶ କରିଛନ୍ତି ।

 

Leave A Reply

Your email address will not be published.