ରାଜସ୍ଥାନ ହାରିବା ପରେ ଶିମରୋନ ହେଟମାୟରଙ୍କୁ ଲାଗିଲା ଜରିମାନା, କଟିଲା ୧୦ ପ୍ରତିଶତ ମ୍ୟାଚ ଫି

ହେଟମାୟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଆଇପିଏଲ ନିୟମ ଭାଙ୍ଗିଥିବାରୁ ତାଙ୍କ ଉପରେ ଜରିମାନା ଲାଗିଛି । ତାଙ୍କ ମ୍ୟାଚରେ ୧୦ ପ୍ରତିଶତ ଫି କାଟିବା ଜରିମାନା ଲାଗିଛି । ଆଇପିଏଲ କୋଡ ଅଫ କଣ୍ଡକ୍ଟ ଅଧିନରେ ଆର୍ଟିକିଲ୍‌ ୨.୨ ଯୋଗୁଁ ମ୍ୟାଚରେ ୧୦ ପ୍ରତିଶତ କଟିଛି ।

ରାଜସ୍ଥାନ ରୟାଲ୍ସ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ହାରିବା ପରେ ଶିମରୋନ ହେଟମାୟରଙ୍କୁ ଝଟକା ଲାଗିଛି । ତାଙ୍କ ମ୍ୟାଚରେ ୧୦ ପ୍ରତିଶତ ଫି କାଟିବା ଜରିମାନା ଲାଗିଛି । ହେଟମାୟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଆଇପିଏଲ ନିୟମ ଭାଙ୍ଗିଥିବାରୁ ତାଙ୍କ ଉପରେ ଜରିମାନା ଲାଗିଛି । ହାଇଦ୍ରାବାଦ ଆଇପିଏଲ ୨୦୨୪ରେ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ରାଜସ୍ଥାନକୁ ହରାଇଥିଲା । ଏହି ବିଜୟ ସହିତ ହାଇଦ୍ରାବାଦ ଟିମ୍‌ ଫାଇନାଲରେ ସ୍ଥାନ ପାଇଛି ।

ଖବର ମୁତାବକ, ହେଟମାୟର ଲେବଲ ୧ ଉଲ୍ଲଙ୍ଘନ କରିଛନ୍ତି । ଆଇପିଏଲ କୋଡ ଅଫ କଣ୍ଡକ୍ଟ ଅଧିନରେ ଆର୍ଟିକିଲ୍‌ ୨.୨ ଯୋଗୁଁ ମ୍ୟାଚରେ ୧୦ ପ୍ରତିଶତ କଟିଛି । ହେଟମାୟରଙ୍କ ପୂର୍ବରୁ ଅନ୍ୟ ଖେଳାଳିଙ୍କ ଉପରେ ଜରିମାନା ଲାଗିଛି । ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତଙ୍କୁ ଗୋଟିଏ ମ୍ୟାଚ ବ୍ୟାନ୍‌ ହୋଇଛି । ଏହାଛଡା ଅନେକ ଖେଳାଳିଙ୍କ ମ୍ୟାଚ୍‌ ଫି ମଧ୍ୟ କଟିଛି ।

ଆଇପିଏଲ ୨୦୨୪ରେ ହେଟମାୟରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ସେ ୧୨ଟି ମ୍ୟାଚରେ ମାତ୍ର ୧୧୩ ରନ କରିଛନ୍ତି । ଗୋଟିଏ ମାତ୍ର ଅର୍ଦ୍ଧଶତକ ମାରିପାରିନାହାନ୍ତି । ହାଇଦ୍ରାବାଦ ବିପକ୍ଷ କ୍ୱାଲିଫାୟର ମ୍ୟାଚରେ ମଧ୍ୟ କିଛି କମାଲ କରିପାରିନଥିଲେ । ଏହି ମାତ୍ରରେ ୧୦ଟି ବଲ୍‌ ସାମ୍ନା କରି ମାତ୍ର ୪ ରନ୍‌ କରିଥିଲେ ।

ଦ୍ବିତୀୟ କ୍ବାଲିଫାୟର ମ୍ୟାଚରେ ରାଜସ୍ଥାନକୁ ହରାଇ ହାଇଦ୍ରାବାଦ ପହଞ୍ଚିଛି ଫାଇନାଲରେ । ପ୍ରଥମେ ହାଇଦ୍ରାବାଦ ପ୍ୟାଟ କମିସନଙ୍କ ଦଳ ବ୍ୟାଟିଂ କରି ରାଜସ୍ଥାନକୁ ୧୭୫ରନର ଟାର୍ଗେଟ ଦେଇଥିଲା । କିନ୍ତୁ ସଞ୍ଜୁ ସାମସନଙ୍କ ସେନା ସ୍ପିନରଙ୍କୁ ଖେଳିନପାରି ୧୩୯ରନରେ ଅଟକି ଯାଇଥିଲେ । ହାଇଦ୍ରାବାଦର ଦୁଇ ଭାରତୀୟ ସ୍ପିନର ସାହବାଜ ଅହମ୍ମଦ ଏବଂ ଅଭିଷେକ ଶର୍ମା ମଧ୍ୟକ୍ରମରେ ୫ ୱିକେଟ ହାସଲକରି ସଂଜୁଙ୍କ ସ୍ବପ୍ନକୁ ଚୁରମାର କରିଥିଲେ । କୋଲକାତା ନାଇଟ ରାଇଡର୍ସ ହାଇଦ୍ରାବାଦକୁ ହରାଇ ପ୍ରଥମ ଦଳ ଭାବେ ଚଳିତ ବର୍ଷ ଫାଇନାଲରେ ପ୍ରବେଶ କରିଛି ।

ତେବେ ରାଜସ୍ଥାନ ରୟାଲ୍ସ ୧୪ଟି ଲିଗ୍‌ ମ୍ୟାଚରୁ ୮ଟି ବିଜୟ ପାଇଁ ୫ଟି ପରାଜୟ ପାଇଥିଲା । ରାଜସ୍ଥାନ ପାଖରେ ୧୭ ପଏଣ୍ଟ ରହିଥିବା ବେଳେ ଆଇପିଏଲ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଥିଲା । କିନ୍ତୁ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଠାରୁ ହାରିଥିଲା ରାଜସ୍ଥାନ ରୟାଲ୍ସ । ଆଇପିଏଲ ଫାଇନାଲ ଆସନ୍ତାକାଲି ଖେଳାଯିବ ।

 

Leave A Reply

Your email address will not be published.