ମନୋରଂଜନ

ରିଲିଜ୍‌ ହେଲା ହୁମା କୁରୈସୀ ଓ ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ‘ଡବଲ ଏକ୍ସଏଲ୍‌’ର ଟ୍ରେଲର; ଶିଖର ଧଓ୍ଵନଙ୍କୁ ଦେଖି ଫ୍ୟାନ୍ସ ଉତ୍ସାହିତ

ହୁମା କୁରୈସୀ ଓ ସୋନାକ୍ଷୀ ସିହ୍ନା ଉଭୟ ହିଁ ବଲିଉଡ୍‌ର ଜଣେ ଜଣେ ଦମ୍‌ଦାର ଅଭିନେତ୍ରୀ। ଏହାରି ଭିତରେ ଦୁହେଁ ଏକାଠି ଏକ ଫିଲ୍ମ ନେଇ ଆସୁଛନ୍ତି, ଯାହାର ଟାଇଟଲ ରହିଛି ‘ଡବଲ ଏକ୍ସଏଲ୍‌’। ଏହି ଫିଲ୍ମରେ ଦୁଇ ପ୍ଲସ୍‌ ସାଇଜ୍‌ ମହିଳାଙ୍କ କାହାଣୀ ଦର୍ଶାଯାଇଛି, ଯାହାର ଝଲକ୍‌ ଏବେ ଆପଣ ‘ଡବଲ ଏକ୍ସଏଲ୍‌’ର ଟ୍ରେଲରରେ ଦେଖିବାକୁ ପାଇ ପାରିବେ। ଏହି ବହୁ ପ୍ରତୀକ୍ଷିତ ଫିଲ୍ମର ଟ୍ରେଲରକୁ ଆଜି ରିଲିଜ୍‌ କରି ଦିଆଯାଇଛି।

‘ଡବଲ ଏକ୍ସଏଲ୍‌’ ଏକ କମେଡି ଫିଲ୍ମ, ଯାହା ଜରିଆରେ ଦର୍ଶକମାନଙ୍କୁ ମନୋରଞ୍ଜନର ଖୋରାକ ସହିତ ଏକ ସଚେତନଧର୍ମୀ ବାର୍ତ୍ତା ଦେବାକୁ ଚେଷ୍ଟା କରାଯାଇଛି। ଖାସ୍‌ କରି, ଯେଉଁମାନଙ୍କ ନଜରରେ ଯୁବତୀ ଓ ମହିଳାମାନଙ୍କ ସୁନ୍ଦରତାର ଅର୍ଥ ପତଳା, ସେହି ସମାଜର ଲୋକଙ୍କୁ ଫିଲ୍ମ ଜରିଆରେ ଆଇନା ଦେଖାଯାଇଛି। ‘ଡବଲ ଏକ୍ସଏଲ୍‌’ର ଟ୍ରେଲର ଦେଖିବା ତ, ଏହାକୁ ଫ୍ୟାନମାନଙ୍କଠାରୁ ପିଜିଟିଭ୍‌ ରେସ୍‌ପନ୍ସ ମିଳୁଛି। ଲୋକେ ହୁମା ଓ ସୋନାକ୍ଷୀଙ୍କୁ ଏକାଠି ଦେଖି ବହୁତ ଖୁସି ଅଛନ୍ତି। ସେମାନଙ୍କ କେମିଷ୍ଟ୍ରି ଫ୍ୟାନ୍‌ମାନଙ୍କୁ ବହୁତ ପସନ୍ଦ ଆସୁଛି।

ସେପଟେ ଫିଲ୍ମର କନ୍‌ସେପ୍ଟକୁ ମଧ୍ୟ ଲୋକମାନେ ବେଶ୍‌ ପ୍ରଶଂସା କରୁଛନ୍ତି। ଫିଲ୍ମ ପାଇଁ ହୁମା ଓ ସୋନାକ୍ଷୀ, ଉଭୟଙ୍କୁ ନିଜ ନିଜ ଓଜନ ଢେର୍‌ ବଢ଼ାଇବାକୁ ପଡ଼ିଥିଲା। ଫିଲ୍ମର ଆକ୍ଟର ଜହୀରଙ୍କ ମୁତାବକ, ଦୁଇ ଅଭିନେତ୍ରୀ ୧୫ରୁ ୨୦ କିଲୋ ପର୍ଯ୍ୟନ୍ତ ନିଜର ଓଜନ ବଢ଼ାଇଥିଲେ। ଏଥିପାଇଁ ସେମାନେ ଏକ ସ୍ୱତନ୍ତ୍ର ଡାଏଟ୍‌ ଫଲୋ କରିଥିଲେ, ଯେପରି ସେମାନେ ନିଜର ଚରିତ୍ରକୁ ଜଷ୍ଟିଫାଏ କରି ପାରିବେ। କହି ରଖୁଛୁ, ‘ଡବଲ ଏକ୍ସଏଲ୍‌’ ଆସନ୍ତା ୧୪ ଅକ୍ଟୋବରରେ ରିଲିଜ୍‌ ହେବାକୁ ଯାଉଛି।

ଫିଲ୍ମର କାହାଣୀ ଦିଲ୍ଲୀ, ମେରଠ ଓ ମୁମ୍ବାଇର ପରିବେଶ ଉପରେ ପର୍ଯ୍ୟବସିତ ରହିଛି। ଏଥିରେ ସୋନାକ୍ଷୀ ସିହ୍ନା ଓ ହୁମା କୁରୈସୀଙ୍କ ସହ ଜହୀର ଇକବାଲ ଓ ମହତ ରାଘବେନ୍ଦ୍ର ମଧ୍ୟ ନଜର ଆସିବେ। ତେବେ ଫିଲ୍ମର ବଡ଼ ସରପ୍ରାଇଜ୍‌ ବିଷୟରେ କଥା ହେବା ତ ‘ଡବଲ ଏକ୍ସଏଲ୍‌’ରେ ଜଣାଶୁଣା ଭାରତୀୟ କ୍ରିକେଟର ଶିଖର ଧଓ୍ଵନ ବହୁତ ଖାସ୍‌ ଅନ୍ଦାଜରେ ନଜର ଆସିବେ।

video courtesy: T-Series

ନିଜ ରୋଲ ବିଷୟରେ ଶିଖର ଧଓ୍ଵନ କୁହନ୍ତି, ତାଙ୍କ ନିର୍ଣ୍ଣୟ ବହୁତ ସହଜ ଥିଲା। ଦେଶ ପାଇଁ ଖେଳୁଥିବା ଜଣେ ଆଥ୍‌ଲେଟର ଜୀବନ ସବୁବେଳେ ବ୍ୟସ୍ତ ଥାଏ। ସେ କହିଥିଲେ କି, ଭଲ ଭଲ ମନୋରଞ୍ଜନ ଭିତ୍ତିକ ଫିଲ୍ମ ଦେଖିବାରେ ମୋର ବହୁତ ସଉକ ଅଛି। ଯେତେବେଳେ ଏହି ଅଫର ମୋ ପାଖକୁ ଆସିଲା ଏବଂ ମୁଁ କାହାଣୀ ଶୁଣିଲି, ତ ମୋ ଉପରେ ଏହାର ଗଭୀର ପ୍ରଭାବ ପଡ଼ିଥିଲା। ଶିଖର ଧଓ୍ଵନ କହିଥିଲେ, ଏହି ଫିଲ୍ମ ପୂରା ସମାଜ ପାଇଁ ଏକ ସୁନ୍ଦର ବାର୍ତ୍ତା ଦେଉଛି ଏବଂ ମୁଁ ଆଶା ରଖିଛି ଯେ ସେ ଯାହା ବି ହେଉ ଅନେକ ଯୁବକ, ଯୁବତୀ ଏଣିକି ନିଜ ସ୍ୱପ୍ନ ପଛରେ ଦୌଡ଼ିବେ। କହି ରଖୁଛୁ, ଫିଲ୍ମ ‘ଡବଲ ଏକ୍ସଏଲ୍‌’ ଗୁଲଶନ କୁମାର, ଟି-ସିରିଜ୍‌, ଓ୍ଵାକାଓ ଫିଲ୍ମସ୍‌ ଏବଂ ମୁଦସର ଅଜିଜ୍‌ଙ୍କ ଦ୍ୱାରା ନିର୍ମାଣ କରାଯାଇଛି।

Roshni

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

12 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

22 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

33 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago