Categories: ମନୋରଂଜନ

ହାଇଦ୍ରାବାଦ ଏନ୍‌କାଉଣ୍ଟରରେ ବଲିଉଡ ଜଣାଇଲା ପ୍ରତିକ୍ରିୟା, ସ୍ୱରା କହିଲେ‘ ନ୍ୟାୟ ନୁହେଁ, ପୋଲିସ ନିୟମ ଭାଙ୍ଗିଛି’

ହାଇଦ୍ରାବାଦ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାର ମୁଖ୍ୟ ୪ ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟରରେ ହତ୍ୟା କରିଛି। ଯାହାକୁ ନେଇ ବଲିଉଡର ଅନେକ କଳାକାର ବିଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କିଏ ପୋଲିସର କାମକୁ ପ୍ରଶଂସା କରିଥିବା ବେଳେ ଆଉ କିଏ ପୋଲିସ ନିୟମ ଭାଙ୍ଗିଛି ବୋଲି ପ୍ରତିକ୍ରିୟା ମିଳିଛି।

ଫିଲ୍ମ ମେକର ଅଶୋକ ପଣ୍ଡିତ କହିଛନ୍ତି, ‘ତେଲଙ୍ଗାନା ପୁଲିସ ଉପରେ କୌଣସି ପ୍ରଶ୍ନ ଉଠିବା ଉଚିତ ନୁହେଁ। ଦୁଷ୍କର୍ମ ଏବଂ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର କରି ଭଲ କରିଛି। ପୋଲିସର ଏପରି କାର୍ଯ୍ୟକୁ ପ୍ରଶଂସା କରିବା ସହିତ ସମ୍ମାନ ମିଳିବା ଉଚିତ।

ଏହାକୁ ନେଇ ସ୍ୱରା ଭାସ୍କର କହିଛନ୍ତି, ‘ଏହା ନ୍ୟାୟ ହୋଇନାହିଁ। ପୋଲିସ ନିୟମ ଭାଙ୍ଗିଛି। ଯାହା ବହୁତ ଭୁଲ କଥା। ଏମିତିରେ ନ୍ୟାୟିକ ପ୍ରକ୍ରିୟାର କ’ଣ ମୂଲ୍ୟ ରହିଛି ବୋଲି ସ୍ୱରା ପ୍ରଶ୍ନ କରିଛନ୍ତି।

ଋଷି କପୁର ପୋଲିସର ଏଭଳି କାର୍ଯ୍ୟକୁ ନେଇ ଟ୍ଵିଟ୍‌ କରିଛନ୍ତି। ସେ ଲେଖିଛନ୍ତି, ‘ବାହାଦୂର ତେଲେଙ୍ଗାନା ପୋଲିସ, ପୋଲିସକୁ ମୋର ଧନ୍ୟବାଦ’।

ଏହାଛଡା ଅନୁପମ ଖେର ମଧ୍ୟ ଟ୍ଵିଟ୍‌ କରି ଲେଖିଛନ୍ତି, ‘ଜୟ ହୋ ତେଲେଙ୍ଗାନା ପୋଲିସ। ଯେଉଁମାନେ ଏଭଳି ଜଘନ୍ୟ ଅପରାଧ ଘଟାଇଛନ୍ତି, ତାଙ୍କୁ ଏଭଳି ଦଣ୍ଡ ମିଳିବା ଉଚିତ।

Swagatika

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

2 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

2 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

2 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

2 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

2 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

3 hours ago