Categories: ମନୋରଂଜନ

ଯେଉଁ ଅଭିନେତାଙ୍କ ପ୍ରେମରେ ପାଗେଳି ଥିଲେ ମୌନି, ଆଜି ସେହି ଅଭିନେତା ଚିହ୍ନିବାକୁ କରିଦେଲେ ମନା

ଛୋଟ ପରଦାର ବଡ଼ ନାୟିକା ମୌନି ରୟ । ଯାହାଙ୍କୁ କୌଣସି ପରିଚୟର ନାହିଁ ଆବଶ୍ୟକତା। ଲୋକପ୍ରିୟ ଧାରାବାହିକ ନାଗିନରେ ଦମଦାର ଅଭିନୟ କରି ସାରା ଦେଶବାସୀଙ୍କ ହୃଦୟରେ ରାଜ କରୁଛନ୍ତି ମୌନି । ଆଉ ଏହି ଶୋ ହିଁ ତାଙ୍କ କ୍ୟାରିୟର ର ସବୁଠାରୁ ବଡ ଟର୍ଣ୍ଣି ପଏଣ୍ଟ ବନି ଗଲା।

କେବଳ ଛୋଟ ପରଦା କାହିଁକି ବଡ ପରଦାରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି ମୌନି । ହେଲେ ସଫଳତା ର ଶୀର୍ଷରେ ଥାଇ ବ ମୌନିଙ୍କ ମନରେ ରହିଯାଇଛି ଏମିତି ଏକ ଦୁଃଖ ଯାହା ବୋଧେ କେବେ ଯାଇ ନପାରେ । ସେ ଦୁଃଖ ଆଉ କିଛି ନୁହେଁ ସେ ହେଉଛନ୍ତି ମୋହିତ ରାଏନା । ଆଜ୍ଞା ହଁ ଆମେ କହୁଛୁ ଛୋଟ ପରଦାର ସବୁଠାରୁ ହାଣ୍ଡସମ ଏବଂ ଲୋକପ୍ରିୟ ଅଭିନେତା ରୋହିତଙ୍କ କଥା।

ମୋହିତ ଯିଏ ଦିନେ ମୌନିଙ୍କ ମନରେ କରୁଥିଲେ ରାଜ । ଉଭୟଙ୍କ ପ୍ରେମର ଚର୍ଚ୍ଚା ଅନେକ ସମୟରେ ଶୁଣିବାକୁ ମିଳୁଥିଲା । ଏପରିକି ଖୁବ ଶୀଘ୍ର ଉଭୟ ବିବାହ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଲୁଥିଲା। ହେଲେ କୌଣସି କାରଣରୁ ଅଲଗା ହୋଇଗଲେ ଏହି ପ୍ରେମୀ ଯୁଗଳ । ଆଉ ଅଲଗା ହେବାର କାରଣ କଣ ତାହା ନା ମୌନି କହିଲେ ନା ରୋହିତ।

ଯେତେବେଳେ ମୋହିତ ବଲିଉଡରେ ଡେବ୍ୟୁ କଲେ ସେତେବେଳେ ମୌନି ତାଙ୍କୁ ଉଇସ କରିଥିଲେ କି ନାହିଁ ଏନେଇ ଏକ ସାକ୍ଷାତକାରରେ ଯେଉଁ ଉତ୍ତର ଦେଇଥିଲେ ମୋହିତ ତାହା ନିଶ୍ଚୟ ମୌନିଙ୍କୁ କଷ୍ଟ ଦେଇଥିବ । ରୋହିତ କହିଥିଲେ ମତେ ଦିନସାରା କେତେ ଉଇସ ଆସୁଛି । ମୁଁ ସବୁବେଳେ ମୋ କାମରେ ଧ୍ୟାନ ଦେବାକୁ ପସନ୍ଦ କରେ। ମୁଁ ଜାଣିନି ଆପଣମାନେ କାହା କଥା ପଚାରୁଛନ୍ତି। ରୋହିତଙ୍କ ଏହି କଥାରୁ ସ୍ପଷ୍ଟ ହେଉଛି ଉଭୟଙ୍କ ମଧ୍ୟରେ ତିକ୍ତତା ଏତେ ବଢିଯାଇଛି ଯେ ଆଜି ସେ ମୌନିଙ୍କୁ ଚିହ୍ନିବାକୁ ମଧ୍ୟ ନାରାଜ ।

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

10 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

20 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

54 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago