ଯେଉଁ ଅଭିନେତାଙ୍କ ପ୍ରେମରେ ପାଗେଳି ଥିଲେ ମୌନି, ଆଜି ସେହି ଅଭିନେତା ଚିହ୍ନିବାକୁ କରିଦେଲେ ମନା

ଛୋଟ ପରଦାର ବଡ଼ ନାୟିକା ମୌନି ରୟ । ଯାହାଙ୍କୁ କୌଣସି ପରିଚୟର ନାହିଁ ଆବଶ୍ୟକତା। ଲୋକପ୍ରିୟ ଧାରାବାହିକ ନାଗିନରେ ଦମଦାର ଅଭିନୟ କରି ସାରା ଦେଶବାସୀଙ୍କ ହୃଦୟରେ ରାଜ କରୁଛନ୍ତି ମୌନି । ଆଉ ଏହି ଶୋ ହିଁ ତାଙ୍କ କ୍ୟାରିୟର ର ସବୁଠାରୁ ବଡ ଟର୍ଣ୍ଣି ପଏଣ୍ଟ ବନି ଗଲା।

mouni-and-mohit-newsକେବଳ ଛୋଟ ପରଦା କାହିଁକି ବଡ ପରଦାରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି ମୌନି । ହେଲେ ସଫଳତା ର ଶୀର୍ଷରେ ଥାଇ ବ ମୌନିଙ୍କ ମନରେ ରହିଯାଇଛି ଏମିତି ଏକ ଦୁଃଖ ଯାହା ବୋଧେ କେବେ ଯାଇ ନପାରେ । ସେ ଦୁଃଖ ଆଉ କିଛି ନୁହେଁ ସେ ହେଉଛନ୍ତି ମୋହିତ ରାଏନା । ଆଜ୍ଞା ହଁ ଆମେ କହୁଛୁ ଛୋଟ ପରଦାର ସବୁଠାରୁ ହାଣ୍ଡସମ ଏବଂ ଲୋକପ୍ରିୟ ଅଭିନେତା ରୋହିତଙ୍କ କଥା।

mouni_mohit_thumbମୋହିତ ଯିଏ ଦିନେ ମୌନିଙ୍କ ମନରେ କରୁଥିଲେ ରାଜ । ଉଭୟଙ୍କ ପ୍ରେମର ଚର୍ଚ୍ଚା ଅନେକ ସମୟରେ ଶୁଣିବାକୁ ମିଳୁଥିଲା । ଏପରିକି ଖୁବ ଶୀଘ୍ର ଉଭୟ ବିବାହ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଲୁଥିଲା। ହେଲେ କୌଣସି କାରଣରୁ ଅଲଗା ହୋଇଗଲେ ଏହି ପ୍ରେମୀ ଯୁଗଳ । ଆଉ ଅଲଗା ହେବାର କାରଣ କଣ ତାହା ନା ମୌନି କହିଲେ ନା ରୋହିତ।

m12ଯେତେବେଳେ ମୋହିତ ବଲିଉଡରେ ଡେବ୍ୟୁ କଲେ ସେତେବେଳେ ମୌନି ତାଙ୍କୁ ଉଇସ କରିଥିଲେ କି ନାହିଁ ଏନେଇ ଏକ ସାକ୍ଷାତକାରରେ ଯେଉଁ ଉତ୍ତର ଦେଇଥିଲେ ମୋହିତ ତାହା ନିଶ୍ଚୟ ମୌନିଙ୍କୁ କଷ୍ଟ ଦେଇଥିବ । ରୋହିତ କହିଥିଲେ ମତେ ଦିନସାରା କେତେ ଉଇସ ଆସୁଛି । ମୁଁ ସବୁବେଳେ ମୋ କାମରେ ଧ୍ୟାନ ଦେବାକୁ ପସନ୍ଦ କରେ। ମୁଁ ଜାଣିନି ଆପଣମାନେ କାହା କଥା ପଚାରୁଛନ୍ତି। ରୋହିତଙ୍କ ଏହି କଥାରୁ ସ୍ପଷ୍ଟ ହେଉଛି ଉଭୟଙ୍କ ମଧ୍ୟରେ ତିକ୍ତତା ଏତେ ବଢିଯାଇଛି ଯେ ଆଜି ସେ ମୌନିଙ୍କୁ ଚିହ୍ନିବାକୁ ମଧ୍ୟ ନାରାଜ ।

Leave A Reply

Your email address will not be published.