ସରଳୀକରଣ ହେବ ଇନ୍କମ୍ ଟ୍ୟାକ୍ସ ରିଟର୍ଣ୍ଣ , ୬୩ ଦିନ ନୁହଁ ଗୋଟିଏ ଦିନରେ ମିଳିବ ରିଟର୍ଣ୍ଣ

ଦିଲ୍ଳୀ(କେନ୍ୟୁଜ୍) : ଏବେ ୬୩ ଦିନ ନୁହଁ, ଗୋଟିଏ ଦିନରେ ମିଳିବ ଇନ୍କମ୍ ଟ୍ୟାକ୍ସ ରିଟର୍ଣ୍ଣ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି । ୪୨୪୧ କୋଟି ଟଙ୍କାର ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ପ୍ରକଳ୍ପ କାର୍ୟ୍ୟକାରୀ ପାଇଁ ସରକାର ଆଇଟି କମ୍ପାନୀ ଇନଫୋସିସ୍କୁ ଚୟନ କରିଛନ୍ତି । ଏବେ ଆଉ ଟ୍ୟାକ୍ସ ରିଟର୍ଣ୍ଣ ପାଇଁ ଲମ୍ବା ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଫଳରେ ଆୟକରଦାତାଙ୍କୁ ଶୀଘ୍ର ରିଫଣ୍ଡ ଟଙ୍କା ମିଳିପାରିବ ।
କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ଏହି ଯୋଜନା ପ୍ରାୟ ୧୮ ମାସ ମଧ୍ୟରେ ପୂରା କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାକୁ ତିନି ମାସର ପରୀକ୍ଷଣ ପରେ ଲଞ୍ଚ କରାଯିବ । ଗୋଏଲ ଏହା ମଧ୍ୟ କହିଛନ୍ତି, ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ୧.୮୩ ଲକ୍ଷ କୋଟି ଟଙ୍କା ଟ୍ୟାକ୍ସ ରିଫଣ୍ଡ ହୋଇଛି । ସେପଟେ ଇନଫୋସିସ୍ କହିଛି, ବିଡିଂ ପ୍ରଣାଳୀ ପରେ ଏହି ଯୋଜନାକୁ ଲାଗୁ କରିବାକୁ ଚୟନ କରାଯାଇଛି ।