ମାଉଥୱାଶ୍ ବ୍ୟବହାର କରୁଥିଲେ ହୋଇଯାନ୍ତୁ ସାବଧାନ! ନଚେତ୍ ପଡିପାରନ୍ତି ଏହି ଭୟଙ୍କର ରୋଗରେ. . .

ଅଧିକାଂଶ ଲୋକ ଟୁଥପେଷ୍ଟ ବଦଳରେ ମାଉଥୱାଶ୍ ବ୍ୟବହାର କରିଥାନ୍ତି। କିନ୍ତୁ ଏହା ସେମାନେ ଜାଣି ନଥାନ୍ତି ଯେ, ମାଉଥୱାଶ୍ ସ୍ୱାସ୍ଥ୍ୟ ପାଇଁ ହାନିକାରକ।

-ନିକଟରେ ଏକ ଗବେଷଣାରୁ ଜଣାପଡ଼ିଛି, ଦିନକୁ ଦୁଇ ଥର ମାଉଥୱାଶ କରୁଥିବା ବ୍ୟକ୍ତିଙ୍କୁ ଟାଇପ୍-୨ ଡାଇବେଟିସ୍ ହେବାର ୫୫ ପ୍ରତିଶତ ଆଶଙ୍କା ରହିଛି।

-ହାଭାର୍ଡ୍ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲଥର ରିପୋର୍ଟ ଅନୁସାରେ, ମୁହଁରେ ଥିବା ଉପକାରୀ ଜୀବାଣୁ ଆଣ୍ଟି-ବ୍ୟାକ୍ଟେରିଆଲ୍ ମାଉଥୱାଶ ପରି ତରଳ ପଦାର୍ଥର ବ୍ୟବହାର ଦ୍ୱାରା ନଷ୍ଟ ହୋଇ ଯାଇଥାନ୍ତି।

Mouthwash dance-ଏହି ଉପକାରୀ ଜୀବାଣୁ ଆପଣଙ୍କ ଶରୀରକୁ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରିଥାନ୍ତି। କିନ୍ତୁ ମାଉଥୱାଶର ବ୍ୟବହାର ଯୋଗୁ ଏହି ଉପକାରୀ ଜୀବାଣୁ ଶେଷ ହୋଇଯାନ୍ତି।

-ରିପୋର୍ଟରେ ଏହା ମଧ୍ୟ ପ୍ରକାଶ କରାଯାଇଛି ଯେ ଯେଉଁ ବ୍ୟକ୍ତି ଦିନରେ ଦୁଇ ଥର ମାଉଥୱାଶ ବ୍ୟବହାର କରନ୍ତି, ସେମାନଙ୍କ ଶରୀରରେ ତିନି ବର୍ଷ ମଧ୍ୟରେ ଡାଇବେଟିସ୍ ବା ବ୍ଲଡ୍ ସୁଗାର୍ ସମସ୍ୟା ହେବାର ଆଶଙ୍କା ଅଧିକ ରହିଛି।

-ଏହି ଗବେଷଣାରେ ୪୦ ରୁ ୬୫ ବର୍ଷ ବୟସ୍କର ୧,୨୦୬ଜଣ ମୋଟା ବ୍ୟକ୍ତିଙ୍କୁ ସାମିଲ୍ କରାଯାଇଥିଲା। ଏମାନେ ସମସ୍ତେ ଡାଇବେଟିସ ରୋଗରେ ପୀଡ଼ିତ ଥିଲେ।

Cute couple brushing their teeth at home in the bathroom-ଗବେଷଣା ପରେ ଜଣାପଡ଼ିଥିଲା, ଏମାନଙ୍କ ମଧ୍ୟରୁ ଯେଉଁମାନେ ଦିନକୁ ଥରେ ମାଉଥ୍ୱାଶ୍ ବ୍ୟବହାର କରୁଥିଲେ, ସେମାନଙ୍କ ମଧ୍ୟରେ ୧୭ ପ୍ରତିଶତ ଲୋକଙ୍କ ଶରୀରରେ ପ୍ରି-ଡାଇବେଟିସ୍ର ଲକ୍ଷଣ ବିକଶିତ ହେବା ଦେଖାଯାଇଥିଲା।

-ସେହିପରି ଯେଉଁ ବ୍ୟକ୍ତି ଦିନକୁ ଦୁଇ ଥର ମାଉଥୱାଶ ବ୍ୟବହାର କରୁଥିଲେ, ସେମାନଙ୍କ ଶରୀରରେ ୩୦ ପ୍ରତିଶତ ପ୍ରି-ଡାଇବେଟିସର ଲକ୍ଷଣ ଦେଖା ଯାଇଥିଲା।

-ତେଣୁ ଏହା ଧ୍ୟାନରେ ରଖିବା ଜରୁରୀ ଯେ, ସୁସ୍ଥ ବ୍ୟାକ୍ଟେରିଆଙ୍କ ଯୋଗୁ ଆମ ଶରୀର ମୋଟାପଣ ଓ ଡାଇବେଟିସ୍ ଠାରୁ ଦୂରରେ ରହିଥାଏ। ଏଥିପାଇଁ ଶରୀରକୁ ସୁସ୍ଥ ରଖିବା ପାଇଁ ବ୍ୟକ୍ତିଙ୍କୁ ଦିନକୁ ଦୁଇଥର ବ୍ରଶ୍ କରିବା ଉଚିତ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.