ସତ୍ୟବାଦୀ ରାଜା ହରିଶ୍ଚନ୍ଦ୍ର ମଧ୍ୟ ମିଛ କହିଥିଲେ, ଜାଣନ୍ତୁ କଣ ଥିଲା ସେହି ମିଛର କାରଣ

ରାଜା ହରିଶ୍ଚନ୍ଦ୍ରଙ୍କର ଛୁଆ ହେଉନଥିଲା। ସେ ବରୁଣ ଦେବତାଙ୍କର ପୂଜା କଲେ ଏବଂ ତାଙ୍କୁ କହିଲେ ଯେ ଯଦି ଆପଣ ମୋତେ ଗୋଟିଏ ପୁତ୍ର ଦେବେ ତେବେ ତାକୁ ଯଜ୍ଞ ପଶୁ ବନାଇ ଆପଣଙ୍କ ଯଜ୍ଞ କରାଇବି। ବରୁଣ ଦେବତା ତଥାସ୍ତୁ କହି ଚାଲିଗଲେ।
ହରିଶ୍ଚନ୍ଦ୍ରଙ୍କର ପୁତ୍ର ହେଲା ଏବଂ ତାଙ୍କ ନାମ ରଖାଗଲା ରୋହିତ।

ବରୁଣ ଦେବତା ଯଜ୍ଞ ପାଇଁ କହିଲେ କିନ୍ତୁ ହରିଶ୍ଚନ୍ଦ୍ରଙ୍କୁ ପିଲା ଉପରେ ବହୁତ ସ୍ନେହ ଆସିଗଲା। ସେ କହିଲେ ଯେ ଯେତେବେଳେ ପୁତ୍ର ୧୦ ମାସର ହୋଇଯିବ ସେତେବେଳେ ଯଜ୍ଞର ଉପଯୁକ୍ତ ହୋଇପାରିବ। ଭଗବାନ ବରୁଣ କହିଲେ ଠିକ ଅଛି। ୧୦ ମାସ ପରେ ବରୁଣ ପ୍ରଶ୍ନ କରିବାରୁ ହରିଶ୍ଚନ୍ଦ୍ର କହିଲେ ଛୁଆର ଦାନ୍ତ ଉଠିଯାଉ, ତାହାପରେ ଯଜ୍ଞ କରିବା।

harishchandraଏମିତି ବାହାନା କରି ହରିଶ୍ଚନ୍ଦ୍ର ଭଗବାନ ବରୁଣଙ୍କୁ ଅନେକ ବର୍ଷ ପର‌୍ୟ୍ୟନ୍ତ ଅପେକ୍ଷା କରାଇଲେ। ବାସ୍ତବରେ ହରିଶ୍ଚନ୍ଦ୍ରଙ୍କୁ ପିଲାରେ ମୋହ ଲାଗିଯାଇଥିଲା ଏବଂ ସେ ସେହି ପୁତ୍ରକୁ ହରାଇବାକୁ ଚାହୁଁନଥିଲା। ତେଣୁ ହରିଶ୍ଚନ୍ଦ୍ର ବରୁଣ ଦେବତାଙ୍କୁ ବାହାନା କରିଚାଲିଥିଲେ। ଯେତେବେଳେ ରୋହିତକୁ ଏହି ବିଷୟରେ ଜଣାପଡିଲା ତେବେ ସେ ଜଙ୍ଗଲ ଅଭିମୁଖେ ବାହାରି ଗଲେ। କିଛି ବର୍ଷ ପରେ ଜଣା ପଡିଲା ଯେ ବରୁଣ ଦେବତା ହରିଶ୍ଚନ୍ଦ୍ରଙ୍କ ଉପରେ ଆକ୍ରମଣ କରିଛନ୍ତି ଏବଂ ସେ ରୋଗରେ ପଡିଛନ୍ତି।

ଏହା ସହ ପଢ଼ନ୍ତୁ : କଣ ଆପଣ ଜାଣନ୍ତି ଶାହୀ ସ୍ନାନ ପୂର୍ବରୁ କଣ କରିଥାନ୍ତି ନାଗା ସାଧୁ, ଯଦି ଜାଣି ନାହାନ୍ତି ତେବେ ପଢ଼ନ୍ତୁ ଏହି ଖବର

ତେବେ ରୋହିତ ଘରକୁ ଯିବାକୁ ବାହାରିଲେ ସେହି ସମୟରେ ତାଙ୍କୁ ଇନ୍ଦ୍ର ଦେବତା ଅଟକାଇଲେ। ୬ ବର୍ଷ ପରେ ରୋହିତ ଅଜିତର୍ଗ ନାମକ ଏକ ଗରୀବ ବ୍ରାହ୍ମଣଙ୍କ ଠାରୁ ତାଙ୍କୁ ପୁଅକୁ କିଣିଲେ। ତାକୁ ଯଜ୍ଞ ପଶୁ ବନାଇ ଯଜ୍ଞ କରିବା ପରେ ହରିଶ୍ଚନ୍ଦ୍ରଙ୍କ ରୋଗରୁ ଆରୋଗ୍ୟ ହେଲେ। ଏହାପରେ ବରୁଣ ଦେବତା ତାଙ୍କୁ କ୍ଷମା କରିଦେଲେ।

Leave A Reply

Your email address will not be published.