ଜୟପୁର ସୌରଗୁଡାରେ ବାବା ଓ ମାତାଙ୍କ ଆବିର୍ଭାବ , ଜୀବନ୍ତ ଠାକୁର ଭାବେ ପୂଜା କରୁଛନ୍ତି ଲୋକେ

ଜୟପୁର(କେନ୍ୟୁଜ୍) : ଜୟପୁର ସୌରଗୁଡା ଅଞ୍ଚଳରେ ଚାଲିଛି ଆଦିଅନନ୍ତାୟ ବାବାଙ୍କ ମହାଯଜ୍ଞ । ଅନ୍ୟାୟ ଅପରାଧରୁ ଦୁରେଇ ସମାଜରେ ମଙ୍ଗଳ ଓ ଶାନ୍ତି ସ୍ଥାପନା ଏହି ଯଜ୍ଞର ମୂଳ ଉଦେଶ୍ୟ ବୋଲି କହିଛନ୍ତି ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକେ । ତେବେ ଦୁଇଟି ମାଟି ମୂର୍ତ୍ତୀରେ ଜୀବନ୍ତ ମଣିଷକୁ ବସାଇ ପ୍ରଭୁ ଓ ମା’ଙ୍କ ରୂପରେ ପୂଜା କରାଯାଉଥିବା ଚର୍ଚ୍ଚାରେ ରହିଛି । ନାଗମୂର୍ତ୍ତୀ ଓ ପଦ୍ମ ଫୁଲର ମୂର୍ତ୍ତୀ କରାଯାଇ ସେଥିରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ବସାଇ ପ୍ରଭୁ ଓ ମାଙ୍କୁ ମା ଲକ୍ଷ୍ମୀ ଓ ନାରାୟଣ ରୂପେ ପୂଜା କରାଯାଉଛି । ତେବେ ବାବା ଅନନ୍ତକେଶରୀ ଓ ମାତା ମହେଶ୍ବରୀଙ୍କ  ଏଭଳି ପୂଜା ଓ ଆଳତିକୁ ହେତୁବାଦୀ ଓ ମନୋବାଦୀମାନେ ଅବିଶ୍ବାସ କରୁଛନ୍ତି । ଆଜିକାଲିକା ଦୁନିଆରେ ଲୋକେ ନିଜ ମା ବାବାଙ୍କୁ ଅନାଦାର କରୁଥିବାବେଳେ ଏଭଳି ପରିସ୍ଥିତରେ ଏହା ଏକ ଅନ୍ଧ ବିଶ୍ବାସ ଓ ସଚେତନତାର ଅଭାବ ବୋଲି କହିଛନ୍ତି ବୁଦ୍ଧିଜୀବୀ । ତେବେ ଅନ୍ୟପଟେ ସାତ ଦିନ ଧରି ଏ ଅଞ୍ଚଳରେ ଚାଲୁଥିବା ଏହି ପୂଜାକୁ ଗାଁ ଲୋକେ ସ୍ବାଗତ କରିଥିବା ଜଣାପଡିଛି ।

Leave A Reply

Your email address will not be published.