ଦୀପାବଳି ପରଦିନ ସମଗ୍ର ଦେଶରେ ଭାଇଦୁଜ୍ ପର୍ବ ପାଳନ କରାଯାଇଥାଏ। ବଲିଉଡ ଏବଂ ଟିଭି କଳାକାର ମାନେ ମଧ୍ୟ ଏହି ପର୍ବକୁ ବେଶ୍ ଧୁମଧାମରେ ପାଳନ କରିଥାନ୍ତି। ଏହାକୁ ନେଇ ଅଭିନେତା କୁନାଲ ଖେମୁ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ତାଙ୍କ ଭଉଣୀଙ୍କ ସହିତ ଭାଇଦୁଜ ପର୍ବ ପାଳନ କରୁଥିବାର ନଜର ଆସିଛନ୍ତି। ଏହି ଭିଡିଓ ମଝିରେ ଛୋଟ ଇନାୟାଙ୍କ ଏଣ୍ଟ୍ରି ଦେଖିବାକୁ ମିଳିଛି। ଇନାୟାଙ୍କୁ ଗାୟତ୍ରୀ ମନ୍ତ୍ର ପଢିବାକୁ ଯେତେବେଳେ କୁହାଗଲା, ସେ ତାଙ୍କ ଛୋଟ ସୁନ୍ଦର କଣ୍ଠରେ ଏହି ମନ୍ତ୍ର ପଢିବାକୁ ଆରମ୍ଭ କରିଥିଲେ।
ଏତେ ଛୋଟ ବେଳରୁ ଇନାୟା ଏପରି ସୁନ୍ଦର ଭାବେ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରି ସୁନ୍ଦର ଭାବେ କହୁଥିବା ସମସ୍ତଙ୍କୁ ଚକିତ କରିଦେଇଛି। ଆପଣ ମଧ୍ୟ ଇନାୟାଙ୍କ ଏହି ଭିଡିଓ ଦେଖି ଖୁସି ହୋଇଯିବେ। ଇନାୟାଙ୍କ ଏହି ଭିଡିଓ ଦେଖି ଅନେକ ବଲିଉଡ କଳାକାର ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି।
ସୂଚନାଯୋଗ୍ୟ, କିଛି ଦିନ ତଳେ ନବାବ ଏବଂ କପୁର ପରିବାର ଛୁଟି କାଟିବାକୁ ଯାଇଥିଲେ। ଏହି ସମୟର କିଛି ଭିଡିଓ କୁନାଲ ଖେମୁ ସେୟାର କରିଥିଲେ, ଯେଉଁଥିରେ ଇନାୟା ଏବଂ ତୈମୁର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା।
ମେଷ: ଅନ୍ୟମାନଙ୍କ ସଫଳତା ଦ୍ୱାରା ଆର୍ଥିକ ଲାଭବାନ ହେବେ । ପ୍ରେମ କରୁଥିବା ଲୋକଙ୍କୁ ସାଥୀଙ୍କ କଥାକୁ ବୁଝିବାକୁ ପଡ଼ିବ,…
ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ଯରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା…
ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସେଲିବ୍ରିଟିଙ୍କ ଗହଳି। ଶାହାରୁଖ ଖାନ, ରଜନୀକାନ୍ତ, ଅକ୍ଷୟ କୁମାର ସାମିଲ ହୋଇଥିଲେ। ଅନୀଲ କପୁର,…
ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି । ଶେଷ…
ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ ।…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ …