କୁନି ଇନାୟାଙ୍କ କଣ୍ଠରେ ଗାୟତ୍ରୀ ମନ୍ତ୍ର, ଯାହାକୁ ଶୁଣିଲେ ଆପଣଙ୍କର ମଧ୍ୟ ହୋଇଯିବ ମନମୁଗ୍ଧ

ଦୀପାବଳି ପରଦିନ ସମଗ୍ର ଦେଶରେ ଭାଇଦୁଜ୍‌ ପର୍ବ ପାଳନ କରାଯାଇଥାଏ। ବଲିଉଡ ଏବଂ ଟିଭି କଳାକାର ମାନେ ମଧ୍ୟ ଏହି ପର୍ବକୁ ବେଶ୍‌ ଧୁମଧାମରେ ପାଳନ କରିଥାନ୍ତି। ଏହାକୁ ନେଇ ଅଭିନେତା କୁନାଲ ଖେମୁ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ତାଙ୍କ ଭଉଣୀଙ୍କ ସହିତ ଭାଇଦୁଜ ପର୍ବ ପାଳନ କରୁଥିବାର ନଜର ଆସିଛନ୍ତି। ଏହି ଭିଡିଓ ମଝିରେ ଛୋଟ ଇନାୟାଙ୍କ ଏଣ୍ଟ୍ରି ଦେଖିବାକୁ ମିଳିଛି। ଇନାୟାଙ୍କୁ ଗାୟତ୍ରୀ ମନ୍ତ୍ର ପଢିବାକୁ ଯେତେବେଳେ କୁହାଗଲା, ସେ ତାଙ୍କ ଛୋଟ ସୁନ୍ଦର କଣ୍ଠରେ ଏହି ମନ୍ତ୍ର ପଢିବାକୁ ଆରମ୍ଭ କରିଥିଲେ।

 

View this post on Instagram

 

Here’s to spreading light this Bhai Dooj #happybhaidooj

A post shared by Kunal Kemmu (@khemster2) on

ଏତେ ଛୋଟ ବେଳରୁ ଇନାୟା ଏପରି ସୁନ୍ଦର ଭାବେ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରି ସୁନ୍ଦର ଭାବେ କହୁଥିବା ସମସ୍ତଙ୍କୁ ଚକିତ କରିଦେଇଛି। ଆପଣ ମଧ୍ୟ ଇନାୟାଙ୍କ ଏହି ଭିଡିଓ ଦେଖି ଖୁସି ହୋଇଯିବେ। ଇନାୟାଙ୍କ ଏହି ଭିଡିଓ ଦେଖି ଅନେକ ବଲିଉଡ କଳାକାର ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି।
ସୂଚନାଯୋଗ୍ୟ, କିଛି ଦିନ ତଳେ ନବାବ ଏବଂ କପୁର ପରିବାର ଛୁଟି କାଟିବାକୁ ଯାଇଥିଲେ। ଏହି ସମୟର କିଛି ଭିଡିଓ କୁନାଲ ଖେମୁ ସେୟାର କରିଥିଲେ, ଯେଉଁଥିରେ ଇନାୟା ଏବଂ ତୈମୁର ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.