Below header

ପରବର୍ତ୍ତୀ ଦଳାଇ ଲାମା ଚୟନ ନେଇ ଚୀନର ଦାବି, କହିଲା ତିବ୍ବତ କରିପାରିବନି ହସ୍ତକ୍ଷେପ

ଦଳାଇ ଲାମାଙ୍କ ପରବର୍ତ୍ତୀ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟାରେ ଚୀନ ନିଜ କତୃତ୍ଵ ଜାହିର କରିବାକୁ ବସିଛି । ପରବର୍ତ୍ତୀ ଦଳାଇ ଲାମା ଚୟନରେ କେବଳ ଚୀନ ହିଁ ହସ୍ତ କ୍ଷେପ କରିବା ନେଇ ଚୀନ ନିଜ ତରଫରୁ ସଫେଇ ଦେଇଛି । ଚୀନର ଏହି ବୟାନ ଆମେରିକାକୁ ଏକ ପ୍ରକାର କଡା ଜବାବ ଦେଇଛି । ସୂଚନା ଅନୁଯାୟୀ ପୂର୍ବରୁ ଆମେରିକା ତରଫରୁ ଘୋଷଣା କରାଯାଇଥିଲା କି ପରବର୍ତ୍ତୀ ଦଳାଇ ଲାମା ଚୟନ କେବଳ ତିବ୍ବତ ବାସୀ ହିଁ କରିପାରିବେ । ବେଜିଙ୍ଗ ଲୋକଙ୍କର ଏଥିରେ କୌଣସି ଭୂମିକା ରହିବ ନାହିଁ । ଆମେରିକା ଡିପ୍ଲୋମାଟ ସେମ ବ୍ରାଉନ ବ୍ରେକ ଧର୍ମଶାଳା ଠାରେ ଦଳାଇ ଲାମାଙ୍କ ସହ ସାକ୍ଷାତ କରିଥିଲେ ।

dalai lama

ଏହି ଅବସରରେ ସେ କହିଥିଲେ କି ପରବର୍ତ୍ତୀ ଦଳାଇଲାମ ଚୟନ ପ୍ରକ୍ରିୟାରେ କେବଳ ତିବ୍ବତ ଲୋକଙ୍କର ହିଁ ଅଧିକାର ଅଛି । ଏହା ସମ୍ପୂର୍ଣ୍ଣ ରୂପେ ତିବ୍ବତ ଧର୍ମ ସମ୍ପର୍କିତ ଘଟଣା ଅଟେ । ଅନ୍ୟ ପକ୍ଷେ ୮୪ ବର୍ଷୀୟ ଦଳାଇ ଲାମାଙ୍କ ଦେହ ପ୍ରାୟ ସମୟରେ ଖରାପ ରହୁଥିବାରୁ ଜୋରସୋରରେ ତାଙ୍କ ପରବର୍ତ୍ତୀ ଉତ୍ତରାଧିକାରୀଙ୍କୁ ଖୋଜା ଚାଲିଛି । ୧୯୫୯ ମସିହାରେ ଚୀନ ଶାସକଙ୍କ ବିରୋଧରେ ଘୋର ବିଦ୍ରୋହ କରିବା ପରେ ହିଁ ଦଳାଇଲାମା ଏହି ଦେଶରୁ ନିର୍ବାସିତ ହୋଇଥିଲେ । ବର୍ତ୍ତମାନ କିନ୍ତୁ ସେ ହିମାଚଳ ପ୍ରଦେଶର ଧର୍ମଶାଳା ଠାରେ ଏକ ଆଶ୍ରମ ପ୍ରତିଷ୍ଠା କରି ସେହି ଠାରେ ଅବସ୍ଥାନ କରୁଛନ୍ତି । ବର୍ତ୍ତମାନ କିନ୍ତୁ ଚୀନ ପରବର୍ତ୍ତୀ ଦଳାଇ ଲାମା ଚୟନରେ ଏକ ପ୍ରକାର ନିଜ ଅଧିକାର ସାବ୍ୟସ୍ଥ କରିବାରେ ଲାଗିଛି ।

ଏହା ସହ ପଢନ୍ତୁ: ସର୍ବ ସାଧାରଣରେ ନିଜର ଅଶ୍ଳୀଳ ଫୋଟୋ ପ୍ରକାଶ ହେବା ପରେ ଇସ୍ତଫା ଦେଲେ ମହିଳା ସାଂସଦ

ଚୀନର ଏକ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ ଏହା ଚୀନର ଅନ୍ତରୀଣ ମାମଲା ଅଟେ । ସେ ଆହୁରି ମଧ୍ୟ କହିଛନ୍ତି କି ୧୯୫୯ ମସିହାରୁ ଦଳାଇ ଲାମା ରାଜନୈତିକ ନିର୍ବାସନରେ ଅଛନ୍ତି । ରାଜନୈତିକ ନିର୍ବାସନରେ ରହି ସେ ଅନ୍ୟ ଦେଶ ମାନଙ୍କରେ ଚୀନ ବିରୋଧୀ କାର୍ଯ୍ୟ କଳାପ ଜାରି ରଖିଛନ୍ତି । ଅନ୍ୟ ପକ୍ଷେ ଆମେରିକା ଅଧିକାରୀଙ୍କ ଅନୁଯାୟୀ ଆମେରିକା କେବେବି ତିବ୍ବତକୁ ଚୀନର ଅଂଶ ଭାବେ ଗ୍ରହଣ କରେନାହିଁ । ସେ ସର୍ବଦା ତିବ୍ବତର ସ୍ୱାଧୀନତା ହାସଲ ସମ୍ପର୍କରେ ହିଁ ସଂଗ୍ରାମ କରି ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.