Vodafone ଆଣିଲା ୫୦ଟଙ୍କାରୁ କମ୍‌ ମୂଲ୍ୟରେ ଫୁଲ୍‌ ଟକଟାଇମ୍‌ ପ୍ରିପେଡ୍ ପ୍ଳାନସ୍‌

ଟେଲିକମ୍ ମ୍ପାନୀ ଭୋଡାଫୋନ୍ ନିଜର ପ୍ରତିଦ୍ୱନ୍ଦି ଏୟାରଟେଲ୍ ଭଳି ପ୍ରିପେଡ୍ ପ୍ଳାନସ୍ ରେ ଏକ ବଡ ଅଫର ଆଣିଛି । ଭୋଡାଫୋନ୍ ୟୁଜର୍ସ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ୨୦ ଟଙ୍କା ଏବଂ ୩୦ ଟଙ୍କାରେ ଟକ୍ ଟାଇମ୍ ପ୍ଳାନସ୍ କୁ ଆଉଥରେ ଆଣିଛି । ଏହା ସହିତ ସର୍ଭିସ୍ ଭ୍ୟାଲିଡିଟି ଏକ୍ସଟେନସନ୍ ସୁବିଧା ମଧ୍ୟ ଦେଇଛି । ଅନ୍ୟପଟେ ଏହା ପୂର୍ବରୁ କମ୍ପାନୀ ଅଲ୍ ରାଉଣ୍ଡର ପ୍ଳାନ୍ ମଧ୍ୟ ଆଣିଥିଲା ।

ତେବେ ଭୋଡାଫୋନର ଏହି ୨୦ ଏବଂ ୩୦ ଟଙ୍କା ପ୍ଳାନରେ ୟୁଜର୍ସଙ୍କୁ ଫୁଲ୍ ଟକଟାଇମ୍ ଅର୍ଥାତ୍ ୨୦ ଏବଂ ୩୦ ଟଙ୍କା ଦେବାକୁ ପଡିବ । ଏହି ଦୁଇଟି ପ୍ଳାନସ୍ ୨୮ ଦିନର ସର୍ଭିସ୍ ଭ୍ୟାଲିଡିଟି ସହିତ ଆସିବ । ପ୍ରଥମେ ଭୋଡାଫୋନ ୟୁଜର୍ସଙ୍କୁ ଆକାଉଣ୍ଟ ସର୍ଭିସ୍ ଭ୍ୟାଲିଡିଟି ପାଇଁ ୩୫ ଟଙ୍କାର ନ୍ୟୁନତ୍ତମ ରିଚାର୍ଜ କରିବାକୁ ପଡୁଥିଲା । କିନ୍ତୁ ଏବେ ମ୍ପାନୀ ୨୦ ଏବଂ ୩୦ ଟଙ୍କାର ରିଚାର୍ଜ ଆଣୁଛି । କିନ୍ତୁ ଏହାକୁ ସବୁ ସର୍କଲରେ ଉପଲବ୍ଧ କରାଯାଇନାହିଁ ।

Vodafoneଭୋଡାଫୋନ ପ୍ରଥମ ଥର ପାଇଁ ୪୫ ଟଙ୍କାରେ ଅଲ୍ ରାଉଣ୍ଡର ପ୍ଳାନ୍ ଆଣିଛି । ଏହି ପ୍ଳାନରେ ଫୁଲ୍ ଟକ୍ ଟାଇମ୍ ଦିଆଯାଉଛି । ଏଥିରେ ୟୁଜର୍ସଙ୍କୁ ୧ ପଇସା ପ୍ରତି ସେକେଣ୍ଡ ଦରରେ ଚାର୍ଜ ଦେବାକୁ ପଡିବ । କିଛି ସର୍କଲ ପାଇଁ କମ୍ପାନୀ ୩୮ ଟଙ୍କାର ପ୍ଳାନ୍ ଆଣିଥିଲା । ଏଥିରେ ଫୁଲ୍ ଟକଟାଇମ୍‌, ୧୦୦ଏମବି ଡାଟା ଏବଂ ରେଟ କଟର ବେନିଫିଟ୍ ଦିଆଯାଇଛି । ଏହି ଦୁଇଟି ପ୍ଳାନସ୍ ୨୮ ଦିନର ସର୍ଭିସ ଭ୍ୟାଲିଡିଟି ସହିତ ଆସୁଛି ।

ଏହାସହ ପଢନ୍ତୁ:

Redmi Note 8T ଲାଇଭ୍ ଇମେଜ୍ ହେଲା ଲିକ୍, ଯଦି ଆପଣ ଫୋନ କିଣିବା ପାଇଁ ଭାବୁଛନ୍ତି ତେବେ ଅପେକ୍ଷା କରନ୍ତୁ

ଏହି ସେଗମେଣ୍ଟରେ ୯୫ ଟଙ୍କା ପ୍ଳାନରେ ଫୁଲ୍ ଟକଟାଇମ୍ ସମେତ ୫୦୦ ଏମବି ଡାଟା ଦିଆଯିବ । ଏଥିରେ ୧ପଇସା ପ୍ରତି ୨ ସେକେଣ୍ଡ ଦରରେ ଭଏସ୍ କଲିଙ୍ଗ ପାଇଁ ଚାର୍ଜ ଦେବାକୁ ପଡିବ । ଏହା ସହିତ ୨୮ ଦିନର ସର୍ଭିସ୍ ଭ୍ୟାଲିଡିଟି ମିଳିଛି । କିଛି ସର୍କଲରେ କମ୍ପାନୀ ୬୫ଟଙ୍କାର ପ୍ଳାନ୍ ଦେଉଛି ଯେଉଁଥିରେ ଫୁଲ୍ ଟକ ଟାଇମ୍ ବେନିଫିଟ,୨୦୦ଏମବି ଡାଟା ଏବଂ ରେଟ କଟର ବେନିଫିଟ୍ ଦିଆଯାଉଛି । ଏହାର ବୈଧତା ୨୮ ଦିନ ପାଇଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.