Categories: ମନୋରଂଜନ

ଆଜି ଯାଏଁ ବଲିଉଡ଼କୁ ମିଳିନାହିଁ ଗୋଟିଏ ବି ଓସ୍କାର, ପ୍ରଥମ ଥର ପାଇଁ ଏହି ଫିଲ୍ମ ହୋଇଥିଲା ନୋମିନେଟ୍

ମୁମ୍ବାଇ : ଓସ୍କାର ଆୱାର୍ଡ ୨୦୧୯ର ଆଜି ଆୟୋଜିତ ହେବାକୁ ଯାଉଛି। ଆଜି ହେବାକୁ ଯାଉଥିବା ଏହି ସମାରୋହରେ ୨୪ଟି ବିଭାଗରେ ଆୱାର୍ଡ ଦିଆଯିବ। ଚଳିତ ବର୍ଷ ଯେଉଁ ୨ଟି ଫିଲ୍ମ ଉପରେ ଆଲୋଚନା ଚାଲିଛି, ତା ମଧ୍ୟରେ ରୋମା ଏବଂ ଦ ଫେବରେଟ୍ ଫିଲ୍ମ ରହିଛି। ୨ଟି ଫିଲ୍ମକୁ ୧୦-୧୦ ନୋମିନେଶନ ମିଳିଛି। ଏହାପୂର୍ବରୁ ପ୍ରଥମେ ବାଫ୍ଟା ଆୱାର୍ଡରେ ଏହି ଦୁଇ ଫିଲ୍ମର ଖୁବ ଚର୍ଚ୍ଚା ହୋଇଥିଲା। ଯାହାପରେ ରୋମା ଏବଂ ଦ ଫେବରେଟ୍ ଫିଲ୍ମ ଏଠାରେ ଅଧିକ ରୁ ଅଧିକ ଆୱାର୍ଡ ନେବାରେ ସଫଳ ହୋଇପାରିଛି।

ଏହାଛଡ଼ା ଚଳିତ ବର୍ଷ କୌଣସି ଭାରତୀୟ ଫିଲ୍ମ ଓସ୍କାର ରେସ୍ ପର‌୍ୟ୍ୟନ୍ତ ପହଞ୍ଚିପାରିନାହିଁ। ନିର୍ଦ୍ଦେଶକ ରୀମା ଦାସଙ୍କ ଦ ଭିଲେଜ ରକଷ୍ଟାର ଏକାଡ଼େମୀ ଆୱାର୍ଡରେ ଚୟନ ହେବା ପୂର୍ବରୁ ହିଁ ବାହାରି ଯାଇଥିଲା। ବର୍ତ୍ତମାନ ପର‌୍ୟ୍ୟନ୍ତ କୌଣସି ଭାରତୀୟ ଫିଲ୍ମ ଏହି ଆୱାର୍ଡ ହାସଲ କରିପାରି ନାହାନ୍ତି କିନ୍ତୁ କିଛି ଫିଲ୍ମ ନୋମିନେଶନ ପର‌୍ୟ୍ୟନ୍ତ ପହଞ୍ଚିବାରେ ସଫଳ ହୋଇପାରିଛି।

୨୦୦୨ବର୍ଷ ଆଶୁତୋଷ ଗୋବାରିକରଙ୍କ ନିର୍ଦ୍ଦେଶିତ ଲଗନ ଫିଲ୍ମକୁ ଓସ୍କାର ଆୱାର୍ଡ ପାଇଁ ନୋମିନେଟ କରାଯାଇଥିଲା। ସେହି ସମୟରେ ଲଗନ ଫିଲ୍ମକୁ ନେଇ ପୁରା ଦେଶରେ ଉତ୍ସାହ ଭରି ରହିଥିଲା। ପ୍ରତ୍ୟେକ ବ୍ୟକ୍ତି ଏହି ଫିଲ୍ମ ଆୱାର୍ଡ ଜିତିଯାଉ ବୋଲି ଆଶା ବାନ୍ଧିଥିଲେ।

ନିଶ୍ଚିତ ପଢ଼ନ୍ତୁ: ଯେବେ ଜୟା କହିଲେ “ଶାହାରୁଖ ଖାନଙ୍କୁ ମାରିବି ଚାପୁଡା”

ଫିଲ୍ମରେ ଅମିର ଖାନ ଏବଂ ଗ୍ରେସୀ ସିଂହଙ୍କର ମୁଖ୍ୟ ଭୂମିକା ରହିଥିଲା। ସେହି ସମୟରେ ଲଗନ ଫିଲ୍ମ ସବୁଠାରୁ ହିଟ୍ ରେ ରହିଥିଲା। ଫିଲ୍ମଟି କ୍ରିକେଟ ମ୍ୟାଚ ଉପରେ ଆଧାରିତ ଥିଲା। ଯେଉଁଥିରେ ସ୍ବାଧୀନ ସମୟରେ ଇଂରେଜ ଏବଂ ଭାରତୀୟମାନଙ୍କର ସଂଘର୍ଷର କାହାଣୀ ଦେଖିବାକୁ ମିଳିଥିଲା।

ନିଶ୍ଚିତ ପଢ଼ନ୍ତୁ: ଫସିଲେ ଫୱାଦ, ଏମିତି ହୋଇଛି ମାମଲା ଯେ ହୋଇପାରେ ଜେଲ୍

ସଙ୍ଗୀତ ନିର୍ଦ୍ଦେଶକ ଏଆର ରହମାନଙ୍କ ସମସ୍ତ ଗୀତ ଏହି ଫିଲ୍ବରେ ସୁପରହିଟ୍ ହୋଇଥିଲା। ଓସ୍କାର ଆୱାର୍ଡକୁ ଏହି ଫିଲ୍ମ ପଠାଇବା ସମୟରେ ଏହାର ଗୀତ ମଧ୍ୟ କାଟିବା ସହ ଫିଲ୍ମକୁ ଛୋଟ କରିଦିଆଯାଇଥିଲା। କାରଣ ହଲିଉଡରେ ଫିଲ୍ମ ୨ଘଣ୍ଟାରୁ ଅଧିକ ହୋଇନଥାଏ। ଲଗାନ ଫିଲ୍ମ ଓସ୍କାର ଆୱାର୍ଡ ଜିତି ପାରିନଥିଲେ ମଧ୍ୟ ଲୋକଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲା।

KNews Bureau

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

4 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

19 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

29 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

40 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago