ଆଜି ଯାଏଁ ବଲିଉଡ଼କୁ ମିଳିନାହିଁ ଗୋଟିଏ ବି ଓସ୍କାର, ପ୍ରଥମ ଥର ପାଇଁ ଏହି ଫିଲ୍ମ ହୋଇଥିଲା ନୋମିନେଟ୍

ମୁମ୍ବାଇ : ଓସ୍କାର ଆୱାର୍ଡ ୨୦୧୯ର ଆଜି ଆୟୋଜିତ ହେବାକୁ ଯାଉଛି। ଆଜି ହେବାକୁ ଯାଉଥିବା ଏହି ସମାରୋହରେ ୨୪ଟି ବିଭାଗରେ ଆୱାର୍ଡ ଦିଆଯିବ। ଚଳିତ ବର୍ଷ ଯେଉଁ ୨ଟି ଫିଲ୍ମ ଉପରେ ଆଲୋଚନା ଚାଲିଛି, ତା ମଧ୍ୟରେ ରୋମା ଏବଂ ଦ ଫେବରେଟ୍ ଫିଲ୍ମ ରହିଛି। ୨ଟି ଫିଲ୍ମକୁ ୧୦-୧୦ ନୋମିନେଶନ ମିଳିଛି। ଏହାପୂର୍ବରୁ ପ୍ରଥମେ ବାଫ୍ଟା ଆୱାର୍ଡରେ ଏହି ଦୁଇ ଫିଲ୍ମର ଖୁବ ଚର୍ଚ୍ଚା ହୋଇଥିଲା। ଯାହାପରେ ରୋମା ଏବଂ ଦ ଫେବରେଟ୍ ଫିଲ୍ମ ଏଠାରେ ଅଧିକ ରୁ ଅଧିକ ଆୱାର୍ଡ ନେବାରେ ସଫଳ ହୋଇପାରିଛି।
ଏହାଛଡ଼ା ଚଳିତ ବର୍ଷ କୌଣସି ଭାରତୀୟ ଫିଲ୍ମ ଓସ୍କାର ରେସ୍ ପର୍ୟ୍ୟନ୍ତ ପହଞ୍ଚିପାରିନାହିଁ। ନିର୍ଦ୍ଦେଶକ ରୀମା ଦାସଙ୍କ ଦ ଭିଲେଜ ରକଷ୍ଟାର ଏକାଡ଼େମୀ ଆୱାର୍ଡରେ ଚୟନ ହେବା ପୂର୍ବରୁ ହିଁ ବାହାରି ଯାଇଥିଲା। ବର୍ତ୍ତମାନ ପର୍ୟ୍ୟନ୍ତ କୌଣସି ଭାରତୀୟ ଫିଲ୍ମ ଏହି ଆୱାର୍ଡ ହାସଲ କରିପାରି ନାହାନ୍ତି କିନ୍ତୁ କିଛି ଫିଲ୍ମ ନୋମିନେଶନ ପର୍ୟ୍ୟନ୍ତ ପହଞ୍ଚିବାରେ ସଫଳ ହୋଇପାରିଛି।
୨୦୦୨ବର୍ଷ ଆଶୁତୋଷ ଗୋବାରିକରଙ୍କ ନିର୍ଦ୍ଦେଶିତ ଲଗନ ଫିଲ୍ମକୁ ଓସ୍କାର ଆୱାର୍ଡ ପାଇଁ ନୋମିନେଟ କରାଯାଇଥିଲା। ସେହି ସମୟରେ ଲଗନ ଫିଲ୍ମକୁ ନେଇ ପୁରା ଦେଶରେ ଉତ୍ସାହ ଭରି ରହିଥିଲା। ପ୍ରତ୍ୟେକ ବ୍ୟକ୍ତି ଏହି ଫିଲ୍ମ ଆୱାର୍ଡ ଜିତିଯାଉ ବୋଲି ଆଶା ବାନ୍ଧିଥିଲେ।
ନିଶ୍ଚିତ ପଢ଼ନ୍ତୁ: ଯେବେ ଜୟା କହିଲେ “ଶାହାରୁଖ ଖାନଙ୍କୁ ମାରିବି ଚାପୁଡା”
ଫିଲ୍ମରେ ଅମିର ଖାନ ଏବଂ ଗ୍ରେସୀ ସିଂହଙ୍କର ମୁଖ୍ୟ ଭୂମିକା ରହିଥିଲା। ସେହି ସମୟରେ ଲଗନ ଫିଲ୍ମ ସବୁଠାରୁ ହିଟ୍ ରେ ରହିଥିଲା। ଫିଲ୍ମଟି କ୍ରିକେଟ ମ୍ୟାଚ ଉପରେ ଆଧାରିତ ଥିଲା। ଯେଉଁଥିରେ ସ୍ବାଧୀନ ସମୟରେ ଇଂରେଜ ଏବଂ ଭାରତୀୟମାନଙ୍କର ସଂଘର୍ଷର କାହାଣୀ ଦେଖିବାକୁ ମିଳିଥିଲା।
ନିଶ୍ଚିତ ପଢ଼ନ୍ତୁ: ଫସିଲେ ଫୱାଦ, ଏମିତି ହୋଇଛି ମାମଲା ଯେ ହୋଇପାରେ ଜେଲ୍
ସଙ୍ଗୀତ ନିର୍ଦ୍ଦେଶକ ଏଆର ରହମାନଙ୍କ ସମସ୍ତ ଗୀତ ଏହି ଫିଲ୍ବରେ ସୁପରହିଟ୍ ହୋଇଥିଲା। ଓସ୍କାର ଆୱାର୍ଡକୁ ଏହି ଫିଲ୍ମ ପଠାଇବା ସମୟରେ ଏହାର ଗୀତ ମଧ୍ୟ କାଟିବା ସହ ଫିଲ୍ମକୁ ଛୋଟ କରିଦିଆଯାଇଥିଲା। କାରଣ ହଲିଉଡରେ ଫିଲ୍ମ ୨ଘଣ୍ଟାରୁ ଅଧିକ ହୋଇନଥାଏ। ଲଗାନ ଫିଲ୍ମ ଓସ୍କାର ଆୱାର୍ଡ ଜିତି ପାରିନଥିଲେ ମଧ୍ୟ ଲୋକଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲା।