ଅସହ୍ୟ ହେଲାଣି ତାତି, ଭୁବନେଶ୍ୱରରେ ପାରଦ ୪୦ ଡିଗ୍ରୀ ପାଖାପାଖି

ଭୁବନେଶ୍ବର (କେନ୍ୟୁଜ୍) :ଏବେଠୁ ଅସହ୍ୟ ହେଲାଣି ତାତି। ଗରମରେ ଡହଳ ବିକଳ ହେଉଛନ୍ତି ରାଜଧାନୀବାସିନ୍ଦା। ପାରଦ ୪୦ଡିଗ୍ରୀ ଛୁଇଁବାକୁ ବସିଲାଣି। ଟାଣ ଖରା ଓ ଝାଞ୍ଜି ପବନ ଜନଜୀବନ ଅସ୍ତବ୍ୟସ୍ତ ହେଇପଡିଲାଣି। ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜିଠୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବ।

ଓଡ଼ିଶା ଉପରେ ଏକ ଟ୍ରାପ୍ ଲାଇନ୍ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଘଡଘଡି ସହ ବର୍ଷା ହେବ। ୪ଦିନ ଧରି ଏପରି ପାଗ ଲାଗି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟରେ ଘଣ୍ଟାକୁ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ବାରଣ କରାଯାଇଛି।