Below header

ଆଜି ମୁଖ୍ୟମନ୍ତ୍ରୀଙ୍କ ଢ଼େଙ୍କାନାଳ ଓ ଅନୁଗୁଳ ଜିଲ୍ଲା ଗସ୍ତ, ୭ଶହ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦଘାଟନ

ଭୁବନେଶ୍ବର (କେନ୍ୟୁଜ୍) :ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଢ଼େଙ୍କାନାଳ ଓ ଅନୁଗୁଳ ଜିଲ୍ଲା ଗସ୍ତ । ଏଠାରେ ୨ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଢେଙ୍କାନାଳ ଜିଲ୍ଲାର ୯୫୩ କୋଟି ଟଙ୍କାର ୧୦୩ଟି ପ୍ରକଳ୍ପ, ଅନୁଗୁଳ ଜିଲ୍ଲାର ୧ହଜାର ୧୨୯ କୋଟି ଟଙ୍କାର ୩୬ଟି ପ୍ରକଲ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହେବ ।

ଢେଙ୍କାନାଳ ଜିଲ୍ଲାରେ ୨ହଜାର ୯୫୪ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ପାଇଁ ୮୧କୋଟି ୫୦ଲକ୍ଷ ଟଙ୍କାର ମେଗା ଜଳସେଚନ ପ୍ରକଳ୍ପ, ଅନୁଗୁଳ ଜିଲ୍ଲାର ୫ହଜାର ୯୦୦ ହେକ୍ଟର ଚଷ ଜମିକୁ ଜଳସେଚନ ସୁବିଧା ପାଇଁ ୧୬୨କୋଟି ୮୦ଲକ୍ଷ ଟଙ୍କାର ମେଗା ଉଠାଜଳସେଚନ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

ଏହାପରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ବହୁବର ପଡିଆଠାରେ ହେବାକୁ ଥିବା କାଳିଆ ମହାସମାବେଶରେ ଯୋଗଦେବେ ନବୀନ । ଏଥିରେ ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାରୁ ପ୍ରାୟ ଦେଢ଼ ଲକ୍ଷ ଲୋକ ଯୋଗଦେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଜିଲ୍ଲା ପ୍ରଶାସକ, ମନ୍ତ୍ରୀ, ବିଧାୟକ, ପର‌୍ୟ୍ୟବେକ୍ଷକ ଉପସ୍ଥିତ ରହି କାର‌୍ୟ୍ୟକୁ ତ୍ୱରାନ୍ଵିତ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.