ଦେବ ଦୂତ ସାଜି ଆସିଲେ ପୋଲିସ କର୍ମଚାରୀ, ଟ୍ରେନରୁ ପଡ଼ିଯାଇଥିବା ବ୍ୟକ୍ତିଙ୍କ ବଞ୍ଚାଇଲେ ଜୀବନ

ଏକ ଅନୁପ୍ରାଣିତ କରିବା ଭଳି ଘଟଣା ଘଟିଛି ମଧ୍ୟପ୍ରଦେଶ ହୋସଙ୍ଗାବାଦରେ । ବ୍ୟକ୍ତି ଜଣଙ୍କ ଟ୍ରେନ୍ରୁ ପଡ଼ିଯାଇଥିଲେ । ଟ୍ରେନ୍ ଟ୍ରାକକୁ ଆମ୍ବୁଲାନ୍ସ ପହଞ୍ଚିବା ସମ୍ଭବ ନଥିଲା । ଟ୍ରେନ୍ ଟ୍ରାକରୁ ରେଳ ଫାଟକ ଦୂରତା ଥିଲା ପାଖାପାଖି ୨ କିଲୋମିଟର । ବ୍ୟକ୍ତିଙ୍କ ଜଣଙ୍କ ଆହତ ଅବସ୍ଥାରେ ରେଳ ଲାଇନ୍ ପାଖରେ ପଡ଼ିଥିବା ବଳେ ସେଠାରେ ନିୟୋଜିତ ଥିବା କନଷ୍ଟେବଳ ପୁନମ୍ ବିଲୋରେ ପହଞ୍ଚିଥିଲେ ।
ଆହତଙ୍କୁ କାନ୍ଧରେ ବୋହି ରେଳ ଫାଟକ ନିକଟକୁ ନେଇ ଯାଇଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବିଲୋରେ କହିଛନ୍ତି, ବ୍ୟକ୍ତି ଜଣଙ୍କ ଅବସ୍ଥା ଗୁରୁତର ଥିଲା । ତାଙ୍କ ଜୀବନ ବଞ୍ଚାଇବାର ଥିଲା । ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ପାରିନଥିବାରୁ ସେ ବାଧ୍ୟ ହୋଇ କାନ୍ଧରେ ଟେକି ନେଇଯାଇଥିଲେ । ଏପରି କାର୍ୟ୍ୟ ପାଇଁ ବିଲୋରେଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମିଳୁଛି ।
#WATCH: Police constable Poonam Billore ran for more than a kilometer along the railway tracks with an injured man on his shoulders in Hoshangabad today, after the ambulance couldn’t reach the spot to rescue the man who had fell down from a train. #MadhyaPradesh pic.twitter.com/SqpdjgBZnd
— ANI (@ANI) February 23, 2019