ଭାରତରେ ଲଞ୍ଚ ହେଲା ୟାମାହା ଏମଟି-୦୯ର ୨୦୧୯ ମଡେଲ , ଆସନ୍ତୁ ଜାଣିବା ମୂଲ୍ୟ

ନୂଆଦିଲ୍ଲୀ : ୟାମାହା ମୋଟର ଇଣ୍ଡିଆ ନିଜର ପାୱାରଫୁଲ ନେକେଡ ବାଇକ ଏମଟି-୦୯ର ୨୦୧୯ ମଡେଲ ଲଞ୍ଚ କରିଛି। ଏହି ନୂଆ ମଡେଲର ମୂଲ୍ୟ ପୂର୍ବ ମଡେଲ ଅପେକ୍ଷା ୧୬ ହଜାର ଟଙ୍କା ଅଧିକ ରହିଛି। ଅର୍ଥାତ୍ ନୂଆଦିଲ୍ଲୀରେ ଏହାର ଏକ୍ସଶୋରୁମ୍ ମୂଲ୍ୟ ୧୦ ଲକ୍ଷ ୫୫ ହଜାର ଟଙ୍କା ରହିଛି।

Yamaha-MT ୨

ଏହି ବାଇକରେ ନୂଆ ପେଣ୍ଟ ସ୍କ୍ରିମ୍ ଏବଂ ଗ୍ରାଫିକ୍ ଦେଖିବାକୁ ମିଳିବ। ଏଥିସହ ଏହାର ପାୱାରଫୁଲ ଇଞ୍ଜିନ ଏହାକୁ ଖାସ ବନାଇଥାଏ। ଲଞ୍ଚ କରିବା ସହ ୟାମାହା କମ୍ପାନି ଏହାର ବୁକିଂ ସମସ୍ତ ଡିଲରସିପରେ ଆରମ୍ଭ କରିଛି। କିଛି ଦିନ ମଧ୍ୟରେ ଏହାର ଡେଲିଭେରୀ ଆରମ୍ଭ କରାଯିବ ବୋଲି ଶୁଣିବାକୁ ମିଳିଛି। ତେବେ ଗ୍ରାହକଙ୍କୁ ଏଥିରେ ବ୍ଳୁ ନାଇଟ ଏବଂ ଟେକ୍ ବ୍ଳାକ୍ କଲର ଅପସନ ମିଳିବ।

ଫିଚର :

ଦୂର ଯାତ୍ରାକୁ ସହଜରେ ପୁରା କରିବା ପାଇଁ ଏଥିରେ ୧୪ ଲିଟରର ବଡ଼ ତେଲ ଟାଙ୍କି ଦିଆଯାଇଛି। ଏମଟି-୦୯ରେ ଥିବା ଏଣ୍ଟିଲକିଂ ବ୍ରେକିଂ ସିଷ୍ଟମ ଏବଂ ଟ୍ରୋକସନ୍ କଣ୍ଟ୍ରୋଲ ସିଷ୍ଟମକୁ ସପୋର୍ଟ କରିଥାଏ। ଏଥିସହ ବାଇକରେ ସ୍ଳିପର କ୍ଳଚର ବ୍ୟବହାର କରାଯାଇଛି, ଯାହା ଗିୟର ସିଷ୍ଟମକୁ ଖୁବ ସରଳ କରିଥାଏ।

ଆହୁରୀ ପଢ଼ନ୍ତୁ:୫ ବର୍ଷ ପରେ ଭାରତକୁ ଆସୁଛି ହୋଣ୍ଡାର ଏହି କାର, ମାର୍ଚ୍ଚ ୭ରେ ହେବ ଲଞ୍ଚ

୨୦୧୯ ୟାମାହା ଏମଟି-୦୯ରେ ୮୪୭ସିସିର ଇନ-ଲାଇନ ଥ୍ରୀ ସିଲିଣ୍ଡର, ଲିକ୍ବିଟ ଫ୍ଳୁଲ୍ଡ ଇଞ୍ଜିନ ରହିଛି। ଏହା ୧୦,୦୦୦ଆରପିଏମ୍ ଦ୍ବାରା ୧୧୩ ବିଏଚପି ପାୱାର ଯାତ କରିଥାଏ। ଏଥିରେ କୁଇକ୍ ସଫ୍ଟ ସିଷ୍ଟମ ଲଗାଯାଇଛି ଯାହା ବହୁତ ଶୀଘ୍ର ଗୀୟର ସିପ୍ଟ କରିବାରେ ସହଜ ହୋଇଥାଏ।

ଆହୁରୀ ପଢ଼ନ୍ତୁ: ହୋଣ୍ଡାର ସବୁଠାରୁ ଶସ୍ତା ହ୍ୟାଚବ୍ୟାକ୍ କାରର ଭାରତରେ ବନ୍ଦ ହେଲା ବିକ୍ରି

ଏଥିରେ ରହିଥିବା ସିଟକୁ ଗ୍ରାହକ ନିଜ ହିସାବରେ ଆଡଜଷ୍ଟ କରିପାରିବେ। ଅର୍ଥାତ୍ ଏହାକୁ ନିଜ ଆବଶ୍ୟକତା ହିସାବରେ ଉଚ୍ଚା ବା ତଳକୁ କରିପାରିବେ।

ବାଇକରେ ସୁରକ୍ଷାର ଖାସ ଧ୍ୟାନ ରଖାଯାଇଛି। ଏହାର ଫ୍ରଣ୍ଟରେ ୨୯୮ଏମଏମର ଡୁଆଲ ବ୍ରେକ୍ ଦିଆଯାଇଛି। ସେହିଭଳି ରିୟରରେ ୨୪୫ଏମଏମର ବଡ ସିଙ୍ଗଲ ବ୍ରେକ୍ ଲଗାଯାଇଛି। ବାଇକର ପାଖାପାଖି ଓଜନ ପ୍ରାୟ ୧୯୩ କିଲୋଗ୍ରାମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.