Categories: ମନୋରଂଜନ

ପରିସ୍ଥିତିରେ ପଡି ନିଜ ଦେହରେ ନିଆଁ ଲଗାଇଥିଲେ ଏହି ପ୍ରତିଯୋଗୀ, ଯାହା ଶୁଣିବା ପରେ ଭାବ ବିହ୍ଵଳ ହୋଇପଡିଲେ ଜଜ୍‌

ସିଙ୍ଗିଙ୍ଗ୍ ରିୟାଲିଟି ସୋ’ ‘ଇଣ୍ଡିଆନ ଆଇଡଲ’ ୧୧ଆରମ୍ଭ ହୋଇସାରିଛି। ବର୍ତ୍ତମାନ ସୋ’ରେ ଅଡିସନ୍ ରାଉଣ୍ଡ ପ୍ରସାରିତ ହେବା ସହ କଣ୍ଟେଷ୍ଟେଟ୍ ମାନଙ୍କର ସଂଘର୍ଷମୟ କାହାଣୀ ଜଜ୍ ମାନଙ୍‌କୁ ଭାବ ବିହ୍ଵଳ କରିଦେଇଛି। ଚଳିତ ବଷଁ ‘ଇଣ୍ଡିଆନ୍ ଆଇଡଲ’ରେ ବିଶାଲ ଦଦଲାନୀ,ନେହା କକ୍କଡ ଏବଂ ଅନୁ ମଲିକ୍ ବିଚାରପତି ଭାବେ ସୋ’ରେ ଯୋଗ ଦେଇଛନ୍ତି। ଅଡିସଡ଼୍‍ ରାଉଣ୍ଡ ଜରିଆରେ ପ୍ରତିଯୋଗୀ ଅବିନାଶ ନିଜ ଜୀବନର କାହାଣୀ କହିବା ପରେ ନେହା କକ୍କଡ ସୋ’ରେ କାନ୍ଦି ପକାଇଥିଲେ। ଅବିନାଶଙ୍କୁ ଦେଖିବା ପରେ ନେହା ପଚାରିଥିଲେ, ‘ଆପଣଙ୍କ ଚେହେରାରେ ଏହି ଦାଗ, କଣ କୌଣସି ଦୁଘର୍ଟଣାରୁ ହୋଇଥିଲା?’  ଯାହାର ଉତ୍ତରରେ ଅବିନାଶ କହିଥିଲେ ମୋ ଚେହେରା ଜଳି ଯାଇଥିଲା। ଏହି ନିଆଁ ମୁଁ ନିଜେ ଲଗାଇଥିଲି। କାରଣ ଅନେକ ସମସ୍ୟା ସହ୍ୟ ନକରିବା ପରେ ମୁଁ ନିଜେ ନିଜ ଶରୀରରେ ନିଆଁ ଲଗାଇଥିବା କଥା କହିଥିଲେ ଅବିନାଶ।

ଅବନାଶଙ୍କ ଏହି କଥା ଶୁଣିବା ପରେ ବିଶାଲ ଦଦଲାନୀ କହିଛନ୍ତି, ଦୁନିଆରେ ସଂଗୀତ ସହ ଜଡିତ ଏପରି ଅନେକ ଲୋକ ରହିଛନ୍ତି , ଯାହାଙ୍କ ପାଇଁ ସଂଗତ ହିଁ ସାହାରା ସାଜିପାରିଛି। ଏମାନଙ୍କ ମଧ୍ୟରୁ ରବିନ୍ଦ୍ର ଜୈନ ଜଣେ। ଏହି ସୋ’ ରେ ଅବିନାଶ ଗାୟକ ରାହତ ଫତେହ ଅଲ୍ଲୀ ଖାନଙ୍କ ଗୀତ ‘ତୁ ନା ଜାନେ ଆସ-ପାସ୍ ହେ ଖୁଦା’ ଗାଇଥିଲେ। ଅବିନାଶଙ୍କ ଏହି ଗୀତ ଶୁଣିବା ପରେ ନେହା କାନ୍ଦିବାକୁ ଲାଗିଥିଲେ।

ଏହାସହ ପଢନ୍ତୁ: ନିଜ ଗହଣା ବିକି ଘର ଚଳାଉଛନ୍ତି ଟେଲିଜଗତର ଏହି ଖ୍ୟାତନାମା ଅଭିନେତ୍ରୀ, ଜାଣନ୍ତୁ ଏହା ପଛର କାରଣ

ଅବିନାଶଙ୍କ ଗୀତ ଶେଷ ହେବା ପରେ ବିଶାଲ କହିଛନ୍ତି, ଆଜି ଆପଣଙ୍କ ଜରିଆରେ ଏହି ଗୀତର ଅର୍ଥ ମୁଁ ବୁଝିପାରିଛି। ଏଥିପାଇଁ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ନେହା କକ୍କଡ କହିଛନ୍ତି ‘ ଆପଣ ମୋ ସହ ଶପଥ କରନ୍ତୁ ଜୀବନରେ କେବେବି ଏଭଳି ନିଷ୍ପତି ଦ୍ୱିତୀୟ ଥର ପାଇଁ  ପଦକ୍ଷେପ ନେବେ ନାହିଁ। ଏହାର ଉତ୍ତରରେ, ଏପରି ଭୁଲ୍ ପଦକ୍ଷେପ ଜୀବନରେ ଦ୍ୱିତୀୟ ଥର ନେବେ ନାହିଁ ବୋଲି କହିଛନ୍ତି ଅବିନାଶ।

KNews Bureau

Recent Posts

ସ୍କୁଲରେ ପାଠ ପଢ଼ାଇବେ ଅବସରପ୍ରାପ୍ତ ଅତିଥି ଶିକ୍ଷକ

ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ।…

3 mins ago

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

19 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

35 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

48 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

57 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

1 hour ago