ପରିସ୍ଥିତିରେ ପଡି ନିଜ ଦେହରେ ନିଆଁ ଲଗାଇଥିଲେ ଏହି ପ୍ରତିଯୋଗୀ, ଯାହା ଶୁଣିବା ପରେ ଭାବ ବିହ୍ଵଳ ହୋଇପଡିଲେ ଜଜ୍‌

ସିଙ୍ଗିଙ୍ଗ୍ ରିୟାଲିଟି ସୋ’ ‘ଇଣ୍ଡିଆନ ଆଇଡଲ’ ୧୧ଆରମ୍ଭ ହୋଇସାରିଛି। ବର୍ତ୍ତମାନ ସୋ’ରେ ଅଡିସନ୍ ରାଉଣ୍ଡ ପ୍ରସାରିତ ହେବା ସହ କଣ୍ଟେଷ୍ଟେଟ୍ ମାନଙ୍କର ସଂଘର୍ଷମୟ କାହାଣୀ ଜଜ୍ ମାନଙ୍‌କୁ ଭାବ ବିହ୍ଵଳ କରିଦେଇଛି। ଚଳିତ ବଷଁ ‘ଇଣ୍ଡିଆନ୍ ଆଇଡଲ’ରେ ବିଶାଲ ଦଦଲାନୀ,ନେହା କକ୍କଡ ଏବଂ ଅନୁ ମଲିକ୍ ବିଚାରପତି ଭାବେ ସୋ’ରେ ଯୋଗ ଦେଇଛନ୍ତି। ଅଡିସଡ଼୍‍ ରାଉଣ୍ଡ ଜରିଆରେ ପ୍ରତିଯୋଗୀ ଅବିନାଶ ନିଜ ଜୀବନର କାହାଣୀ କହିବା ପରେ ନେହା କକ୍କଡ ସୋ’ରେ କାନ୍ଦି ପକାଇଥିଲେ। ଅବିନାଶଙ୍କୁ ଦେଖିବା ପରେ ନେହା ପଚାରିଥିଲେ, ‘ଆପଣଙ୍କ ଚେହେରାରେ ଏହି ଦାଗ, କଣ କୌଣସି ଦୁଘର୍ଟଣାରୁ ହୋଇଥିଲା?’  ଯାହାର ଉତ୍ତରରେ ଅବିନାଶ କହିଥିଲେ ମୋ ଚେହେରା ଜଳି ଯାଇଥିଲା। ଏହି ନିଆଁ ମୁଁ ନିଜେ ଲଗାଇଥିଲି। କାରଣ ଅନେକ ସମସ୍ୟା ସହ୍ୟ ନକରିବା ପରେ ମୁଁ ନିଜେ ନିଜ ଶରୀରରେ ନିଆଁ ଲଗାଇଥିବା କଥା କହିଥିଲେ ଅବିନାଶ।

neha judgeଅବନାଶଙ୍କ ଏହି କଥା ଶୁଣିବା ପରେ ବିଶାଲ ଦଦଲାନୀ କହିଛନ୍ତି, ଦୁନିଆରେ ସଂଗୀତ ସହ ଜଡିତ ଏପରି ଅନେକ ଲୋକ ରହିଛନ୍ତି , ଯାହାଙ୍କ ପାଇଁ ସଂଗତ ହିଁ ସାହାରା ସାଜିପାରିଛି। ଏମାନଙ୍କ ମଧ୍ୟରୁ ରବିନ୍ଦ୍ର ଜୈନ ଜଣେ। ଏହି ସୋ’ ରେ ଅବିନାଶ ଗାୟକ ରାହତ ଫତେହ ଅଲ୍ଲୀ ଖାନଙ୍କ ଗୀତ ‘ତୁ ନା ଜାନେ ଆସ-ପାସ୍ ହେ ଖୁଦା’ ଗାଇଥିଲେ। ଅବିନାଶଙ୍କ ଏହି ଗୀତ ଶୁଣିବା ପରେ ନେହା କାନ୍ଦିବାକୁ ଲାଗିଥିଲେ।

ଏହାସହ ପଢନ୍ତୁ: ନିଜ ଗହଣା ବିକି ଘର ଚଳାଉଛନ୍ତି ଟେଲିଜଗତର ଏହି ଖ୍ୟାତନାମା ଅଭିନେତ୍ରୀ, ଜାଣନ୍ତୁ ଏହା ପଛର କାରଣ

ଅବିନାଶଙ୍କ ଗୀତ ଶେଷ ହେବା ପରେ ବିଶାଲ କହିଛନ୍ତି, ଆଜି ଆପଣଙ୍କ ଜରିଆରେ ଏହି ଗୀତର ଅର୍ଥ ମୁଁ ବୁଝିପାରିଛି। ଏଥିପାଇଁ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ନେହା କକ୍କଡ କହିଛନ୍ତି ‘ ଆପଣ ମୋ ସହ ଶପଥ କରନ୍ତୁ ଜୀବନରେ କେବେବି ଏଭଳି ନିଷ୍ପତି ଦ୍ୱିତୀୟ ଥର ପାଇଁ  ପଦକ୍ଷେପ ନେବେ ନାହିଁ। ଏହାର ଉତ୍ତରରେ, ଏପରି ଭୁଲ୍ ପଦକ୍ଷେପ ଜୀବନରେ ଦ୍ୱିତୀୟ ଥର ନେବେ ନାହିଁ ବୋଲି କହିଛନ୍ତି ଅବିନାଶ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.