ମନୋରଂଜନ

ବିବାହ ବନ୍ଧନରେ ଆବଦ୍ଧ ହେଲେ ଇଣ୍ଡିଆନ ଆଇଡଲ୍‌-୧୨ ଫେମ୍‌ ସାୟଲୀ କାମ୍ବଲେ, ପ୍ରେମିକଙ୍କୁ କଲେ ବିବାହ

ଇଣ୍ଡିଆନ ଆଇଡଲ୍‌ ୧୨ ରେ ଲୋକପ୍ରିୟତା ହାସଲ କରିଥିବା ସାୟଲି କାମ୍ବଲେ ପ୍ରେମିକ ଧଓ୍ଵଲଙ୍କୁ ବିବାହ କରିଛନ୍ତି। ସାୟଲୀ ଧଓ୍ଵଲଙ୍କ ସହିତ ଦୀର୍ଘଦିନରୁ ରିଲେସନସିପରେ ରହିଆସୁଥିଲେ। ଗତ ୨୪ ତାରିଖରେ ସାୟଲୀ-ଧୱଲ ମହାରାଷ୍ଟ୍ର ରୀତିନୀତିରେ ବିବାହ କରିଛନ୍ତି । ଦମ୍ପତିଙ୍କର ବିବାହ ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି। ସାୟଲୀ ଏବଂ ଧଓ୍ଵଲଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି।

ବିବାହ ଅବସରରେ ସାୟଲୀଙ୍କ ଡ୍ରେସ ପରିଧାନ ସମସ୍ତଙ୍କର ମୁଖ୍ୟ ଆକର୍ଷଣ ପାଲଟିଛି । ଏହି ବ୍ରାଇଡାଲ ଲୁକରେ ସାୟଲୀ ବହୁତ ଖୁସି ଥିବା ଜଣାପଡ଼ୁଥିଲେ । କନ୍ୟା ସାୟଲୀଙ୍କୁ ନେବାକୁ ବର ଧୱଲ ଘୋଡ଼ାରେ ବସି ଆସିଥିବା ଏକ ଫଟୋରୁ ଜଣାପଡ଼ୁଛି । ହଳଦିଆଙ୍କୁ ଗୋଲାପୀ ରଙ୍ଗର ଶାଢି ପିନ୍ଧି ବେଶ୍‌ ସୁନ୍ଦର ନଜର ଆସିଛନ୍ତି। ଶାଢି ସହିତ ବେକରେ ଥିବା ହାର, ଡିଜାଇନର କମରବନ୍ଧ ଏବଂ ଗ୍ରୀନ ରଙ୍ଗର ଚୁଡିରେ ବେଶି ସୁନ୍ଦର ନଜର ଆସିଛନ୍ତି।

ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଭିଡିଓରେ ସାୟଲୀ ଏବଂ ଧଓ୍ଵଲଙ୍କ ବରମାଳା ପିନ୍ଧୁଥିବା ନଜର ଆସିଛି। ଏହାଛଡା ମଣ୍ଡପରେ ସାୟଲୀ ବସି ବିବାହ ରୀତିନୀତି ସବୁ ସଂପୂର୍ଣ୍ଣ କରୁଥିବା ମଧ୍ୟ ନଜର ଆସିଛନ୍ତି। ସାୟଲୀଙ୍କ ବିବାହ ଉତ୍ସବରେ ଇଣ୍ଡିଆନ ଆଇଡଲ ବନ୍ଧୁମାନେ ଯୋଗ ଦେଇଥିଲେ । ଇଣ୍ଡିଆନ ଆଇଡଲ-୧୨ର ଫେମ୍ ନିହାଲ ଟୌରୋ, ଅଞ୍ଜଲୀ ଗାଏକୱାଡ, ନଚିକେତ ଲେଲେ ପ୍ରମୁଖ ସାୟଲୀ-ଧୱଲଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସୂଚନାଯୋଗ୍ୟ ଯେ, ସାୟଲୀ ଇଣ୍ଡିଆନ ଆଇଡଲ-୧୨ରେ ଭାଗ ନେବା ପୂର୍ବରୁ ଜଣେ କ୍ଲାସିକାଲ ଆଞ୍ଚଳିକ ଗାୟିକା ଭାବେ ନିଜ ସଙ୍ଗୀତ ଜୀବନର ଯାତ୍ରା ଆରମ୍ଭ କରିଥିଲେ । ୧୯୯୭ରେ ମୁମ୍ବାଇରେ ସେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ମରାଠୀ ଫିଲ୍ମ ‘କୋହଲାପୁର ଡାଏରିଜ’ରେ କଣ୍ଠଦାନ କରିଥିଲେ । ଏଥିସହିତ ବଲିଉଡ ମ୍ୟୁଜିକ ଡାଇରେକ୍ଟର ହିମେଶ ରେଶମିଆଙ୍କ ୟୁଟ୍ୟୁବ ଚ୍ୟାନେଲରେ କଣ୍ଠଦାନ କରିଥିଲେ ।

Swagatika

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାମ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

3 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

5 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

9 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

10 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

15 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

23 mins ago