Categories: ମନୋରଂଜନ

ଲାଇଭ୍ ସୋ ରେ ଚାଲିଗଲା ଲାଇଫ୍, କମେଡି ଭାବି ଦର୍ଶକ ମାରୁଥିଲେ ତାଳି

ଲାଇଭ୍ ସୋ ରେ ଚାଲିଗଲା ଲାଇଫ୍ । ଷ୍ଟେଜରେ କମେଡି କରୁଥିଲେ କମେଡିଆନ୍ । ଦର୍ଶକଙ୍କ ସାମ୍ନାରେ ହିଁ ଚାଲିଗଲା ପ୍ରାଣ । କିନ୍ତୁ ସମସ୍ତେ ଏହାକୁ କମେଡିର ଏକ ପାର୍ଟ ଭାବି ମାରୁଥିଲେ ତାଳି । ଘଟଣାଟି ହୋଇଛି ଦୁବାଇରେ । ତେବେ କମେଡିଆନ ଜଣକ ହେଉଛନ୍ତି ଭାରତର ମଞ୍ଜୁନାଥ ନାଇଡୁ ।

ମିଳିଥିବା ସୂଚନା ଅନୁଯାୟୀ, ସୋର ଶେଷ ମୋମେଂଟରେ ଦର୍ଶକଙ୍କୁ ନିଜ କାହାଣୀ ଶୁଣାଉଥିଲେ ମଞ୍ଜୁନାଥ । ଯାହା ତାଙ୍କ ବାପା ଏବଂ ପରିବାର ସହ ଜଡିତ ଥିଲା । ତେବେ ଅଭିନୟ କରିବା ସମୟରେ ହଠାତ୍ ତାଙ୍କର ହୃଦଘାତ ହୋଇଥିଲା । ଫଳରେ ସେ ନିକଟରେ ଥିବା ଏକ ଚେୟାରରେ ବସିଯାଇଥିଲେ ମଞ୍ଜୁନାଥ । ଏହା ପରେ ତଳେ ପଡିଯାଇଥିଲେ । ତେବେ ଦର୍ଶକଙ୍କୁ ଲାଗିଲା ଏହା ସୋ ର ଏକ ପାର୍ଟ ବୋଲି । ତେଣୁ ଜୋରରେ ହସି ତାଳି ମାରିବାକୁ ଲାଗିଥିଲେ । କିନ୍ତୁ ଅନେକ ସମୟ ଯାଏ ସେ ନଉଠିବାରୁ ଜଣା ପଡିଥିଲା ଯେ ଆଉ ଏ ଦୁନିଆରେ ନାହାଁନ୍ତି ମଞ୍ଜୁନାଥ । ନିଜ ଅଭିନୟ ସେ ସମସ୍ତଙ୍କୁ ମାରୁଥିଲେ ଆଉ ଅଭିନୟ ତାଙ୍କୁ ମାରିଦେଲା ।

ମଞ୍ଜୁନାଥଙ୍କ ଜନ୍ମ ଆବୁଧାବୀରେ ହୋଇଥିଲା । କିନ୍ତୁ ପରେ ସେ ଦୁବାଇ ସିଫ୍ଟ ହୋଇଯାଇଥିଲେ । ନିଜର କମେଡିର ଯାଦୁରେ କିଛି ଦିନ ମଧ୍ୟରେ ଦୁବାଇର ଲୋକପ୍ରିୟ ଷ୍ଟାଣ୍ଡଅପ୍ କମେଡିଆନ୍ ହୋଇଯାଇଥିଲେ । ତେବେ ମଞ୍ଜୁନାଥଙ୍କ ବାପା ମା’ଙ୍କର ଅନେକ ଦିନ ତଳେ ଦେହାନ୍ତ ହୋଇଯାଇଥିଲା । କେବଳ ଜଣେ ଭାଇ ଅଛନ୍ତି ।

KNews Bureau

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

34 seconds ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

33 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

35 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

42 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

51 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

51 mins ago