ଲାଇଭ୍ ସୋ ରେ ଚାଲିଗଲା ଲାଇଫ୍, କମେଡି ଭାବି ଦର୍ଶକ ମାରୁଥିଲେ ତାଳି

ଲାଇଭ୍ ସୋ ରେ ଚାଲିଗଲା ଲାଇଫ୍ । ଷ୍ଟେଜରେ କମେଡି କରୁଥିଲେ କମେଡିଆନ୍ । ଦର୍ଶକଙ୍କ ସାମ୍ନାରେ ହିଁ ଚାଲିଗଲା ପ୍ରାଣ । କିନ୍ତୁ ସମସ୍ତେ ଏହାକୁ କମେଡିର ଏକ ପାର୍ଟ ଭାବି ମାରୁଥିଲେ ତାଳି । ଘଟଣାଟି ହୋଇଛି ଦୁବାଇରେ । ତେବେ କମେଡିଆନ ଜଣକ ହେଉଛନ୍ତି ଭାରତର ମଞ୍ଜୁନାଥ ନାଇଡୁ ।

ମିଳିଥିବା ସୂଚନା ଅନୁଯାୟୀ, ସୋର ଶେଷ ମୋମେଂଟରେ ଦର୍ଶକଙ୍କୁ ନିଜ କାହାଣୀ ଶୁଣାଉଥିଲେ ମଞ୍ଜୁନାଥ । ଯାହା ତାଙ୍କ ବାପା ଏବଂ ପରିବାର ସହ ଜଡିତ ଥିଲା । ତେବେ ଅଭିନୟ କରିବା ସମୟରେ ହଠାତ୍ ତାଙ୍କର ହୃଦଘାତ ହୋଇଥିଲା । ଫଳରେ ସେ ନିକଟରେ ଥିବା ଏକ ଚେୟାରରେ ବସିଯାଇଥିଲେ ମଞ୍ଜୁନାଥ । ଏହା ପରେ ତଳେ ପଡିଯାଇଥିଲେ । ତେବେ ଦର୍ଶକଙ୍କୁ ଲାଗିଲା ଏହା ସୋ ର ଏକ ପାର୍ଟ ବୋଲି । ତେଣୁ ଜୋରରେ ହସି ତାଳି ମାରିବାକୁ ଲାଗିଥିଲେ । କିନ୍ତୁ ଅନେକ ସମୟ ଯାଏ ସେ ନଉଠିବାରୁ ଜଣା ପଡିଥିଲା ଯେ ଆଉ ଏ ଦୁନିଆରେ ନାହାଁନ୍ତି ମଞ୍ଜୁନାଥ । ନିଜ ଅଭିନୟ ସେ ସମସ୍ତଙ୍କୁ ମାରୁଥିଲେ ଆଉ ଅଭିନୟ ତାଙ୍କୁ ମାରିଦେଲା ।

manjunath naiduମଞ୍ଜୁନାଥଙ୍କ ଜନ୍ମ ଆବୁଧାବୀରେ ହୋଇଥିଲା । କିନ୍ତୁ ପରେ ସେ ଦୁବାଇ ସିଫ୍ଟ ହୋଇଯାଇଥିଲେ । ନିଜର କମେଡିର ଯାଦୁରେ କିଛି ଦିନ ମଧ୍ୟରେ ଦୁବାଇର ଲୋକପ୍ରିୟ ଷ୍ଟାଣ୍ଡଅପ୍ କମେଡିଆନ୍ ହୋଇଯାଇଥିଲେ । ତେବେ ମଞ୍ଜୁନାଥଙ୍କ ବାପା ମା’ଙ୍କର ଅନେକ ଦିନ ତଳେ ଦେହାନ୍ତ ହୋଇଯାଇଥିଲା । କେବଳ ଜଣେ ଭାଇ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.