Below header

କେନ୍ଦୁଝର ଜିଲ୍ଲାରେ ବଢୁଛି ହାତୀ ଉପଦ୍ରବ

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲାରେ ବଢୁଛି ହାତୀ ଉପଦ୍ରବ। ବଣୁଆ ହାତୀଙ୍କ ଉତ୍ପାତରେ ସାଧାରଣ ଲୋକଙ୍କ ନିଦ ହଜିଗଲାଣି। ସଂଧ୍ୟା ୭ଟା ନ ବାଜୁଣୁ ଗାଁରେ ହାତୀପଲ ପଶି ଘରଦ୍ୱାର ଭାଙ୍ଗି ପକାଉଛନ୍ତି। ଘଟଣାସ୍ଥଳରେ ଜଙ୍ଗଲ ବିଭାଗ ପହଞ୍ଚିବା ବେଳକୁ କ୍ଷୟକ୍ଷତି ଘଟି ଯାଉଥିବା ଦେଖାଯାଇଛି। ଗତ କିଛି ଦିନ ମଧ୍ୟରେ ହାତୀ ଆକ୍ରମଣରେ ୩ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ଜଣେ ବାଳକ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। କେନ୍ଦୁଝର ବନଖଣ୍ଡରେ ୧୫୨ରୁ ଅଧିକ ହାତୀ ଥିବା ବନଖଣ୍ଡ ଅଧିକାରୀ କହିଛନ୍ତି। ଗତ ୧୦ଦିନ ମଧ୍ୟରେ ୩ଜଣଙ୍କ ମୃତ୍ୟୁ ସହ ୩୭ଟି ଘର ଭାଙ୍ଗିଥିବା ବନଖଣ୍ଡ ଅଧିକାରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.