ମନୋରଂଜନ

ସଲମାନ ଖାନଙ୍କ “ଦିୱାନା”: ୫ଦିନ ଧରି ୧୧୦୦ କିମି ସାଇକେଲରେ ଯାତ୍ରା କଲେ ଏହି ଫ୍ୟାନ୍

ମୁମ୍ବାଇ: ସଲମାନ ଖାନଙ୍କ ଫ୍ୟାନ୍‌ ଫଲୋଇଂ କଥା ତ ନ କହିବା ଭଲ। ଭାରତ ସମେତ ସାରା ଦୁନିଆରେ ତାଙ୍କର ଲୋକପ୍ରିୟତା ରହିଛି। ତାଙ୍କ ଫିଲ୍ମକୁ ଲୋକେ ଖୁବ୍‌ ପସନ୍ଦ କରନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ଯ ସୁପରଷ୍ଟାର ସଲମାନ ଖାନଙ୍କ ଫଲୋର୍ସ ଦିନକୁ ଦିନ ବଢି ଚାଲିଛି । ୮୦ ଦଶକରୁ ଦର୍ଶକଙ୍କ ମନୋରଞ୍ଜନ କରିଆସୁଥିବା ସଲମାନ ଖାନ ନିଜର ଫ୍ୟାନଙ୍କ ପାଇଁ ସବୁବେଳେ ତାଙ୍କ ଦିଲ୍ ଖୋଲା ରଖିଥାନ୍ତି। ସେ ବିଭିନ୍ନ ସମୟରେ ଭିଡିଓ ପୋଷ୍ଟ କରି ଫ୍ୟାନ ମାନଙ୍କୁ ଧନ୍ଯବାଦ ମଧ୍ଯ ଦିଅନ୍ତି ।

ତେବେ ସଲମାନଙ୍କ ଫ୍ୟାନ୍‌ ମାନଙ୍କ ଲିଷ୍ଟ ଖୁବ୍ ଲମ୍ବା  ସେମାନଙ୍କ ଭିତରୁ ଏମିତି ଜଣେ ପ୍ରଶଂସକ ହେଉଛନ୍ତି ମଧ୍ୟପ୍ରଦେଶର ଜବଲପୁରର ବାସିନ୍ଦା ସମୀର । ଯିଏକି ସୁପରଷ୍ଟାର ସଲମାନ ଖାନଙ୍କୁ ଦେଖାକରିବା ପାଇଁ ପ୍ରାୟ ୧୧୦୦ କିଲୋମିଟର ସାଇକେଲ୍ ଯାତ୍ରା କରି ଆସିଥିଲେ। ଆଉ ସୌଭାଗ୍ୟବଶତଃ, ସଲମାନ ସେହି ସମୟରେ ତାଙ୍କ ବାସଭବନରେ ଉପସ୍ଥିତ ଥିଲେ । ଶେଷରେ ପ୍ରଶଂସକଙ୍କ ସହିତ ସେ ବ୍ୟକ୍ତିଗତ ଭାବେ ଆସି ଦେଖାକଲେ । ଭାଇଜାନଙ୍କୁ ଭେଟିବା ପାଇଁ ମଧ୍ୟପ୍ରଦେଶର ଜବଲପୁରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲେ ସମୀର। ନିଜକୁ ସଲମାନ ଖାନଙ୍କ “ଦିୱାନା” ବୋଲି କହୁଥିବା ସମୀର ସଲମାନଙ୍କ ଗୋଟେ ଝଲକ୍ ଦେଖିବା ପାଇଁ ଗୋଟେ ସାଇକେଲରେ ପ୍ରାୟ ୧୧୦୦ କିଲୋମିଟର ଦୂରତା ଅତିକ୍ରମ କରିଥିଲେ ତାହା ପୁଣି ୫ ଦିନରେ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋରେ ଭାଇଜାନ୍ ସମୀର ସହିତ ଦେଖାକରିବା ସହ ଫଟୋ ଉଠାଇଛନ୍ତି। ଯାହା ଇନଷ୍ଟାଗ୍ରାମରେ ସଲମାନଙ୍କ ଜଣେ ପ୍ରଶଂସକ ତାଙ୍କ ପେଜ୍ ରେ ପୋଷ୍ଟ କରିଛନ୍ତି। କ୍ୟାପସନରେ ଲେଖାଯାଇଛି ଜବଲପୁର-ବାସିନ୍ଦା ସମୀର ମେଗାଷ୍ଟାରଙ୍କୁ ଭେଟିବା ପାଇଁ ମୁମ୍ବାଇକୁ ୧୧୦୦ କିଲୋମିଟର ପେଡାଲ ମାରି ସାଇକେଲରେ ଯାତ୍ରା କରିଛନ୍ତି। ତେବେ ସମୀର ନିଜ ସାଇକେଲ ସମ୍ମୁଖରେ ଏକ ବୋର୍ଡ ମାରି ଲେଖିଛନ୍ତି: ‘ଚାଲୋ ଉନକୋ ଦୁଆଁ ଦେତେ ଚାଲେ, ଜବଲପୁର ସେ ମୁମ୍ବାଇ, ଦିୱାନା ମେ ଚାଲା’। ତେବେ ଏହି ପୋଷ୍ଟରେ ବର୍ତ୍ତମାନ ସୁଦ୍ଧା ୫ହଜାରରୁ ଅଧିକ ଲାଇକ୍ ଏବଂ ହଜାର ହଜାର କମେଣ୍ଟ ଆସି ସାରିଲାଣି।

ଜଣେ ୟୁଜର୍ସ ଲେଖିଛନ୍ତି, “ଭାଇ କି ଦିୱାନଗୀ”। ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ସଲମାନ ଖାନଙ୍କ ବଲିଉଡରେ ମୋଷ୍ଟ ଲୋୟାଲ ଏବଂ ଦିୱାନଗୀ ଭଳି ପ୍ରଶଂସକ ଅଛନ୍ତି। ତେବେ ଗତ ସପ୍ତାହରେ ସଲମାନ ଖାନ ୫୭ ବର୍ଷରେ ପାଦ ଦେଇଛନ୍ତି। ସଲମାନଙ୍କ ଦବଙ୍ଗ ଅନ୍ଦାଜ ଏବଂ କିଲର ସ୍ୱାଗ୍‌ କେବଳ ବଲିଉଡ ନୁହେଁ ଚାରିଆଡେ ରହିଛି। ସଲମାନ ଖାନ ବି ଟାଉନର ଏମିତି ଜଣେ ଷ୍ଟାର, ଯାହାଙ୍କ ଫିଲ୍ମ ଦେଖିବା ପାଇଁ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଦିଓ୍ଵାନା । ଭାଇଜାନ ନିଜର ୫୭ ତମ ଜନ୍ମଦିନ ବେଶ ଧୁମଧାମରେ ପାଳନ କରିଛନ୍ତି ।ସଲମାନଙ୍କ ଜନ୍ମଦିନକୁ ଖାସ୍‌ କରିବା ପାଇଁ ତାଙ୍କ ଫ୍ୟାନ୍ସ ୫ ଦିନ ପୂର୍ବରୁ ସେଲିବ୍ରେସନ ଆରମ୍ଭ କରିଦେଇଥିଲେ ।

ବିଗବସ୍‌ରେ ମଧ୍ୟ ଓ୍ଵିକେଣ୍ଡ କା ଓ୍ଵାର ଏପିସୋଡରେ ସମସ୍ତେ ଖାସ୍‌ ଅନ୍ଦାଜରେ ସଲମାନଙ୍କ ଜନ୍ମଦିନ ପାଳନ କରିଥିଲେ । ଏହି ଅଭିନେତା ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ପାଇଁ ଏକ ଜନ୍ମଦିନର ଆୟୋଜନ କରିଥିଲେ। ଏହି ପାର୍ଟିରେ ଶାହରୁଖ ଖାନଙ୍କ ସହ ତବୁ, ପୂଜା ହେଗଡେ, ସଂଗୀତ ବେଜଲାନି, ସୋନାକ୍ଷୀ ସିହ୍ନା, କାର୍ତ୍ତିକ ଆର୍ଯ୍ୟନ ଏବଂ ଅନ୍ୟ ସେଲିବ୍ରିଟି ଯୋଗ ଦେଇଥିଲେ। ତେବେ ୧୯୬୫ ମସିହାରେ ଜନ୍ମଗ୍ରହଣ କରିଥିବା ସଲମାନ ସମସ୍ତଙ୍କ ହୃଦୟରେ ରାଜ୍‌ କରୁଛନ୍ତି ।

ଏହାସହ ସଲମାନ ବଲିଉଡରେ ଅନେକ ଅଭିନେତାଙ୍କୁ ପ୍ରେରଣା ଦେଇଛନ୍ତି । ତାଙ୍କ ଭଳି ଅନ୍ଦାଜ କାହାର ନାହିଁ । ତାଙ୍କ ସ୍ୱାଗ୍‌, କିଲର ଆଟିଟିଡ୍ୟୁ ସମସ୍ତଙ୍କୁ ପସନ୍ଦ ଆସିଥାଏ । ତେଣୁ ସଲମାନଙ୍କର ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ ଅଧିକ । ବଲିଉଡର ଜଣେ ଲୋକପ୍ରିୟ ଷ୍ଟାର ଭାବେ ସମସ୍ତଙ୍କ ହୃଦୟରେ ରାଜ କରନ୍ତି ସଲମାନ। ଅନେକ ଲୋକଙ୍କୁ ଇଣ୍ଡଷ୍ଟ୍ରୀରେ ସୁଯୋଗ ଦେଇଛନ୍ତି ସଲମାନ । ଆଉ ଏଥିପାଇଁ ଅଧା ଇଣ୍ଡଷ୍ଟ୍ରୀ ତାଙ୍କୁ ସଲମାନ ନୁହେଁ ବରଂ ଭାଇଜାନ ନାମରେ ଡାକନ୍ତି ।

ତେବେ ସଲମାନ ଙ୍କୁ ‘ଅନ୍ତିମ୍’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଆଗାମୀ ସମୟରେ ତାଙ୍କୁ କିସି କା ଭାଇ କିସିକା ଜନ୍ ରେ ପୂଜା ହେଗଡେ, ଶେହନାଜ ଗିଲ ଏବଂ ଭେଙ୍କଟେଶ ଡାଗଗୁବତି ସହ ଏବଂ କ୍ୟାଟ୍ରିନା କୈଫଙ୍କ ସହ ‘ଟାଇଗର ୩’ ରେ ଦେଖିବାକୁ ପାଇବେ ଦର୍ଶକ।

 

Sonalisa

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

12 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

14 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

54 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago