ରାଜ୍ୟ

ସ୍ୱାଭାବିକ ହେଲା ସମ୍ବଲପୁର କୋର୍ଟ; କାର୍ଯ୍ୟରେ ଯୋଗ ଦେଲେ ଓକିଲ, ଉଠିଲା ୧୪୪ ଧାରା

ସମ୍ବଲପୁର (କେନ୍ୟୁଜ): ଦୀର୍ଘ ୨୦ ଦିନ ପରେ ହଟିଲା ଅଚଳାବସ୍ଥା । ଆଜି ସମ୍ବଲପୁର କୋର୍ଟରେ ଆଇନଜୀବୀମାନେ କୋର୍ଟ କାର୍ଯ୍ୟରେ ଯୋଗ ଦେଲେ । ସୂଚନା ଅନୁସାରେ ସକାଳ ୧୦.୩୦ ପରେ ଓକିଲମାନେ କୋର୍ଟକୁ ଆସିଛନ୍ତି । ସମ୍ବଲପୁରର ଓକିଲ ସଂଘ ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହ ଆନୁଷ୍ଠାନିକ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଗତ ଡିସେମ୍ବର ୭ ତାରିଖରୁ ସମ୍ବଲପୁର ଓକିଲ ସଂଘ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଥିଲେ ।

ପାଖାପାଖି ୨୦ ଦିନ ଧରି କୋର୍ଟ କାମ ବନ୍ଦ ରହିବାରୁ ଲୋକେ ନାନା ଅସୁବିଧାର ସାମ୍ନା କରିଥିଲେ । ଏବେ କୋର୍ଟ କାମ ପୁଣିଥରେ ଆରମ୍ଭ ହେଉଥିବାରୁ ଲୋକେ ଆଶ୍ୱସ୍ତି ହୋଇଛନ୍ତି । ଅପରପକ୍ଷରେ ସମ୍ବଲପୁର କଚେରି ଅଂଚଳରେ ଆଜି ରାତି ଯାଏଁ ୧୪୪ ଧାରା ଜାରି ରହିବ । ଅର୍ଥାତ୍ ଆଜି ରାତିରୁ ୧୪୪ ଧାରା ମଧ୍ୟ ଉଠିଯିବ ।

ସେପଟେ ଗିରଫ ହୋଇ ଜେଲ୍‌୍‌ରେ ଥିବା ୩୩ ଜଣ ଓକିଲଙ୍କ ଜାମିନ ଆବେଦନ ଉପରେ ଜ଼ିଲ୍ଲା ଦୌରାଜଜ୍‌ଙ୍କ ନିକଟରେ ପୁଣି ଆବେଦନ କରାଯିବ । ଡିସେମ୍ବର ୧୨ ତାରିଖରେ କୋର୍ଟ ଭଙ୍ଗାରୁଜା ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣାରେ ୩୩ ଜଣ ଓକିଲ, ଜଣେ ସାଧାରଣ ବ୍ଯକ୍ତିଙ୍କ ସମେତ ୮ ଜଣ କିନ୍ନର ଗିରଫ ହୋଇଥିଲେ । ଜ଼ିଲ୍ଲା ଓକିଲ ସଙ୍ଘ ସଭପତିଙ୍କ ଅନୁରୋଧ କ୍ରମେ ଓକିଲ ସମୂହ ଆନ୍ଦୋଳନରୁ ଓହରି ଯାଇଛନ୍ତି ।

Barsha

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

21 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

22 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago