ସ୍ପେଶାଲ

ପ୍ରତି ମଙ୍ଗଳବାର ହନୁମାନଙ୍କୁ ଲଗାନ୍ତୁ ତୁଳସୀ ଭୋଗ, ଖୁସି ହୋଇ କରିଦେବେ ଆପଣଙ୍କ ସବୁ ସଙ୍କଟ ଦୂର

ମଙ୍ଗଳବାର ଦିନ ହନୁମାନଙ୍କୁ ଚଢ଼ାନ୍ତୁ ତୁଳସୀ । କୁହାଯାଏ ଯେ ଯଦି ଆପଣ ହନୁମାନଙ୍କୁ ଭୋଗ, ସିନ୍ଦୁର ଆଦି ସହିତ ତୁଳସୀ ମାଳା ଅର୍ପଣ କରୁଛନ୍ତି ତେବେ ଆପଣଙ୍କ ସବୁ କାମ ପୂରା ହେବ। ଆପଣ ଏହା ସମ୍ପର୍କରେ ଜାଣିଛନ୍ତି କି?

ଆପଣ ସମସ୍ତେ ଜାଣନ୍ତି ଭଗବାନ ବିଷ୍ଣୁଙ୍କୁ ତୁଳସୀ ପସନ୍ଦ। କିନ୍ତୁ କଣ ଆପଣ ଜାଣିଛନ୍ତି କି ଯଦି ଆପଣ ମଙ୍ଗଳବାର ଦିନ ବଜରଙ୍ଗବଲୀଙ୍କୁ ତୁଳସୀ କିମ୍ବା ତାର ମାଳା ଅର୍ପଣ କରୁଛନ୍ତି ତେବେ ଆପଣଙ୍କ ସବୁ ଇଚ୍ଛା ପୂର୍ଣ୍ଣ ହେବ। ହନୁମାନ ଜୟନ୍ତି କିମ୍ବା ମଙ୍ଗଳବାର ଦିନ ଯଦି ଆପଣ ହନୁମାନଙ୍କୁ ଭକ୍ତିର ସହ ପୂଜା କରୁଛନ୍ତି ତେବେ ପୂଜାରେ ନିଶ୍ଚିତ ଭାବେ ତୁଳସୀ ଭୋଗ ଲଗାନ୍ତୁ। ସବୁ କାମ ରେ ସଫଳତା ମିଳିବା ସହିତ ଜୀବନର ସବୁ ସଙ୍କଟ ଦୂର ହୋଇଯିବ।

କାହିଁକ ତୁଳସୀ କରାଯାଏ ଅର୍ପଣ:
ଶ୍ରୀରାମାୟଣ କଥା ଅନୁସାରେ ଯେବେ ଭଗବାନ ରାମ ବନବାସ ପୂରା କରିଥିଲେ ଆଉ ସମସ୍ତେ ଅଯୋଧ୍ୟା ଫେରୁଥିଲେ ସେତେବେଳେ ପବନପୁତ୍ର ହନୁମାନ ଭୋଜନ କରୁଥିଲେ । ମାତା ସୀତା ତାଙ୍କୁ ଭୋଜନ ପରସି ଦେଇଥିଲେ। କିନ୍ତୁ ପବନ ପୁତ୍ର ହନୁମାନଙ୍କର ପେଟ ଭରୁନଥିଲା। ଏମିିତିକି ଭଣ୍ଡାର ଘର ଖାଲି ହୋଇଗଲା କିନ୍ତୁ ତାଙ୍କ ଭୋକ ମେଣ୍ଟିଲା ନାହିଁ। ପରେ ମାତା ସୀତା ଏକ ଉପାୟ ଚିନ୍ତା କଲେ । ମାତା ସେତେବେଳେ ତାଙ୍କ ଖାଦ୍ୟରେ ଏକ ତୁଳସୀ ପତ୍ର ଖାଇବା ପାଇଁ ରଖିଦେଲେ। ଯେମିତି ସେ ଖାଇଲେ ପରେ ତାଙ୍କ ଭୋକ ମେଣ୍ଟିଲା। ସେବେଠାରୁ ହନୁମାନଙ୍କ ଭୋକ ମେଣ୍ଟାଇବା ପାଇଁ ତାଙ୍କୁ ତୁଳସୀ ଅର୍ପଣ କରଯାଏ।

ଯଦି ଆପଣଙ୍କ ମନରେ ଅନେକ ଇଚ୍ଛା ରହିଛି ଯାହା ପୂରଣ ହେଉନାହିଁ , କିମ୍ବା ଆପଣଙ୍କ ଆର୍ଥିକ ସ୍ଥିିତି ଖରାପ ରହିଛି ତେବେ ଏଥିପାଇଁ ଆପଣ ମଙ୍ଗଳବାର ଦିନ ତୁଳସୀ ମାଳା ତିଆରି କରି ଭଗବାନଙ୍କୁ ଦେଇପାରିବେ। ଏମିତିରେ ଆପଣଙ୍କ ସବୁ ମନୋକାମନା ପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତିରେ ଅନେକ ସୁଧାର ଆସିବ ।

ହନୁମାନଙ୍କ ପ୍ରିୟ ଗୁଡ଼, ଚଣା ଓ ଲଡ଼ୁ । ଆପଣ ଏହାକୁ ମଧ୍ୟ ଭୋଗ ଲଗାଇପାରିବେ। ଯଦି କୌଣସି ବ୍ୟକ୍ତି ଲମ୍ବା ସମୟ ପର୍ଯ୍ୟନ୍ତ କିଛି ରୋଗରେ ପିଡ଼ୀତ ଅଛନ୍ତି ତେବେ ତୁଳସୀ ପତ୍ର ଅର୍ପଣ କରନ୍ତୁ। ଏମିିତିରେ ସେହି ବ୍ୟକ୍ତି ର ସ୍ୱାସ୍ଥ୍ୟ ଠିକ ହୋଇଯିବ। ରୋଗରୁ ମୁକ୍ତି ପାଇବେ।

ହନୁମାନଙ୍କୁ ତୁଳସୀ ଚଢ଼ାଇବା ଦ୍ୱାରା ଘରେ ସୁଖ ସମୃଦ୍ଧି ଓ ଶାନ୍ତି ବାସ ହୋଇଥାଏ। ଧନ ସମ୍ବନ୍ଧିତ ସମସ୍ୟା ଦୂର ହୋଇଯାଏ। ଆପଣ ପ୍ରତି ମଙ୍ଗଳବାର ହନୁମାନଙ୍କୁ ସିନ୍ଦୁର, ଗୁଡ଼ ଓ ଚଣା ଭୋଗ ଲଗାଇପାରିବେ। ତୁଳସୀ ଦେଇ ପୂଜା କରିପାରିବେ। ହନୁମାନ ଚାଳିଶା ପାଠ କଲେ ମଧ୍ୟ ଆପଣଙ୍କ ସବୁ କାମ ଶୀଘ୍ର ଓ ଭଲରେ ହୋଇଯିବ।

D Sonali

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

3 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

5 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

45 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

60 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago