ମନୋରଂଜନ

ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ବଲିଉଡ ଅଭିନେତା ଜ୍ୟାକି ଶ୍ରଫ, ବ୍ୟକ୍ତିଗତ ଏବଂ ସାର୍ବଜନୀନ ଅଧିକାର ନେଇ କରିଛନ୍ତି ଆବେଦନ

ନିଜର ବ୍ୟକ୍ତିଗତ ଓ ସାର୍ବଜନୀନ ଅଧିକାର ରକ୍ଷା ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବଲିଉଡ ଅଭିନେତା ଜ୍ୟାକି ଶ୍ରଫ। ତାଙ୍କ ବିନା ଅନୁମତିରେ ତାଙ୍କ ନାମ, ଫଟୋ, କଣ୍ଠ ସ୍ବର ଓ ଚର୍ଚ୍ଚିତ ଡାଏଲଗ ଭିଡୁର ବ୍ୟବହାର ଉପରେ ରୋକ ଲଗାଇବାକୁ ଆବେଦନ କରିଛନ୍ତି ଜ୍ୟାକି । ଏହି ମାମଲାରେ ଯେଉଁ ସଂଗଠନ ତାଙ୍କ ବିନା ଅନୁମତିରେ ବ୍ୟବସାୟିକ ଲାଭ ପାଇଁ ବ୍ୟବହାର କରିଛନ୍ତି ।

ରୁପେଲି ପରଦାରେ ଅଧିକାଂଶ ସମୟରେ ସେ ଭିଡୁ ଶବ୍ଦର ବ୍ୟବହାର କରିଥାନ୍ତି । ବହୁ ସମୟରେ ଏହି ଶବ୍ଦରୁ ସାର୍ବଜନୀକ ସ୍ଥାନରେ ବ୍ୟବହାର କରାଯାଇଥାଏ । ଏହା ଉପରେ ରୋକ ଲଗାଇବାକୁ ସେ ଆବେଦନରେ ଗୁହାରି କରିଛନ୍ତି । ଏନେଇ ବିଭିନ୍ନ ସୋସିଆଲ ମିଡିଆ ଚ୍ୟାନେଲ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆପ୍ ସମେତ ଅନ୍ୟ ପ୍ଲାଟଫର୍ମରେ ତାଙ୍କ ବିନା ଅନୁମତିରେ ତାଙ୍କ ସହ ଜଡ଼ିତ କୌଣସି ପ୍ରସଙ୍ଗକୁ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦେବାକୁ ସେ ଗୁହାରି କରିଛନ୍ତି । ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ସଞ୍ଜୀବ ନରୁଲା ଆବେଦନର ଶୁଣାଣି କରି ଏହା ସହ ଜଡ଼ିତ ବିଭିନ୍ନ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ଆସନ୍ତାକାଲି ମାମଲାର ଶୁଣାଣି ହେବ ।

ତେବେ ପ୍ରଥମ ଥର ପାଇଁ ନୁହେଁ କୌଣସି ବଲିଉଡ ଅଭିନେତା ଗୋପନୀୟତା ଏବଂ ପ୍ରଚାର ଅଧିକାର ପାଇଁ ଅଦାଲତଙ୍କ ଠାରୁ ସହାୟତା ମାଗିଛନ୍ତି । ଏହାପୂର୍ବରୁ ଅମିତାଭ ବଚ୍ଚନ ମଧ୍ୟ ତାଙ୍କ ନକଲ କରିବା ଏବଂ ବିନା ଅନୁମତିରେ ତାଙ୍କ ସ୍ୱର ବ୍ୟବହାର କରିବା ଉପରେ ରୋକ ଲଗାଇବା ପାଇଁ ମୁମ୍ବାଇ ହାଇକୋର୍ଟରେ ଅପିଲ କରିଥିଲେ । ଗତ ବର୍ଷ ଜୁନରେ ଅନୀଲ କପୁର ମଧ୍ୟ ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଅପିଲ କରିଥିଲେ । ଆଉ ଜାନୁଆରୀରେ ଏହି କେସ୍‌ ଜିତିଥିଲେ ।

Swagatika

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

17 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

17 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

21 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

44 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

52 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

58 mins ago