ମନୋରଂଜନ

ଭୟଙ୍କର ରୋଗରେ ପୀଡ଼ିତ ଶିଳ୍ପା ସେଟ୍ଟୀଙ୍କ ଭଉଣୀ ଶମିତା, ହସ୍ପିଟାଲ ବେଡ୍‌ରୁ ଛାଡ଼ିଲେ ଭିଡିଓ

ଶିଳ୍ପା ସେଟ୍ଟୀଙ୍କ ଭଉଣୀ ତଥା ବଲିଉଡ ଅଭିନେତ୍ରୀ ଶମିତା ସେଟ୍ଟୀ ଏକ ଭୟଙ୍କର ରୋଗରେ ପୀଡ଼ିତ । ଏ କଥା ଆଉ କେହି ନୁହେଁ, ବରଂ ଅଭିନେତ୍ରୀ ନିଜେ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟ ମାଧ୍ୟମରେ ଜଣାଇଛନ୍ତି । ଅଭିନେତ୍ରୀ ଏକ ଭୟଙ୍କର ରୋଗ ‘ଏଣ୍ଡୋମେଟ୍ରିଓସିସ୍‌’ରେ ଜୁଝି ହେଉଛନ୍ତି । ଏହା ବିଷୟରେ ସୂଚନା ଦେଇ ଶମିତା ହସ୍ପିଟାଲ ବେଡରୁ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ସେ ମହିଳାମାନଙ୍କୁ ଚେତାବନୀ ଦେଇଛନ୍ତି ।

ଭିଡିଓ ସେୟାର କରିବା ବେଳେ ଶମିତା ଏକ ଲମ୍ବା କ୍ୟାପସନ ମଧ୍ୟ ପୋଷ୍ଟରେ ଲେଖିଛନ୍ତି । ଅଭିନେତ୍ରୀ କହିଛନ୍ତି, ‘ଆପଣ ଜାଣନ୍ତି କି, ପ୍ରାୟ ୪୦% ମହିଳା ଏଣ୍ଡୋମେଟ୍ରିଓସିସରେ ପୀଡିତ ? ଆମ ମଧ୍ୟରୁ ଅଧିକାଂଶ ଏହି ରୋଗ ବିଷୟରେ ଜାଣି ନାହାନ୍ତି । ମୁଁ ମୋର ଉଭୟ ଡାକ୍ତରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେ ସେମାନେ ମୋ ଯନ୍ତ୍ରଣାର ମୂଳ କାରଣ ନ ଜାଣିବା ଯାଏଁ ଅଟକି ନ ଥିଲେ । ବର୍ତ୍ତମାନ ମୋର ଏହି ରୋଗକୁ ଚିକିତ୍ସା ଏବଂ ସର୍ଜରୀ ମାଧ୍ୟମରେ ଦୂର କରି ଦିଆଯାଇଛି । ବର୍ତ୍ତମାନ ମୁଁ ଭଲ ସ୍ୱାସ୍ଥ୍ୟ ଏବଂ ଅଧିକ ଶାରୀରିକ ଯନ୍ତ୍ରଣା ମୁକ୍ତ ଦିନକୁ ଅପେକ୍ଷା କରିଛି’ ।

ଭିଡିଓରେ ଶମିତା ଭଉଣୀ ଶିଳ୍ପାଙ୍କ ସହ କଥା ହେଉଥିବାର ଦେଖିବାକୁ ମିଳୁଛି । ଅଭିନେତ୍ରୀ ଅସ୍ତ୍ରୋପଚାର ପୂର୍ବରୁ ଏହି ଭିଡିଓ ପ୍ରସ୍ତୁତ କରିଛନ୍ତି । କହି ରଖୁଛୁ ଯେ WHO ଅନୁସାରେ, ଏଣ୍ଡୋମେଟ୍ରିଓସିସ୍ ହେଉଛି ଏମିତି ଏକ ରୋଗ, ଯେଉଁଥିରେ ଗର୍ଭାଶୟର ଆବରଣ ସଦୃଶ ଟିସୁ ଗର୍ଭାଶୟ ବାହାରେ ବଢ଼ିବାକୁ ଲାଗିଥାଏ । ଏଥିରେ ମହିଳା ଗର୍ଭଧାରଣ କରିବା କଷ୍ଟକର ହୋଇପାରେ ।

ଶମିତା ସେଟ୍ଟୀ ୨୦୨୩ରେ ‘ଦି ଟେଣ୍ଟାଣ୍ଟ’ରେ ନଜର ଆସିଥିଲେ । ଏତିକି ନୁହେଁ, ସେ ପୂର୍ବରୁ ‘ବ୍ଲାକ୍ ଓ୍ଵିଡୋଜ୍‌’ ନାମକ ୱେବ୍ ସିରିଜର ମଧ୍ୟ ଏକ ଅଂଶ ଥିଲେ । ‘ବିଗ୍‌ ବସ୍‌ ୧୫’ ଏବଂ ‘ବିଗ୍ ବସ୍ OTT’ରେ ତାଙ୍କର ଜଲଓ୍ଵା ଦେଖିବାକୁ ମିଳିଥିଲା । ତିନିଥର ପ୍ରତିଯୋଗୀ ଭାବରେ ‘ବିଗ୍ ବସ୍’କୁ ଆସିବା ପରେ ମଧ୍ୟ ଶମିତା ଥରେ ହେଲେ ଶୋ’ ଜିତିପାରି ନ ଥିଲେ ।

Roshni

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

17 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

17 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

21 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

44 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

52 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

58 mins ago