ମନୋରଂଜନ

ଫେରୁଛି ଝଲକ ଦିଖଲାଜା: ନିୟା ଶର୍ମା, ହିନା ଖାନ୍‌ଙ୍କ ସହ ଠୁମ୍‌କା ଲଗାଇବେ ହରଭଜନ ସିଂହ ପ୍ରମୁଖ କ୍ରିକେଟର

ଖୁବ୍‌ଶୀଘ୍ର ପରଦାକୁ ଆସୁଛି ଲୋକଙ୍କ ପ୍ରିୟ ଡ୍ୟାନ୍ସ ରିଆଲିଟି ଶୋ’ ଝଲକ ଦିଖଲାଜା। କଲର୍ସ ଟିଭିରେ ଖୁବ୍‌ ଶୀଘ୍ର ଝଲକ୍‌ ଦିଖ୍‌ଲାଜାର ୧୦ମ ସିଜନ୍‌ ସହ ଆସୁଛି। ଏବେ ଶୋ’ ନିର୍ମାତା ଏଥିପାଇଁ ପ୍ରତିଯୋଗୀଙ୍କୁ ଫାଇନାଲ କରୁଛନ୍ତି। ରିପୋର୍ଟ ମୁତାବକ, ନୂଆ ସିଜନ୍‌ରେ କେବଳ ଟେଲିଭିଜନ୍‌ର ବୋହୂ ନୁହେଁ ବରଂ କ୍ରିକେଟର ହରଭଜନ ସିଂହ, ଲସିଥ୍‌ ମାଲିଙ୍ଗା ଓ ସୁରେଶ ରୈନା ମଧ୍ୟ ନିଜ ଡ୍ୟାନ୍ସ ଜଲଓ୍ଵା ଦେଖାଇବେ।

ଚଳିତ ସିଜନ୍‌ରେ ହିନା ଖାନ୍‌, ନିୟା ଶର୍ମା ଓ ଧୀରଜ ଧୁପରଙ୍କ ଭଳି ବହୁ ଲୋକପ୍ରିୟ ଟିଭି ଷ୍ଟାର ରିଆଲିଟି ଶୋ’ରେ ଅଂଶ ଗ୍ରହଣ କରିବେ। ଏହା ବ୍ୟତୀତ କ୍ରିକେଟର ହରଭଜନ ସିଂହ, ଲସିଥ୍‌ ମାଲିଙ୍ଗା ଓ ସୁରେଶ ରୈନାଙ୍କୁ ମଧ୍ୟ ସେଲିବ୍ରିଟି ଡ୍ୟାନ୍ସ ଶୋ’ରେ ନାଚୁଥିବାର ଦେଖିବାକୁ ମିଳିବ। ତେବେ ଏ ନେଇ ଏବେ ଯାଏଁ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ। କିନ୍ତୁ ଯଦି ରିପୋର୍ଟ ଠିକ୍‌ ତେବେ ଏହି କ୍ରିକେଟରଙ୍କୁ ଡ୍ୟାନ୍ସ କରୁଥିବାର ଦର୍ଶକେ ଦେଖିବେ।

ପୂର୍ବରୁ ଝଲକ ଦିଖ ଲାଜାର ଅନ୍ୟ ସିଜନ୍‌ରେ ଅଜୟ ଜାଡେଜା, ବାଇଚୁଙ୍ଗ ଭୂତିଆ, ମୋହିନ୍ଦର ଅମରନାଥ, ସନଥ ଜୟସୂର୍ଯ୍ୟା, ଅଖିଳ କୁମାର, ଶ୍ରୀସନ୍ଥ, ଇରଫାନ୍‌ ପଠାନ ଓ ଡେ୍ଵନ୍‌ ବ୍ରାଭୋ ପ୍ରମୁଖ ଖେଳାଳିଙ୍କୁ ଦେଖିବାକୁ ମିଳିଥିଲା।

ଚଳିତ ୧୦ମ ସିଜନ୍‌ରେ କରନ୍‌ ଜୋହର ଓ ମାଧୁରୀ ଦୀକ୍ଷିତ ହିଁ ପୁଣିଥରେ ଜଜ୍‌ କରିବେ। ନୋରା ଫତେହୀ ମଧ୍ୟ ତାଙ୍କ ସହ ନଜର ଆସିବେ। ଶୋ’ର ପ୍ରିମିୟର ଚଳିତ ବର୍ଷ ସେପ୍ଟେମ୍ବରରେ ହେବ।

ସୂଚନାଯୋଗ୍ୟ ଯେ ଝଲକ ଦିଖଲାଜାର ଶେଷ ସିଜନ ୨୦୧୭ ମସିହାରେ ପ୍ରସାରିତ ହୋଇଥିଲା। ଶୋ’ର ୯ମ ସିଜନକୁ କରଣ ଜୋହର, ଫରାହ ଖାନ୍‌, ଜ୍ୟାକଲିନ୍‌ ଫର୍ଣ୍ଣାନ୍‌ଡିସ୍‌ ଓ ଗଣେଶ ହେଗଡେ ଜଜ୍‌ କରିଥିଲେ।

Also Read: ଐଶ୍ୱର୍ଯ୍ୟା ରାୟଙ୍କ ସହ ଛାଡ଼ପତ୍ର ମାମଲାରେ ନିରବତା ଭାଙ୍ଗିଲେ ଲାଲୁ ଯାଦବଙ୍କ ପୁଅ ତେଜ ପ୍ରତାପ, ଭିଡିଓ ସେୟାର କରି କହିଲେ- ଶ୍ୱଶର ଘର ଲୋକ ହଇରାଣ କରୁଛନ୍ତି

WCW 11

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

7 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

9 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

13 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

14 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

19 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

28 mins ago