ଫେରୁଛି ଝଲକ ଦିଖଲାଜା: ନିୟା ଶର୍ମା, ହିନା ଖାନ୍ଙ୍କ ସହ ଠୁମ୍କା ଲଗାଇବେ ହରଭଜନ ସିଂହ ପ୍ରମୁଖ କ୍ରିକେଟର

ଖୁବ୍ଶୀଘ୍ର ପରଦାକୁ ଆସୁଛି ଲୋକଙ୍କ ପ୍ରିୟ ଡ୍ୟାନ୍ସ ରିଆଲିଟି ଶୋ’ ଝଲକ ଦିଖଲାଜା। କଲର୍ସ ଟିଭିରେ ଖୁବ୍ ଶୀଘ୍ର ଝଲକ୍ ଦିଖ୍ଲାଜାର ୧୦ମ ସିଜନ୍ ସହ ଆସୁଛି। ଏବେ ଶୋ’ ନିର୍ମାତା ଏଥିପାଇଁ ପ୍ରତିଯୋଗୀଙ୍କୁ ଫାଇନାଲ କରୁଛନ୍ତି। ରିପୋର୍ଟ ମୁତାବକ, ନୂଆ ସିଜନ୍ରେ କେବଳ ଟେଲିଭିଜନ୍ର ବୋହୂ ନୁହେଁ ବରଂ କ୍ରିକେଟର ହରଭଜନ ସିଂହ, ଲସିଥ୍ ମାଲିଙ୍ଗା ଓ ସୁରେଶ ରୈନା ମଧ୍ୟ ନିଜ ଡ୍ୟାନ୍ସ ଜଲଓ୍ଵା ଦେଖାଇବେ।
ଚଳିତ ସିଜନ୍ରେ ହିନା ଖାନ୍, ନିୟା ଶର୍ମା ଓ ଧୀରଜ ଧୁପରଙ୍କ ଭଳି ବହୁ ଲୋକପ୍ରିୟ ଟିଭି ଷ୍ଟାର ରିଆଲିଟି ଶୋ’ରେ ଅଂଶ ଗ୍ରହଣ କରିବେ। ଏହା ବ୍ୟତୀତ କ୍ରିକେଟର ହରଭଜନ ସିଂହ, ଲସିଥ୍ ମାଲିଙ୍ଗା ଓ ସୁରେଶ ରୈନାଙ୍କୁ ମଧ୍ୟ ସେଲିବ୍ରିଟି ଡ୍ୟାନ୍ସ ଶୋ’ରେ ନାଚୁଥିବାର ଦେଖିବାକୁ ମିଳିବ। ତେବେ ଏ ନେଇ ଏବେ ଯାଏଁ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ। କିନ୍ତୁ ଯଦି ରିପୋର୍ଟ ଠିକ୍ ତେବେ ଏହି କ୍ରିକେଟରଙ୍କୁ ଡ୍ୟାନ୍ସ କରୁଥିବାର ଦର୍ଶକେ ଦେଖିବେ।
ପୂର୍ବରୁ ଝଲକ ଦିଖ ଲାଜାର ଅନ୍ୟ ସିଜନ୍ରେ ଅଜୟ ଜାଡେଜା, ବାଇଚୁଙ୍ଗ ଭୂତିଆ, ମୋହିନ୍ଦର ଅମରନାଥ, ସନଥ ଜୟସୂର୍ଯ୍ୟା, ଅଖିଳ କୁମାର, ଶ୍ରୀସନ୍ଥ, ଇରଫାନ୍ ପଠାନ ଓ ଡେ୍ଵନ୍ ବ୍ରାଭୋ ପ୍ରମୁଖ ଖେଳାଳିଙ୍କୁ ଦେଖିବାକୁ ମିଳିଥିଲା।
View this post on Instagram
ଚଳିତ ୧୦ମ ସିଜନ୍ରେ କରନ୍ ଜୋହର ଓ ମାଧୁରୀ ଦୀକ୍ଷିତ ହିଁ ପୁଣିଥରେ ଜଜ୍ କରିବେ। ନୋରା ଫତେହୀ ମଧ୍ୟ ତାଙ୍କ ସହ ନଜର ଆସିବେ। ଶୋ’ର ପ୍ରିମିୟର ଚଳିତ ବର୍ଷ ସେପ୍ଟେମ୍ବରରେ ହେବ।
ସୂଚନାଯୋଗ୍ୟ ଯେ ଝଲକ ଦିଖଲାଜାର ଶେଷ ସିଜନ ୨୦୧୭ ମସିହାରେ ପ୍ରସାରିତ ହୋଇଥିଲା। ଶୋ’ର ୯ମ ସିଜନକୁ କରଣ ଜୋହର, ଫରାହ ଖାନ୍, ଜ୍ୟାକଲିନ୍ ଫର୍ଣ୍ଣାନ୍ଡିସ୍ ଓ ଗଣେଶ ହେଗଡେ ଜଜ୍ କରିଥିଲେ।