Below header

ସରକାରୀ ଚାକିରି: ଲୋକସେବା ଆୟୋଗରେ ଖାଲି ପଡ଼ିଛି ଏହି ସବୁ ପଦବୀ; ଆରମ୍ଭ ହୋଇ ଗଲାଣି ଆବେଦନ…

ଗୁଜରାଟ ଲୋକସେବା ଆୟୋଗ (GPSC) ଡେପୁଟି ସେକ୍ସନ ଅଫିସର/ ଉପ ମାମଲାତଦାର, ମୁଖ୍ୟ ଅଧିକାରୀ, ସହାୟକ ବନ ସଂରକ୍ଷକ, ଅନୁଭାଗ ଅଧିକାରୀ ଏବଂ ଅନ୍ୟାନ୍ୟ ପଦବୀ ପୂରଣ ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ, ଯେଉଁମାନେ ଏହି ପଦଗୁଡ଼ିକ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ GPSCର ଅଫିସିଆଲ େଓବ୍‌ସାଇଟ gpsc.gujarat.gov.in ଯାଇ ଆପ୍ଲାଏ କରି ପାରିବେ। ଏହି ପଦଗୁଡ଼ିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ଏହାଛଡ଼ା ଆଶାୟୀମାନେ https://gpsc.gujarat.gov.in/ ଲିଙ୍କ୍‌ ଉପରେ କ୍ଲିକ୍‌ କରି ମଧ୍ୟ ଏହି ପଦଗୁଡ଼ିକ ପାଇଁ ଆବେଦନ କରି ପାରିବେ। ଏଥି ସହିତ https://gpsc.gujarat.gov.in/dashboard?stage=Advertisement ଲିଙ୍କ୍‌ ଜରିଆରେ ମଧ୍ୟ ଅଫିସିଆଲ ନୋଟିଫିକେସନ ଯାଞ୍ଚ କରି ପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ମୋଟ ୨୬୦ ପଦ ପୂରଣ କରାଯିବ।

ଗୁରୁତ୍ୱପୂର୍ଣ୍ଣ ତାରିଖ

ଆବେଦନ ଆରମ୍ଭ ତାରିଖ: ୧୫ ଜୁଲାଇ

ଆବେଦନ ଶେଷ ତାରିଖ: ୩୦ ଜୁଲାଇ

ଅନ୍ୟାନ୍ୟ ବିବରଣୀ

ଉପ ଅନୁଭାଗ ଅଧିକାରୀ/ ଉପ ମାମଲାତଦାର: ୮୦ ପଦ

Dy. S.O. (ସଚିବାଳୟ): ୫ ପଦ

ମୁଖ୍ୟ ଅଧିକାରୀ: ୩ ପଦ

ସହାୟକ ବନ ସଂରକ୍ଷକ: ୩୮ ପଦ

ପଶୁ ଚିକିତ୍ସା ଅଧିକାରୀ: ୧୩୦ ପଦ

ମୁନି ଆକାଉଣ୍ଟ ଅଫିସର: ୪ ପଦ

ଯୋଗ୍ୟତା ମାନଦଣ୍ଡ: ଆଶାୟୀମାନଙ୍କ ପାଖରେ ଅଫିସିଆଲ ନୋଟିଫିକେସନରେ ଦିଆଯାଇଥିବା ସମ୍ବନ୍ଧିତ ଯୋଗ୍ୟତା ଥିବା ଦରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.