Below header

ଜିନ୍ସ ଓ ଟି ସାର୍ଟରେ ହାର୍ଲ୍ଲି ଡେଭିଡସନ ଚଳାଉଥିବା ନଜର ଆସିଲେ ମକ୍କା ମସଜିଦର ପୂର୍ବ ଇମାମ, ଭିନ୍ନ ମହଲରୁ ଆସୁଛି ଭିନ୍ନ ପ୍ରତିକ୍ରିୟା

ସାଉଦି ଆରବସ୍ଥିତ ଗ୍ରାଣ୍ଡ ମକ୍କା ମସଜିଦର ପୂର୍ବତନ ଇମାମ ଶେଖ ଅଦେଲ ଅଲ- କଲବାନିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଭିଡିଓଟିରେ ମଡର୍ଣ୍ଣ ଡ୍ରେସ ପିନ୍ଧି ହାର୍ଲ୍ଲି ଡେଭିଡସନ ମୋଟରସାଇକେଲ ଚଳାଉଥିବା କଲବାନିଙ୍କ ନୂଆ ଅବତାର ଦେଖି ଆରବ ରାଷ୍ଟ୍ରରେ ଯେମିତି ଏକ ପ୍ରକାର ହଂଗାମା ସୃଷ୍ଟି ହୋଇଛି । ଏହି ଭିଡିଓଟିକୁ ଜଣେ ବ୍ୟକ୍ତି ସ୍ନାପଚାଟରେ ରେକର୍ଡ କରିଥିଲେ । ଯେଉଁଥିରେ ଦେଖାଯାଇଛିକି ଏକ ଧଳା ରଙ୍ଗର ଟି ସାର୍ଟ ଓ ଏକ ହାଫ ଜ୍ୟାକେଟ ପିନ୍ଧି କଲବାନି ହାର୍ଲେ ଡେଭିଡ଼ସାନ ଏକ ବାଇକ ଉପରେ ବସିଛନ୍ତି । ସେହି ଜ୍ୟାକେଟ ଉପରେ ଆମେରିକୀୟ ପତାକା ସହିତ ଆଉ ବି ଅନେକ ଆଇକନ ପ୍ରିଣ୍ଟ ରହିଛି । ଏହି ଭିଡିଓଟିରେ ସେ ମୋଟରସାଇକେଲ ଉପରେ ବସି ହସୁଥିବାର ନଜର ଆସିଛନ୍ତି । ଆଉ ଏହା ସହ ହାତରେ ଭିକ୍ଟରି ଚିହ୍ନ ଦେଖାଇଛନ୍ତି ।

 

ଏହି ଭିଡିଓଟିକୁ ଷୋମବାର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ଇମାମ ଜଣଙ୍କ ଟ୍ୱିଟରରେ ଖୁବ ଟ୍ରେଣ୍ଡ କରୁଛନ୍ତି । ଆରବ ରାଷ୍ଟ୍ରରୁ ତାଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଆସିବାରେ ଲାଗିଛି । ଅନେକ ଲୋକ ତାଙ୍କ ପୋଷାକ ପରିଧାନ ଉପରେ କମେନ୍ଟ ମଧ୍ୟ ଦେଇଛନ୍ତି । ଯେବେକି ଅନ୍ୟ କେତେକ ଲୋକ ଇମାମଙ୍କୁ ସମର୍ଥନ ମଧ୍ୟ କରିଛନ୍ତି । ଭିଡିଓଟିକୁ ନେଇ ଜଣେ ଟ୍ୱିଟର ୟୁଜର ଲେଖିଛନ୍ତିକି, ମୋ ମତରେ ଇମାମ ଜଣଙ୍କ ଏମିତି କିଛି ବି କରିନାହାନ୍ତି ଯାହାକୁ ନେଇ ବିରୋଧ ଉଠିବ । ସେ ଯାହା ବି କରୁଛନ୍ତି ତାଙ୍କୁ ସେଥିପାଇଁ ସ୍ୱାଧୀନତା ଦିଆଯାଇଛି । ଆମେ ସାଧାରଣତଃ ଇମାମ ମାନଙ୍କୁ ଏକ ପ୍ରକାରର ପୋଷାକ ପରିପାଟୀରେ ଦେଖି ଆସିଛୁ । ଏହା ଠାରୁ ଟିକିଏ ବି ହଟି ସେମାନଙ୍କୁ ଅନ୍ୟ କୌଣସି ବେଶରେ ଦେଖିବାକୁ ଆମେ ନିଜକୁ ପ୍ରସ୍ତୁତ କରିନାହୁଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.