ପୋଷ୍ଟ ଅଫିସର SCSS ସ୍କିମରେ ମାତ୍ର ୧୦୦୦ ଟଙ୍କା ନିବେଶ କଲେ ମିଳିବ ୧୪ ଲକ୍ଷ ଟଙ୍କାରୁ ଅଧିକ ଲାଭ.. ଜାଣନ୍ତୁ

ଟଙ୍କା ନିବେଶ କରିବା ପାଇଁ ମାର୍କେଟରେ ଅନେକ ପ୍ରକାର ଅପସନ୍‌ ମହଜୁଦ ରହିଛି। କିଛି ଲୋକ ବ୍ୟାଙ୍କ ଫିକ୍ସଡ ଡିପୋଜିଟରେ ନିବେଶ କରିବା ପସନ୍ଦ କରନ୍ତି ତ ଆଉ କିଛି ଲୋକ ଇନସୁରାନ୍ସ ପଲିସି, ଟର୍ମ ପଲିସି, ପେନସନ୍‌ ପଲିସି ଆଦିରେ ନିବେଶ କରନ୍ତି। ସେହିପରି ଆଉ କିଛି ଲୋକ ସେୟାର ମାର୍କେଟ ଏବଂ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରନ୍ତି। ବହୁତ ଲୋକ ଏମିତି ବି ଅଛନ୍ତି ଯେଉଁମାନେ ପୋଷ୍ଟ ଅଫିସର ଖାସ୍‌ ସ୍କିମରେ ନିବେଶ କରିବାକୁ ଅଧିକ ଫାଇଦାପୂର୍ଣ୍ଣ ବୋଲି ଭାବନ୍ତି।

ଏମିତି ଏଥିପାଇଁ ହୋଇଥାଏ କାରଣ ପୋଷ୍ଟ ଅଫିସ ସ୍କିମରେ ନିବେଶ କରିବା ଦ୍ୱାରା ଲୋକଙ୍କୁ ବହୁତ ଭଲ ରିଟର୍ଣ୍ଣ ମିଳିଥାଏ। ପୋଷ୍ଟ ଅଫିସର କିଛି ସ୍କିମ ରହିଛି ଯେଉଁଥିରେ ବ୍ୟାଙ୍କ ଫିକ୍ସଡ ଡିପୋଜିଟ ବରାବର କିମ୍ବା ତାହା ଠାରୁ ଅଧିକ ସୁଧ ଅଫର କରିଥାଏ। ପୋଷ୍ଟ ଅଫିସ ସରକାରଙ୍କ ଦ୍ୱାରା ସଞ୍ଚାଳିତ ହୋଇଥାଏ ଏଣୁ ଟଙ୍କା ବୁଡିବାର କୌଣସି ଟେନସନ୍‌ ନଥାଏ।

ପୋଷ୍ଟ ଅଫିସ ନିଜ ଗ୍ରାହକଙ୍କ ପାଇଁ ବଢ଼ିଆ ସ୍କିମ ଆଣିଥାଏ। ଏଥିରେ ସମସ୍ତ ବୟସର ଲୋକଙ୍କ ପାଇଁ ଯୋଜନା ରହିଛି। ଯ ଦି ଆପଣ ବି ସୁରକ୍ଷିତ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣ ଏହି ବିଭାଗ ଉପରେ ବିଶ୍ୱାସ କରିପାରିବେ। ଏହା ଆପଣଙ୍କୁ ମାତ୍ର କିଛି ବର୍ଷ ଭିତରେ ଲକ୍ଷପତି ବନେଇଦେବ। ଆମେ ଆଜି ଆପଣଙ୍କୁ ଯେଉଁ ସ୍କିମ ସମ୍ପର୍କରେ କହିବୁ ତାହା ବୟସ୍କ ଲୋକଙ୍କ ପାଇଁ ରହିଛି।

ସାଧାରଣତଃ ଅବସର ପରେ ଚିନ୍ତା ଆସିଯାଏ ଯେ ସେମାନେ ଯେପରି ଅନ୍ୟ କାହା ଉପରେ ନିର୍ଭର ରହିବେ ନାହିଁ। ଏମିତିରେ ସେମାନଙ୍କ କାମ କରିବା ସମୟରେ ସେଭିଂ ସମ୍ପର୍କରେ ଭାବିବାକୁ ହେବ। ଆଜି ପୋଷ୍ଟ ଅଫିସର ଏକ ବଢ଼ିଆ ସ୍କିମ ବିଷୟରେ ଜାଣନ୍ତୁ.. ପୋଷ୍ଟ ଅଫିସ ସିଟିଜେନ୍ସ ସେଭିଂ ସ୍କିମ। ଏଥିରେ ଆପଣଙ୍କୁ ୭.୪% ହାରରେ ସୁଧ ମିଳିବ। ମାନେ ଏକ ସାଧାରଣ ନିବେଶ ପରେ ଆପଣ ମାତ୍ର ୫ବର୍ଷ ଭିତରେ ୧୪ ଲକ୍ଷର ମୋଟା ରାଶି ପାଇପାରିବେ। ଜାଣନ୍ତୁ କେବେଠୁ ଆଉ କିପରି କରିବେ ନିବେଶ..

ଯଦି ଆପଣ ଅବସର ପାଇଛ ନ୍ତି ତେବେ ପୋଷ୍ଟ ଅଫିସର ସିନିଅର ସିଟିଜେନ ସେଭିଂ ସ୍କିମ ଅଧିକ ଫାଇଦା ଯୋଗାଇବ ଆପଣଙ୍କୁ.. ନିଜ ଜୀବନ ପୁଞ୍ଜିକୁ ମଧ୍ୟ ଆପଣ ଏପରି ସ୍ଥାନରେ ନିବେଶ କରିବା ଉଚିତ ଯାହା ସୁରକ୍ଷିତ ସହିତ ଭଲ ମୁନାଫା ମାନେ ଲାଭ ଦେଉଥିବ।

ତେବେ ଏହି ସ୍କିମରେ ଖାତା ଖୋଲିବା ପାଇଁ ବ୍ୟକ୍ତିଙ୍କୁ ୬୦ ବର୍ଷ ବୟସ କିମ୍ବା ତାଠାରୁ ଅଧିକ ହୋଇଥିବା ଦରକାର। ଏହାସହ ଯେଉଁମାନେ ଭିଆରଏସ ନେଇଛନ୍ତି ସେମାନେ ମଧ୍ୟ ଏହି ସ୍କିମକୁ ଖୋଲିପାରିବେ।

ଯଦି ଆପଣ ଏହି ସ୍କିମରେ ଏହାସହିତ ୧୦ ଲକ୍ଷ ଟଙ୍କା ଜମା କରନ୍ତି ତେବେ ବାର୍ଷିକ ୭.୪% ହାରରେ ୫ବର୍ଷ ପରେ ମାଚ୍ୟୁରିଟି ପାଇବ। ଏହାପରେ ମୋଟ ରାଶି ହୋଇ ଯିବ ୧୪,୨୮,୯୬୪ ଟଙ୍କା। ଆପଣଙ୍କୁ ସୁଧ ରୁପରେ ୪,୨୮,୯୬୪ ଟଙ୍କାର ଫାଇଦା ମିଳିବ।

ଏହି ସ୍କିମ ଖୋଲିବା ପାଇଁ ନ୍ୟୁନତମ ରାଶି ୧୦୦୦ ଟଙ୍କା । ଏହାପରେ ଏହି ଖାତାରେ ଆପଣ ଅଧିକତମ ଭାବେ ୧୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ରଖିପାରିବେ ନାହିଁ।

ଏହିି ସ୍କିମର ମ୍ୟାଚୁରିଟି ପିରିୟଡ ୫ ବର୍ଷ। ଯଦି ନିବେଶକ ଚାହାଁନ୍ତି ତେବେ ଏହି ସମୟକୁ ବଢ଼ାଇପାରିବେ। ଟାକ୍ସ କଥା ଧ୍ୟାନକୁ ଦେଲେ ଜାଣନ୍ତୁ ଯେ ଏହି ସ୍କିମରେ ସୁଧ ରାଶି ୧୦ହଜାର ଟଙ୍କା ବାର୍ଷିକର ଅଧିକ ହୁଏ ତେବେ ଆପଣଙ୍କ ଟିଡିଏସ୍‌ କଟିବ। ଏହି ସ୍କିମରେ ଇନଭେଷ୍ଟମେଣ୍ଟ ରେ ଇନକମ ଟାକ୍ସ ଆକ୍ଟ ସେକ୍ସନ ୮୦ସି ଅନ୍ତର୍ଗତ ଛାଡ୍‌ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.