ମନୋରଂଜନ

ଫିଲ୍ମ ‘ଦେବରା ପାର୍ଟ ୧’ର ପ୍ରଥମ ଗୀତ ହେଲା ରିଲିଜ୍‌, ଆକ୍ସନ୍ ମୋଡ୍‌ରେ ନଜର ଆସିଲେ ଜୁନିଅର ଏନଟିଆର

ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ତାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦେବରା ପାର୍ଟ ୧’ ପାଇଁ ବହୁତ ଦିନ ଧରି ଚର୍ଚ୍ଚାରେ ଅଛନ୍ତିି । ତେବେ କୋରତାଲା ଶିବଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମଟି ଏକ ମଲ୍ଟି ଷ୍ଟାରର । ନିକଟରେ ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇଛି, ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ଏହି ସମୟ ମଧ୍ୟରେ ଫିଲ୍ମର ପ୍ରଥମ ଗୀତ ମଧ୍ୟ ରିଲିଜ ହୋଇଛି, ଯେଉଁଥିରେ ଜୁନିଅର ଏନଟିଆରଙ୍କ ଦମ୍‌ଦାର ଆକ୍ସନ୍ ମୋଡ୍ ଦେଖିବାକୁ ମିଳିଛନ୍ତି ।

ତେବେ ଜୁନିଅର ଏନଟିଆର ଜନ୍ମଦିନ ପୂର୍ବରୁ ତାଙ୍କ ପ୍ରଶଂସକଙ୍କୁ ସର୍‌ପ୍ରାଇଜ୍‌ ଦେଇଛନ୍ତି । ଯେଉଁଥିରେ ‘ଦେବରା ପାର୍ଟ ୧’ର ପ୍ରଥମ ଗୀତ ‘ଫିୟର ସଙ୍ଗ’ ରିଲିଜ୍ ହୋଇଛି, ଯେଉଁଥିରେ ଅଭିନେତାଙ୍କ ଭୟଙ୍କର ଲକ୍‌ ଦେଖିବାକୁ ମିଳିଛି । ତେବେ ରକ୍ତପାତ ସହିତ ସମୁଦ୍ର ମଧ୍ୟରେ ଜୁନିଅର ଏନଟିଆରଙ୍କ ଆକ୍ସନ୍ ମୋଡ୍ ଦେଖିବାକୁ ମିଳିଛି । ଗୀତରେ ଅଭିନେତାଙ୍କ ଲୁକ୍ ଏବଂ ଷ୍ଟାଇଲ୍‌କୁ ଦର୍ଶକମାନେ ପ୍ରଶଂସା କରୁଛନ୍ତି । କେବଳ ଏତିକି ନୁହେଁ, ଗୀତ ସହିତ ଗୀତ ବିଟ୍ ପ୍ରଶଂସକଙ୍କ ମନ ଜିତିଛି । ଏହି ଗୀତ ରିଲିଜ୍ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଏହା ଲକ୍ଷ ଲକ୍ଷ ଭ୍ୟୁ ହୋଇଛି । ତେବେ ଅନିରିଦ୍ଧ ରବିଚାନ୍ଦର ଏହି ଗୀତକୁ ମ୍ୟୁଜିକ ଦେଇଛନ୍ତି ଏବଂ ଭଏସ୍‌ ମଧ୍ୟ ଦେଇଛନ୍ତି । ଏହି ଗୀତଟି ବର୍ତ୍ତମାନ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ।

ଫିଲ୍ମ ‘ଦେବରା’ରେ ଜାହ୍ନବୀ ଏବଂ ଏନଟିଆରଙ୍କ ସହ ସୈଫ ଅଲି ଖାନ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏହା ଜାହ୍ନବୀଙ୍କ ପ୍ରଥମ ତେଲୁଗୁ ଫିଲ୍ମ । ଏହା ପୂର୍ବରୁ ନିର୍ମାତାମାନେ ଫିଲ୍ମର ଟିଜର ରିଲିଜ କରିଥିଲେ । ଏବେ ଫିଲ୍ମ ନିର୍ମାତା କୋରାତାଲା ଶିବଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଦୁଇଟି ଭାଗରେ ରିଲିଜ୍‌ ହେବ । ତେବେ ଅକ୍ଟୋବର ୧୦, ୨୦୨୪ରେ ତେଲୁଗୁ, ତାମିଲ, ହିନ୍ଦୀ, କନ୍ନଡ ଏବଂ ମାଲାୟାଲାମରେ ଫିଲ୍ମ ‘ଦେବରା ପାର୍ଟ ୧’ ସାରା ବିଶ୍ୱରେ ମୁକ୍ତିଲାଭ କରିବ ।

D Sonali

Recent Posts

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

9 seconds ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

30 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

38 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago