ମନୋରଂଜନ

ଆତ୍ମହତ୍ୟା କଲେ ପୁଣି ଜଣେ କଳାକାର, ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ମିଳିଲା ଅଭିନେତା ସମୀର ଶର୍ମାଙ୍କ ମୃତଦେହ

ମୁମ୍ବାଇରେ ଆଉ ଜଣେ ଅଭିନେତା ଆତ୍ମହତ୍ୟା କରିଛନ୍ତି। ଅନେକ ଲୋକପ୍ରିୟ ଟିଭି ସିରିୟଲରେ କାମ କରିଥିବା ଅଭିନେତା ସମୀର ଶର୍ମାଙ୍କ ମୃତଦେହ ଘରର ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ମିଳିଛି। ସମୀର ୟେ ରିସ୍ତା ହେ ପ୍ୟାର କେ, କ୍ୟୁଁ କି ଶାଶ୍‌ ଭି କଭି ବୋହୂ ଥି, କହାନୀ ଘର ଘର କି ଭଳି ସିରିୟଲରେ କାମ କରିଛନ୍ତି। କୁହାଯାଉଛି ଯେ ଦୁଇ ଦିନ ପୂର୍ବରୁ ହିଁ ସେ ଆତ୍ମହତ୍ୟା କରିଛନ୍ତି। ଶବ ପଚି ଦୁର୍ଗନ୍ଧ ହେବାରୁ ଏନେଇ ଜଣାପଡ଼ିଥିଲା। ମାତ୍ର ଏବେ ଯାଏଁ କୌଣସି ସୁଇସାଇଡ୍‌ ନୋଟ୍‌ ମିଳିନାହିଁ।

ସମୀର ଶର୍ମା ମୁମ୍ବାଇରେ ମଲାଡ଼ ସ୍ଥିତ ଘରେ ଏକୁଟିଆ ରହୁଥିଲେ। ତାଙ୍କ ପତ୍ନୀ ତାଙ୍କୁ ବାରମ୍ବାର ଫୋନ୍‌ କଲା ପରେ ସେ ନ ଉଠାଇବାରୁ କିଛି ଅଘଟଣ ଘଟିଥିବା ନେଇ ସେ ସନ୍ଦେହ କରିଥିଲେ। ପତ୍ନୀ ତାଙ୍କର ଜଣେ ବନ୍ଧୁଙ୍କୁ ସମୀରଙ୍କ ଘରକୁ ପଠାଇଥିଲେ। ସେ ସେଠାରେ ଯାଇ ଦେଖିବା ବେଳକୁ ସମୀରଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲିଥିଲା। ଏବେ ଶବକୁ ପୋଷ୍ଟମଷ୍ଟମ୍‌ ପାଇଁ ପଠାଇ ଦିଆଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍‌ କାରଣ ଜଣାପଡ଼ିବ।

WCW 11

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago