ସ୍ପେଶାଲ

ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ଟେଲରଙ୍କ ପୁଅର କୃତିତ୍ୱ, ୧୮୨ ର‍୍ୟାଙ୍କ ରଖି ହେବାକୁ ଯାଉଛନ୍ତି ଆଇଏଏସ ଅଫିସର

କଠିନ ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତି ଆଗରେ ଯେ ସବୁ ପ୍ରକାର ପରିସ୍ଥିତି ହାର ମାନିପାରେ । ଧର୍ଯ୍ୟର ସହ ନିଜ ଲକ୍ଷ ପଥରେ ଆଗେଇ ଚାଲିଲେ ସଫଳତା ଯେ ବେଶୀ ଦୂର ନୁହେଁ ତାହା ଅନେକ ଘଟଣାରୁ ସ୍ପଷ୍ଟ ହୋଇସାରିଛି । ଏମିତି ଏକ ପ୍ରବାଦର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ଭୁବନେଶ୍ୱରର ନୀଳାଦ୍ରି ବିହାର ସେକ୍ଟର ୩ ଅଞ୍ଚଳର ବାସିନ୍ଦା ବିଶ୍ବ ରଞ୍ଜନ । ୟୁପିଏସ୍ସି ପରିଚାଳିତ ସର୍ବଭାରତୀୟ ସ୍ତରୀୟ ପ୍ରଶାସନିକ ପରୀକ୍ଷା-୨୦୧୯ରେ ୧୮୨ ରାଙ୍କରେ ଉତ୍ତୀର୍ଣ୍ଣ ହୋଇ ଆଜିର ଯୁବ ପିଢିଙ୍କ ପ୍ରେରଣା ସାଜିଛନ୍ତି ବିଶ୍ୱରଂଜନ । ପୁଅର ଏପରି ସଫଳତା ପଛରେ ବାପା ମା’ଙ୍କ ଅବଦାନ କିଛି କମ ନୁହେଁ । ମୂଳତଃ ଜଗତସିଂହପୁର ଜିଲ୍ଲା ବାସିନ୍ଦା ହୋଇଥିଲେ ମଧ୍ୟ ଦୁଇ ପିଲାଙ୍କୁ ମଣିଷ କରିବା ପାଇଁ ବାପା ମା” ଦୁହେଁ ଗାଁ ଛାଡ଼ି ରାଜଧାନୀ ଭୁବନେଶ୍ୱର ଚାଲିଆସିଥିଲେ । ସେସମୟରେ ଭୁବନେଶ୍ୱର ସେମାନଙ୍କ ପାଇଁ ଏକ ଅଜଣା ସହର ଥିଲା ।

ଏଠି କେହି ବି ଚିହ୍ନ ପରିଚିତ ନଥିଲେ । ପେଟ ପୋଷିବା ପାଇଁ ବିଶ୍ୱରଂଜନଙ୍କ ବାପା ଏକ ଛୋଟିଆ ଦୋକାନ ଟିଏ ଖୋଲିଥିଲେ । ଘର ଚଳାଇବାରେ କିଛିଟା ସାହାଯ୍ୟ କରିବା ପାଇଁ ମା’ ମିନତୀ ଟେଲରିଂ ଶିଖି ଏକ ଟେଲର ଦୋକାନ ଖୋଲିଥିଲେ । ଆର୍ଥିକ ସମସ୍ୟା ଲାଗି ରହିଥିଲେ ମଧ୍ୟ ପିଲାଙ୍କୁ ମଣିଷ ପରି ମଣିଷଟେ କରି ଗଢି ତୋଳିବାର ସ୍ବପ୍ନ ବାପା ମା’ଙ୍କ ଆଖିରୁ କେବେ ବି ଲିଭି ନଥିଲା । ଚଲାପଥରେ ବହୁ ବାଧା ବିଘ୍ନ ଆସିଥିଲେ ମଧ୍ୟ ପାଠ ପଢ଼ାରେ କେବେ ବି ଅବହେଳା କରିନାହାନ୍ତି । ଫଳରେ ପିଲାଙ୍କ ପ୍ରତି ଥିବା ଦୁହିଁଙ୍କ ଅସୀମ ତ୍ୟାଗ ଆଜି ଫଳବତୀ ହୋଇଛି । ଆଜି ସେମାନଙ୍କ ପୁଅ ଜଣେ ଆଇଏଏସ ଅଧିକାରୀ ହେବାକୁ ଯାଉଛନ୍ତି । ଏବାବଦରେ ବିଶ୍ବରଂଜନଙ୍କ ମା’ ଙ୍କୁ ପଚରା ଯିବାରୁ ସେ କହିଥିଲେକି, ପିଲାବେଳରୁ ହିଁ ବିଶ୍ବରଂଜନର ପାଠପଢି ଲୋକଙ୍କ ସେବା କରିବାର ଏକ ସ୍ବପ୍ନ ଦେଖି ଆସୁଥିଲା ।

ଆଜି ତାର ସେହି ସ୍ବପ୍ନ ପୂରଣ ହୋଇଛି । ମା”ଙ୍କ ସହ ତାଙ୍କ ପିତା ବି ପୁଅର ଏହି ସଫଳତାରେ ଖୁବ ଆତ୍ମବିଭୋର ହୋଇଯାଇଛନ୍ତି । ୟୁପିଏସ୍ସି ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରି ନିଜ ପାଇଁ ଏକ ମାଇଲ ଖୁଣ୍ଟ ଠିଆ କରିଛନ୍ତି ତାହା ନୁହେଁ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଜଗତସିଂହପୁରରୁ ରାଜଧାନୀ ଅଭିମୁଖେ ଜୀବନର ଗତିପଥ ସନ୍ଧାନରେ ଆସିଥିବା ସେହି ଛୋଟ ଶିଶୁ ବିଶ୍ବରଂଜନ । ନିଜର ଏହି ସମସ୍ତ ସଫଳତାର ଶ୍ରେୟ ସେ ନିଜ ବାପା, ମା, ଶିକ୍ଷକ ତଥା ପରିବାର ଲୋକଙ୍କୁ ଦେଇଛନ୍ତି । ସିଭିଲ ସର୍ଭିସ ଆଶାୟୀଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତିକି, “ଲକ୍ଷ ସ୍ଥିର ରଖି କାମ କରିବା ଉଚିତ । ସମୟ ସମୟରେ ବାଧାବିଘ୍ନ ଆସିବ କିନ୍ତୁ ଏହାକୁ ଖାତିର ନକରି ଆଗକୁ ବଢିଚାଲିଲେ ସଫଳତା ନିଶ୍ଚିତ ମିଳିବ ।”

KNews Bureau

Recent Posts

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ, ଦୁଃଖ ବ୍ୟକ୍ତ କଲେ ସିଏମ୍‌ ଯୋଗୀ

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…

3 mins ago

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

17 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

23 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

53 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

1 hour ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago