ମନୋରଂଜନ

ବହୁତ ଜଲଦି ମା ହେବାକୁ ଯାଉଛନ୍ତି କାଜଲ, ସ୍ୱାମୀ ଏଭଳି ଅନ୍ଦାଜରେ ଦେଲେ ସୂଚନା

ବହୁତ ଜଲଦି ମା ହେବାକୁ ଯାଉଛନ୍ତି ସୁନ୍ଦରୀ ନାୟିକା କାଜଲ ଅଗ୍ରଓ୍ଵାଲ। ନିଜେ ସ୍ୱାମୀ ଗୌତମ କିଚଲୁ ଜଣାଇଛନ୍ତି ଏହି ଖୁସି ଖବର। ସେ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ଏହି ଖବର ଦେଇଛନ୍ତି। ତାଙ୍କ ପୋଷ୍ଟରୁ ଜଣାପଡୁଛି ଯେ କାଜଲ ଗର୍ଭବତୀ ଅଛନ୍ତି ଏବଂ ତାଙ୍କ ବେବି ୨୦୨୨ରେ ହିଁ ଆସିବାକୁ ଯାଉଛି। ନୂଆବର୍ଷର ପ୍ରଥମ ଦିନରେ ହିଁ ଦୁହେଁ ଏହି ଖବର ନିଜ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି।

ଗୌତମ କାଜଲଙ୍କର ଏକ ସୁନ୍ଦର ଫଟୋ ସେୟାର କରି ଏହି ଖବରର ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ୨୦୨୨ରେ ଏପରି ଦେଖାଯାଉଛ। ଏହାସହିତ ସେ ଏକ ପ୍ରେଗନାଣ୍ଟ ମହିଳାଙ୍କ ଇମୋଜି ଦେଇଛନ୍ତି। ସେ ଏହି କଥାକୁ କ୍ରିପଟିକ୍‌ ଅନ୍ଦାଜରେ କହିଛନ୍ତି। ଏଥିରେ କାଜଲଙ୍କ ଫଟୋ ସେୟାର କରିଛନ୍ତି ସ୍ୱାମୀ ଗୌତମ। ଯେଉଁଥିରେ କାଜଲ ଅଗ୍ରଓ୍ଵାଲ ଏକ ଚୌକିରେ ବସିଥିବା ନଜର ଆସୁଛନ୍ତି ଏବଂ କ୍ୟାମେରା ଆଡକୁ ଲୁକ୍‌ ଦେଇଛନ୍ତି। କାଜଲ ଏହି ଫଟୋରେ ବହୁତ ସୁନ୍ଦର ଦେଖାଯାଉଛନ୍ତି।

ଶୁକ୍ରବାର କାଜଲ ଏବଂ ଗୌତମ କିଚଲୁଙ୍କର ଏ ଫଟୋ ପୋଷ୍ଟ କରିଥିଲେ କାଜଲ। ଯେଉଁଥିରେ ବେବି ବମ୍ପ ସହ ନଜର ଆସୁଛନ୍ତି କାଜଲ। ଏଥିରେ ସେ ଗ୍ରୀନ କଲରର ଡ୍ରେସ ପିନ୍ଧିଛନ୍ତି। କାଜଲ ଅଗ୍ରଓ୍ଵାଲ ଜଣେ ଫିଲ୍ମ ଅଭିନେତ୍ରୀ। ଅନେକ ଫିଲ୍ମରେ କାମ କରିଛନ୍ତି ସେ। ଦର୍ଶକ ତାଙ୍କର ଫିଲ୍ମକୁ ବହୁତ ପସନ୍ଦ କରନ୍ତି। ସେ ସୋସିଆଲ ମିଡିଆରେ ବି ବହୁତ ଆକ୍ଟିଭ ରୁହନ୍ତି।

Pritiparna

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

16 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

24 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

39 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

45 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

59 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago