କଙ୍ଗନା ରଣାଓ୍ଵତଙ୍କ ଅପକମିଂ ଫିଲ୍ମ ‘ତେଜସ’ର ଟିଜର ରିଲିଜ ହୋଇଛି । ସୋସିଆଲ ମିଡିଆରେ ଏହାର ଟିଜରକୁ ସେୟାର କରାଯାଇଛି । କଙ୍ଗନା ଏହି ଫିଲ୍ମରେ ଭାରତୀୟ ଏୟାରଫୋର୍ସ ପାଇଲଟଙ୍କ ଭୂମିକାରେ ନଜର ଆସିବେ । ଏହି ଟିଜରରେ କଙ୍ଗନା ଫ୍ଲାଇଂ ସୁଟ୍ ପିନ୍ଧି ଏୟାରଫୋର୍ସ ଷ୍ଟେସନରୁ ଉଡାଣ ଭରିବାକୁ ପ୍ରସ୍ତୁତ ଥିବା ଜଣାପଡିଛି ।
କଙ୍ଗନା ନିଜେ ସୋସିଆଲ ମିଡିଆରେ ଏହାର ଟିଜର ସେୟାର କରିଛନ୍ତି । ଏହି ଟିଜର ରିଲିଜ ହେବା ପରେ ଭାଇରଲ ହୋଇଯାଇଛି । ଟିଜର ରିଲିଜ କରି କଙ୍ଗନା ଲେଖିଛନ୍ତି, ନିଜ ଦେଶର ଭଲପାଇବା ଉଡାଣ ଭରିବାକୁ ମୁଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ । ଭାରତକୁ ଯିଏ ଅପମାନ କଲେ ଆମେ ଛାଡିବୁନି । ଏହି ପୋଷ୍ଟ ସହିତ ଫିଲ୍ମର ଟ୍ରେଲର ରିଲିଜ ମଧ୍ୟକଙ୍ଗନା ସେୟାର କରିଛନ୍ତି ।
ତେଜସର ଟିଜରରେ କଙ୍ଗନାଙ୍କ ଲୁକ୍ ଏବଂ ଡାଇଲଗ୍ ଫ୍ୟାନ୍ସଙ୍କ ହୃଦୟ ଜିତିନେଇଛି । ଆଜି ଗାନ୍ଧି ଏବଂ ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଫିଲ୍ମର ଟିଜର ରିଲିଜ ହୋଇଥିବାରୁ ଟ୍ରେଣ୍ଡ କରୁଛି । ତେବେ ଫିଲ୍ମର ଟ୍ରେଲର ଅକ୍ଟୋବର ୮, ୨୦୨୩ରେ ରିଲିଜ ହେବ। ଫିଲ୍ମଟି ଅକ୍ଟୋବର ୨୭ରେ ରିଲିଜ ହେବ ବୋଲି ଜଣାପଡିଛି ।
ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…
ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…