‘ତେଜସ’ର ଟିଜର ରିଲିଜ, ଏୟାରଫୋର୍ସ ପାଇଲଟ ଲୁକରେ ନଜର ଆସିଲେ କଙ୍ଗନା

କଙ୍ଗନାଙ୍କ ଅପକମିଂ ଫିଲ୍ମ ‘ତେଜସ’ର ଟିଜର ରିଲିଜ ହୋଇଛି । ଏହାର ଟିଜରରେ କଙ୍ଗନାଙ୍କ ଲୁକ୍‌ ଏବଂ ଡାଇଲଗ ଫ୍ୟାନ୍ସଙ୍କୁ ବେଶ୍‌ ପସନ୍ଦ ଆସିଛି । ଟିଜରରେ ଦେଶପ୍ରତି ସମ୍ମାନ ଏବଂ ଭଲପାଇବା ଦେଖିବାକୁ ମିଳିଛି ।

କଙ୍ଗନା ରଣାଓ୍ଵତଙ୍କ ଅପକମିଂ ଫିଲ୍ମ ‘ତେଜସ’ର ଟିଜର ରିଲିଜ ହୋଇଛି । ସୋସିଆଲ ମିଡିଆରେ ଏହାର ଟିଜରକୁ ସେୟାର କରାଯାଇଛି । କଙ୍ଗନା ଏହି ଫିଲ୍ମରେ ଭାରତୀୟ ଏୟାରଫୋର୍ସ ପାଇଲଟଙ୍କ ଭୂମିକାରେ ନଜର ଆସିବେ । ଏହି ଟିଜରରେ କଙ୍ଗନା ଫ୍ଲାଇଂ ସୁଟ୍‌ ପିନ୍ଧି ଏୟାରଫୋର୍ସ ଷ୍ଟେସନରୁ ଉଡାଣ ଭରିବାକୁ ପ୍ରସ୍ତୁତ ଥିବା ଜଣାପଡିଛି ।

କଙ୍ଗନା ନିଜେ ସୋସିଆଲ ମିଡିଆରେ ଏହାର ଟିଜର ସେୟାର କରିଛନ୍ତି । ଏହି ଟିଜର ରିଲିଜ ହେବା ପରେ ଭାଇରଲ ହୋଇଯାଇଛି । ଟିଜର ରିଲିଜ କରି କଙ୍ଗନା ଲେଖିଛନ୍ତି, ନିଜ ଦେଶର ଭଲପାଇବା ଉଡାଣ ଭରିବାକୁ ମୁଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ । ଭାରତକୁ ଯିଏ ଅପମାନ କଲେ ଆମେ ଛାଡିବୁନି । ଏହି ପୋଷ୍ଟ ସହିତ ଫିଲ୍ମର ଟ୍ରେଲର ରିଲିଜ ମଧ୍ୟକଙ୍ଗନା ସେୟାର କରିଛନ୍ତି ।

 

View this post on Instagram

 

A post shared by Kangana Ranaut (@kanganaranaut)

ତେଜସର ଟିଜରରେ କଙ୍ଗନାଙ୍କ ଲୁକ୍‌ ଏବଂ ଡାଇଲଗ୍‌ ଫ୍ୟାନ୍ସଙ୍କ ହୃଦୟ ଜିତିନେଇଛି । ଆଜି ଗାନ୍ଧି ଏବଂ ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଫିଲ୍ମର ଟିଜର ରିଲିଜ ହୋଇଥିବାରୁ ଟ୍ରେଣ୍ଡ କରୁଛି । ତେବେ ଫିଲ୍ମର ଟ୍ରେଲର ଅକ୍ଟୋବର ୮, ୨୦୨୩ରେ ରିଲିଜ ହେବ। ଫିଲ୍ମଟି ଅକ୍ଟୋବର ୨୭ରେ ରିଲିଜ ହେବ ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.