ୟୁପିରେ ୬ ଜଣଙ୍କୁ ନିର୍ମମ ହତ୍ୟା, ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ; କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଯୋଗୀ ଆଦିତ୍ୟନାଥ

ଜମି ବିବାଦକୁ ନେଇ ଉତ୍ତର ପ୍ରଦେଶର ଦେବରିଆ ଜିଲ୍ଲାରେ ୬ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏଥିରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ୬ ଜଣଙ୍କୁ କାଟି ହତ୍ୟା କରାଯାଇଛି। ପୂର୍ବତନ ଜିଲ୍ଲା ପଞ୍ଚାୟତ ସଦସ୍ୟଙ୍କ ସମେତ ୬ ଜଣଙ୍କୁ ହତ୍ୟା କରାଯାଇଥିବା ଖବର ରହିଛି।

ଜମି ବିବାଦକୁ ନେଇ ଉତ୍ତର ପ୍ରଦେଶର ଦେବରିଆ ଜିଲ୍ଲାରେ ୬ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏଥିରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ୬ ଜଣଙ୍କୁ କାଟି ହତ୍ୟା କରାଯାଇଛି। ପୂର୍ବତନ ଜିଲ୍ଲା ପଞ୍ଚାୟତ ସଦସ୍ୟଙ୍କ ସମେତ ୬ ଜଣଙ୍କୁ ହତ୍ୟା କରାଯାଇଥିବା ଖବର ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି।

ଗ୍ରାମବାସୀଙ୍କ କହିବା ମୁତାବକ, ଉଭୟ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ଅନେକ ଦିନ ଧରି ବିବାଦ ଚାଲିଥିଲା। ସୋମବାର ସକାଳେ ପୁରୁଣା ଜମିକୁ ନେଇ ଦୁଇ ପରିବାର ମଧ୍ୟରେ ପୁଣି ବିବାଦ ଦେଖାଦେଇଥିଲା। କଥାବାର୍ତ୍ତାରୁ ଝଗଡ଼ା ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ ଉଭୟ ଗୋଷ୍ଠୀ ପକ୍ଷରୁ ଠେଙ୍ଗାବାଡ଼ି, ଧାରୁଆ ଅସ୍ତ୍ରଶସ୍ତ୍ର ସହ ବନ୍ଧୁକ ଚଲାଯାଇଥିଲା।

ଦୁଇ ପରିବାର ପରସ୍ପର ଉପରକୁ ଗୁଳି ଚଳାଇବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ସଂଘର୍ଷରେ ଗୋଟିଏ ପରିବାରର ୫ ଜଣ ଏବଂ ଅନ୍ୟ ପରିବାରର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ଖବର ପାଇ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି।

ସେପଟେ ଏହି ଘଟଣାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀମାନଙ୍କୁ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପୀଡ଼ିତଙ୍କ ପରିବାରକୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ଆଶ୍ୱସନା ମଧ୍ୟ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.