ମାତ୍ର ୪୫ ହଜାର ଟଙ୍କା ଖର୍ଚ୍ଚ କରି ସାଧାରଣ କାରକୁ ବନାଇଲେ ଦାମୀ ରୋଲ୍ସ ରୋଏସ

ଜଣେ ବ୍ୟକ୍ତି ମାରୁତି ସୁଜୁକି 800କୁ କୋଟି କୋଟି ଟଙ୍କା ମୂଲ୍ୟର ଏକ ରୋଲ୍ସ ରୋଏସରେ ପରିବର୍ତ୍ତନ କରିଛନ୍ତି । ତେବେ ଏହି କାରକୁ ପରିବର୍ତ୍ତନ କରିବାରେ ତାଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ି ନାହିଁ । ଖୁବ କମ ମୂଲ୍ୟରେ ସେ ଏହି ରୟାଲ କାର ପ୍ରସ୍ତୁତ କରିଛନ୍ତି ।

ଦେଶୀ ଉପାୟ ମାମଲାରେ ଭାରତୀୟ ଲୋକଙ୍କ ସହ କେହି ପ୍ରତିଯୋଗିତା କରିପାରିବେ ନାହିଁ । ଭାରତୀୟ ମାନେ ଛୋଟ ଛୋଟ ଜିନିଷକୁ ନେଇ ଏପରି କଳା କୌଶଳ ଦେଖାନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ । ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଏଭଳି ଅନେକ ଭିଡିଓ ଭାଇରାଲ ହୋଇଥାଏ । ଏହି ଭିଡିଓଗୁଡ଼ିକରେ ଲୋକମାନେ ନିଜ ଆଇଡିଆ ବ୍ୟବହାର କରି ଭିନ୍ନ ଭିନ୍ନ ଜିନିଷ ପ୍ରସ୍ତୁତ କରନ୍ତି । ସାଇକେଲକୁ ମୋଟର ସାଇକେଲରେ ଚେଞ୍ଜ କରି କିମ୍ବା ଶସ୍ତା କାରକୁ ରୟାଲ୍‌ କାରରେ ପରିଣତ କରି ଭାରତୀୟମାନେ ନିଜ ଆଇଡିଆକୁ ସାରା ବିଶ୍ୱକୁ ଦେଖାଇଥାନ୍ତି । ତେବେ ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ବ୍ୟକ୍ତି ମାରୁତି ସୁଜୁକି 800କୁ କୋଟି କୋଟି ଟଙ୍କା ମୂଲ୍ୟର ଏକ ରୋଲ୍ସ ରୋଏସରେ ପରିବର୍ତ୍ତନ କରିଛନ୍ତି । ତେବେ ଏହି କାରକୁ ପରିବର୍ତ୍ତନ କରିବାରେ ତାଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ି ନାହିଁ । ଖୁବ କମ ମୂଲ୍ୟରେ ସେ ଏହି ରୟାଲ କାର ପ୍ରସ୍ତୁତ କରିଛନ୍ତି ।

ତେବେ କେରଳର ଜଣେ ଯୁବକ ରୋଲ୍ସ ରୋଏସକୁ ବହୁତ ଭଲ ପାଉଥିଲେ । କିନ୍ତୁ କୋଟି କୋଟି ଟଙ୍କା ମୂଲ୍ୟର ଏହି କାର କିଣିବାକୁ ତାଙ୍କ ପାଖରେ ଟଙ୍କା ନଥିଲା । ସେଥିପାଇଁ ସେ କିଛି ଭିନ୍ନ କରିବାକୁ ଚାହିଁଥିଲେ । ଏଥିପାଇଁ ସେ ମାରୁତି 800 କୁ ଟ୍ରାନ୍ସଫର୍ମ କରିବାକୁ ପ୍ଲାନ କରିଥିଲେ । ପ୍ରାୟ ଚାରିରୁ ପାଞ୍ଚ ମାସର କଠିନ ପରିଶ୍ରମ ପରେ ୪ ଲକ୍ଷର କାରକୁ ପାଞ୍ଚ କୋଟି ଟଙ୍କାର ରୋଲ୍ସ ରୋଏସରେ ପରିବର୍ତ୍ତନ କରିଥିଲେ । ସବୁଠାରୁ ଖାସ କଥା ହେଉଛି ଯୁବକ ଜଣଙ୍କ ଏହି କାର ତିଆରି କରିବା ମାତ୍ର ୪୫ ହଜାର ଟଙ୍କା ଖର୍ଚ୍ଚ କରିଥିଲେ ।

ଟ୍ରିକ୍ସ ଟ୍ୟୁବ୍ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲରେ ଏହି ଭିଡିଓ ପ୍ରଥମେ ଅପଲୋଡ୍ କରାଯାଇଥିଲା । ପରେ ସମସ୍ତେ ଉକ୍ତ ଯୁବକଙ୍କ ବିଷୟରେ ଜାଣିବାକୁ ପାଇଥିଲେ । ଯୁବକ ଜଣକ କହିଥିଲେ ଯେ ସେ ଏହା କରିବାକୁ ଭଲ ପାଆନ୍ତି, ସେ ପୂର୍ବରୁ ମଧ୍ୟ ଏପରି କାର୍ଯ୍ୟ କରିଛନ୍ତି । ସେ ଏକ ବାଇକ୍ ଇଞ୍ଜିନରୁ ଏକ ଜିପ୍ ମଧ୍ୟ ପ୍ରସ୍ତୁତ କରିଥିବା ପ୍ରକାଶ କରିଛନ୍ତି । ସେ ପୁରୁଣା ଗାଡ଼ିଗୁଡ଼ିକର ଭିନ୍ନ ଭିନ୍ନ ପାର୍ଟ୍ସ ନେଇ ଏକ ଗାଡିରେ ଯୋଡ଼ିଥାନ୍ତି ଏବଂ ଗାଡ଼ିର ଡିଜାଇନ ଫାଇନାଲ କରନ୍ତି ।
ତେବେ କେରଳର ଏହି ଯୁବକ ଜଣଙ୍କ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଏବଂ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛନ୍ତି । ସାଧାରଣ କାରରୁ ପରିବର୍ତ୍ତନ ହୋଇଥିବା ଏହି ରୋଲ୍ସ ରୋଏସ ରାସ୍ତାରେ ଗଡ଼ିବା ସମୟରେ ଲୋକମାନଙ୍କ ନଜର ରହି ଯାଉଛି । ପ୍ରଥମ ନଜରରେ ଏହା ଏକ ଶସ୍ତା କାର ବୋଲି କେହି ଜାଣି ପାରୁ ନାହାନ୍ତି । ଦେଶୀ ଉପାୟରେ ଏତେ ସୁନ୍ଦର କାର ପ୍ରସ୍ତୁତ କରିଥିବାରୁ ଏହାକୁ ନେଇ ଅନେକ ମୋବାଇଲ ୟୁଜର କମେଣ୍ଟ ଦେଉଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.