ମୁମ୍ବାଇ : କଙ୍ଗନାଙ୍କୁ ତାଙ୍କ ଜୀବନରେ ବହୁତ ସଂଘର୍ଷ କରିବାକୁ ପଡିଛି। ମାତ୍ର ତାଙ୍କ ପିଲା ଏପରି ଜୀବନ ବିତାନ୍ତୁ ବୋଲି ଚାହାନ୍ତିନି କଙ୍ଗନା। ଫିଲ୍ମ ମଣିକର୍ଣ୍ଣିକା: ଦ କ୍ୱିନ ଅଫ ଝାନ୍ସୀ ସମ୍ପୂର୍ଣ୍ଣ ହେବା ଉପଲକ୍ଷେ ଆୟୋଜିତ ପାର୍ଟିରେ କଙ୍ଗନା କହିଛନ୍ତି, ମୁଁ ଜନ୍ମ ହେବା ସମୟରୁ ହିଁ ସଂଘର୍ଷ କରୁଛି। ରାଣୀ ଲକ୍ଷ୍ମୀବାଈ ମଧ୍ୟ ଏମିତି ଜୀବନର ପ୍ରତି ପାହାଚରେ ସଂଘର୍ଷ କରିଛନ୍ତି। ମୁଁ ବିନା ସଂଘର୍ଷରେ କିଛି ହାସଲ କରିନି। ମାତ୍ର ଏନେଇ ନାଁ ମୁଁ କେବେ ଗର୍ବ କରେ, ନାଁ ଲଜ୍ଜା ଅନୁଭବ କରେ। ମୁଁ ମୋ ଜୀବନକୁ ନେଇ ଖୁସି ଅଛି, ମାତ୍ର ମୋ ପିଲାମାନେ ବି ଏମିତି ଜୀବନ ବଞ୍ଚନ୍ତୁ ବୋଲି ମୁଁ ଚାହେଁନି।
ର୍ପୂବରୁ ରିଲିଜ୍ ହୋଇଥିଲା କଙ୍ଗନା ରାଣାୱତଙ୍କ ଫିଲ୍ମ ମଣିକର୍ଣ୍ଣିକାର ଟିଜର। ଝାନ୍ସୀ ରାଣୀ ଲକ୍ଷ୍ମୀ ବାଇଙ୍କ ଚରିତ୍ରରେ ଦମଦାର ଅଭିନୟ କରିଛନ୍ତି କଙ୍ଗନା। ଟିଜରରେ କଙ୍ଗନାଙ୍କ ସାହାସୀ ଓ ଆକ୍ରମକ ରୂପ ଦେଖିବାକୁ ମିଳୁଛି। ଫିଲ୍ମ ପାଇଁ ଜି ଜାନ୍ ଲଗାଇଦେଇଛନ୍ତି ବଲିଉଡ କୁଇନ୍ କଙ୍ଗନା ରାଣାୱତ୍। ପ୍ରଥମ ଥର ପାଇଁ ଏକ ପିରିୟଡିକ୍ ଡ୍ରାମା ଫିଲ୍ମରେ ନଜର ଆସୁଛନ୍ତି କଙ୍ଗନା। ଫିଲ୍ମକୁ ଜି ଷ୍ଟୁଡିଓ ପ୍ରଡ୍ୟୁସ କରୁଛି। କଙ୍ଗନାଙ୍କ ବ୍ୟତୀତ ଅଙ୍କୀତା ଲୋଖଣ୍ଡେ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ୨୦୧୯ ଜାନୁଆରୀ ୨୫ରେ ପରଦାକୁ ଆସିବ ମଣିକର୍ଣିକା।
କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…